ପ୍ରେମିକାକୁ ମାରିବାକୁ ଯାଇ ୭ ଜଣଙ୍କୁ ଜୀଅନ୍ତା ଜାଳିଦେଲା ପ୍ରେମିକ   

ଭୋପାଳ:ପ୍ରେମରେ ବିଫଳ ହେବା ପରେ ରକ୍ତମୁଖା ପ୍ରେମିକ ଘଟାଇଛି ବର୍ବରକାଣ୍ଡ। ପ୍ରେମିକା ଉପରେ ରାଗ ଶୁଝାଇବାକୁ ଯାଇ ୭ ଜଣ ନୀରିହ ଜୀବନ ଜାଳିଦେଇଛି ପ୍ରେମିକ। ପ୍ରେମିକା ରହୁଥିବା ବିଲଡିଂରେ ନିଆଁ ଲଗାଇଦେବାରୁ ସେଠାରେ ରହୁଥିବା ୭ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ରାତିରେ ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ଜଣକ ହେଲେ ୨୭ ବର୍ଷୀୟ ଶୁଭମ ଦିକ୍ସିତ। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ତେବେ ତାଙ୍କ ପ୍ରେମିକାଙ୍କୁ ସୁରକ୍ଷିତ ଭାବେ […]

678

678

Tapas Behera
  • Published: Sunday, 08 May 2022
  • Updated: 08 May 2022, 05:14 PM IST

ଭୋପାଳ:ପ୍ରେମରେ ବିଫଳ ହେବା ପରେ ରକ୍ତମୁଖା ପ୍ରେମିକ ଘଟାଇଛି ବର୍ବରକାଣ୍ଡ। ପ୍ରେମିକା ଉପରେ ରାଗ ଶୁଝାଇବାକୁ ଯାଇ ୭ ଜଣ ନୀରିହ ଜୀବନ ଜାଳିଦେଇଛି ପ୍ରେମିକ। ପ୍ରେମିକା ରହୁଥିବା ବିଲଡିଂରେ ନିଆଁ ଲଗାଇଦେବାରୁ ସେଠାରେ ରହୁଥିବା ୭ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ରାତିରେ ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ଜଣକ ହେଲେ ୨୭ ବର୍ଷୀୟ ଶୁଭମ ଦିକ୍ସିତ। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ତେବେ ତାଙ୍କ ପ୍ରେମିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ ଶୁଭମ ଓରଫ ସଞ୍ଜୟ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ସମ୍ପର୍କ ଥିଲା। ସଞ୍ଜୟ ତାଙ୍କ ପ୍ରେମିକାଙ୍କୁ ଅନେକ ଉପହାର ଦେବା ସହ ଟଙ୍କା ମଧ୍ୟ ଦେଇଥିଲେ। ପ୍ରେମିକାଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଞ୍ଜୟ।  କିନ୍ତୁ ପ୍ରେମିକାଙ୍କ ଅନ୍ୟତ୍ର ବିବାହ ଠିକ୍‌ ହୋଇଗଲା। ଏହାପରେ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ଧିରେ ଧିରେ ଏହି କଳହ ତୀବ୍ର ହୋଇଥିଲା। ପ୍ରେମକିକାଙ୍କୁ ସଞ୍ଜୟ ଦେଇଥିବା ଟଙ୍କା ଫେରାଇ ଦେବାକୁ ଦାବି କରି ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ।  କିନ୍ତୁ ତାଙ୍କ ପ୍ରେମିକା ଟଙ୍କା ଫେରାଇବାକୁ ଅସମର୍ଥ ହୋଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୟ ପ୍ରେମିକାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲା।  ଗତକାଲି ରାତି ୨ଟା ବେଳେ ତାଙ୍କ ପ୍ରେମିକା ରହୁଥିବା ବିଲଡିଂକୁ ଆସିଥିଲା ସଞ୍ଜୟ। ଘରର ପାର୍କିଂ ଏରିଆରେ ଥିବା ପ୍ରେମିକାଙ୍କ ସ୍କୁଟିରେ ନିଆଁ ଲଗାଇ ଦେଇଥିଲେ ସଞ୍ଜୟ । ପରେ ଏହି ନିଆଁ ସେଠାରେ ଥିବା ଅନ୍ୟ ଗାଡ଼ିକୁ ବ୍ୟାପି ବିଲଡିଂରେ ଲାଗିଯାଇଥିଲା। ଦୁଇ ମହଲା ବିଶିଷ୍ଟ ବିଲଡିଂରେ ପ୍ରେମିକା ଓ ତାଙ୍କ ମା’ ରହୁଥିବା ବେଳେ ଅନ୍ୟ ଭଡ଼ାଟିଆମାନେ ମଧ୍ୟ ରହୁଥିଲେ। ତେବେ ରାତି ହୋଇଥିବାରୁ ବିଲଡିଂରୁ କେହି ହଠାତ କିଛି ଜାଣି ପାରି ନଥିଲେ। ଫଳରେ ନିଆଁ ଭିତରେ ଫସିଯାଇଥିଲେ। ତେବେ ଖବର ପାଇ ଅଗ୍ନିଶମବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବିଲଡିଂରେ ଥିବା ୭ ଜଣ ଭଡ଼ାଟିଆଙ୍କ ମୃତ୍ୟୁ ହୋଇଛି। କିନ୍ତୁ ପ୍ରେମିକା ଓ ତାଙ୍କ ମାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଭୟଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ଅଭିଯୁକ୍ତ ସଞ୍ଜୟ  ଘଟାଇଥିବା ଜଘନ୍ୟକାଣ୍ଡ ସିସିଟିଭିରେ କଏଦ ହୋଛି।  ଅଭିଯୁକ୍ତ ସଞ୍ଜୟଙ୍କ ଘର ହେଉଛି ଉତ୍ତରପ୍ରଦେଶ ଝାନସୀର। ତେବେ ଏହି ଘଟଣାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରରୁ ପ୍ରତ୍ୟେକ ୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ପୁଲିସ ଅଭିଯୁକ୍ତ ସଞ୍ଜୟଙ୍କୁ ଗିରଫ କରି ତାଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story