ଭାଉ ବଢ଼ାଇଲା ରିଲାଏନ୍ସ ଜିଓ, ମହଙ୍ଗା ହେଲା ଡାଟା

ନୂଆଦିଲ୍ଲୀ: ଭାଉ ବଢ଼ାଇଲା ରିଲାଏନ୍ସ ଜିଓ। ଏୟାରଟେଲ, ଭୋଡାଫୋନ୍ ଓ ଆଇଡିଆ ପରେ ରିଲାଏନ୍ସ ଜିଓ ଏହାର ପ୍ରିପେଡ୍ ଅସୀମିତ ପ୍ଲାନ ଗୁଡ଼ିକର ଦର ବୃଦ୍ଧି କରିଛି। ନୂତନ ବେସ୍ ପ୍ଲାନ୍ ବର୍ତ୍ତମାନ ୭୫ ଟଙ୍କା ବଦଳରେ ୯୧ ଟଙ୍କାରୁ ଆରମ୍ଭ ହେବ। ଏଥିରେ  ମାସିକ ୩ଜିବି ମାସିକ ଇଣ୍ଟରନେଟ୍ ଡାଟା ଏବଂ ୫୦ SMS ସୁବିଧା ରହିବ। ଏହାର ବୈଧତା ୨୮ ଦିନ ରହିବ। ତଥାପି  ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆର ମାସିକିଆ ପ୍ଲାନ୍‌ […]

jio

jio

Tapas Behera
  • Published: Sunday, 28 November 2021
  • Updated: 28 November 2021, 10:02 PM IST

Sports

Latest News

ନୂଆଦିଲ୍ଲୀ: ଭାଉ ବଢ଼ାଇଲା ରିଲାଏନ୍ସ ଜିଓ। ଏୟାରଟେଲ, ଭୋଡାଫୋନ୍ ଓ ଆଇଡିଆ ପରେ ରିଲାଏନ୍ସ ଜିଓ ଏହାର ପ୍ରିପେଡ୍ ଅସୀମିତ ପ୍ଲାନ ଗୁଡ଼ିକର ଦର ବୃଦ୍ଧି କରିଛି। ନୂତନ ବେସ୍ ପ୍ଲାନ୍ ବର୍ତ୍ତମାନ ୭୫ ଟଙ୍କା ବଦଳରେ ୯୧ ଟଙ୍କାରୁ ଆରମ୍ଭ ହେବ। ଏଥିରେ  ମାସିକ ୩ଜିବି ମାସିକ ଇଣ୍ଟରନେଟ୍ ଡାଟା ଏବଂ ୫୦ SMS ସୁବିଧା ରହିବ।

ଏହାର ବୈଧତା ୨୮ ଦିନ ରହିବ। ତଥାପି  ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆର ମାସିକିଆ ପ୍ଲାନ୍‌ ଠାରୁ ଟିକେ ସସ୍ତା ରହିବ। କାରଣ ଉଭୟଙ୍କର ଯଥାକ୍ରମେ ୯୯ ଟଙ୍କା ପ୍ଲାନ ରହୁଛି। ପୂର୍ବରୁ ଏୟାରଟେଲ ଏବଂ ଭୋଡାଫୋନ୍‌ ପ୍ରିପେଡ ପ୍ଲାନ ଦର ବୃଦ୍ଧି କରିଥିଲେ। ସେମାନଙ୍କ ଭଳି ରିଲାଏନ୍ସ ଜିଓ ମଧ୍ୟ ଏହାର ପ୍ଲାନ ମୂଲ୍ୟ ପ୍ରାୟ ୨୦ରୁ ୨୫ ପ୍ରତିଶତ ବୃଦ୍ଧି କରିଛି। ଏକ ପ୍ରେସ ନୋଟରେ ରିଲାଏନ୍ସ ଜିଓ କହିଛନ୍ତି ଯେ, ନୂତନ ଅସୀମିତ ଯୋଜନା ଡିସେମ୍ବର୧ ରୁ ଲାଗୁ ହେବ। ସେହିପରି  ବେସ୍ ପ୍ଲାନ ଟାରିଫ ମୂଲ୍ୟ ୯୧ ଟଙ୍କା ହେବା ପରେ  ପୁରୁଣା ୧୨୯ ଟଙ୍କା ପ୍ରିପେଡ୍ ପ୍ଲାନର ମୂଲ୍ୟ ୧୫୫ ଟଙ୍କାକୁ ବୃଦ୍ଧି ପାଇଛି।

ଏହାର ବୈଧତା ୨୮ ଦିନ ରହିବ। ଏଥିରେ ଉପଭୋକ୍ତାମାନେ ସମୁଦାୟ ୩୦୦ SMS ସହିତ ମାସକୁ 2GB ଇଣ୍ଟରନେଟ୍ ଡାଟା ଉପଭୋଗ କରିପାରିବେ। ସେହିପରି  ୧୭୯ ଟଙ୍କା ପ୍ଲାନ୍‌ (ପୂର୍ବରୁ ୧୪୯ ଟଙ୍କା), ୨୩୯ଟଙ୍କା (ପୂର୍ବରୁ ୧୯୯ ଟଙ୍କା) ଏବଂ ୨୯୯ ଟଙ୍କା (ପୂର୍ବରୁ ୨୪୯ ଟଙ୍କା)କୁ ବୃଦ୍ଧି କରାଯାଇଛି। ସମସ୍ତ ଯୋଜନା ୨୮ ଦିନ ପର୍ଯ୍ୟନ୍ତ ବୈଧତା ପୂରଣ କରିବ। ଏଥିରେ 2 ଜିବି ଇଣ୍ଟରନେଟ୍ ଡାଟା ଉପଲବ୍ଧ ହେବ। ୧୨୯ ଟଙ୍କାର ଜିଓର ଅସୀମିତ ଯୋଜନା ପାଇଁ ବର୍ତ୍ତମାନ ୧୫୫ ଟଙ୍କା ଦେବାକୁ ପଡିବ। ଜିଓ ଏହାର ବାର୍ଷିକ ରିଚାର୍ଜ ପ୍ଲାନରେ ସର୍ବାଧିକ ୪୮୦ ଟଙ୍କା ବୃଦ୍ଧି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos