କାଜିରଙ୍ଗା ପାର୍କରେ ରାତିରେ ବୁଲିଲେ ସଦଗୁରୁଙ୍କ ସହ ମୁଖ୍ୟମନ୍ତ୍ରୀ, ପୁଲିସରେ ଅଭିଯୋଗ

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କାଜିରଙ୍ଗା ପାର୍କରେ କରିଥିବା ନାଇଟ ସଫାରୀ ବା ଗାଡ଼ି ଧରି ପାର୍କରେ ବୁଲିବାକୁ ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମାଙ୍କ ସହ ଏହି ନାଇଟ ସଫାରୀରେ ସଦଗୁରୁ ଜାଗି ବାସୁଦେବ ଓ ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତା ମଲ୍ଲା ବରୁଆ ମଧ୍ୟ ରହିଥିଲେ। ସେମାନେ ରାତି ବେଳେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରବେଶ କରି ବନ୍ୟଜନ୍ତୁ ସୁରକ୍ଷା ଆଇନକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଆସାମର […]

sadguru

sadguru

Hemant Lenka
  • Published: Monday, 26 September 2022
  • Updated: 26 September 2022, 12:22 PM IST

Sports

Latest News

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କାଜିରଙ୍ଗା ପାର୍କରେ କରିଥିବା ନାଇଟ ସଫାରୀ ବା ଗାଡ଼ି ଧରି ପାର୍କରେ ବୁଲିବାକୁ ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମାଙ୍କ ସହ ଏହି ନାଇଟ ସଫାରୀରେ ସଦଗୁରୁ ଜାଗି ବାସୁଦେବ ଓ ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତା ମଲ୍ଲା ବରୁଆ ମଧ୍ୟ ରହିଥିଲେ। ସେମାନେ ରାତି ବେଳେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରବେଶ କରି ବନ୍ୟଜନ୍ତୁ ସୁରକ୍ଷା ଆଇନକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ଆସାମର ୨ ଜଣ ସ୍ୱେଚ୍ଛାସେବୀ ପୁଲିସ୍‌ରେ ସଦଗୁରୁ, ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଓ ମନ୍ତ୍ରୀ ବରୁଆଙ୍କ ନାଁରେ ଅଭିଯୋଗ କରିଛନ୍ତି। ସେମାନେ ଧାର୍ଯ୍ୟ ସମୟ ପରେ ଶନିବାର ଦିନ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଗାଡ଼ି ଧରି ବୁଲିଥିବା ଦାବି କରାଯାଇଛି। ୨ ସ୍ୱେଚ୍ଛାସେବୀଙ୍କ କହିବା କଥା ହେଉଛି, ଭାରତୀୟ ଗଣ୍ଡାଙ୍କ ଭୂସ୍ୱର୍ଗ ହେଉଛି କାଜିରଙ୍ଗା ଜାତୀୟ ଉଦ୍ୟାନ। ଏଠାରେ ସେମାନେ ଚଳପ୍ରଚଳ ସହ ସୁରକ୍ଷିତ ଭାବେ ରହିଥାଆନ୍ତି।

ହେଲେ ସଦଗୁରୁ, ବିଶ୍ୱଶର୍ମା ଓ ବରୁଆ ଶନିବାର ଦିନ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ର ଉଲ୍ଲଙ୍ଘନ କରିଛନ୍ତି। ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ, ଧାର୍ଯ୍ୟ ସମୟ ପରେ କୌଣସି ବି ଲୋକ ସଂରକ୍ଷିତ ଅଞ୍ଚଳରେ ନାଇଟ ସଫାରୀ କରିପାରିବେ ନାହିଁ। କାରଣ ଏହା ବନ୍ୟଜନ୍ତୁଙ୍କ ଜୀବନ ଓ ଚଳପ୍ରଚଳରେ ସମସ୍ୟା ସୃଷ୍ଟି କରିଥାଏ।

ସ୍ଥାନୀୟ ଚ୍ୟାନେଲ ଓ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସଦଗୁରୁ ଗୋଟିଏ ଖୋଲା ସଫାରୀ ଏସ୍‌ୟୁଭି ଚଳାଉଥିବା ଦେ‌ଖିବାକୁ ମିଳିଛି। ଏହି ସମୟରେ ତାଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଓ ପଛରେ ମନ୍ତ୍ରୀ ବରୁଆ ବସିଛନ୍ତି। ୩ ଜଣ ଯାକ ବେଶ ହସଖୁସରେ ପାର୍କ ଭିତରେ ନାଇଟ ସଫାରୀ କରୁଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି।

ତେବେ ନିୟମ ଉଲ୍ଲଙ୍ଘନ ଅଭିଯୋଗକୁ ବିଶ୍ୱଶର୍ମା ଖଣ୍ଡନ କରିଛନ୍ତି, “କୌଣସି ପ୍ରକାରର ନିୟମ କେହି ବି ଭାଙ୍ଗି ନାହାନ୍ତି। ବନ୍ୟଜନ୍ତୁ ଆଇନ ଅନୁଯାୟୀ ସଂରକ୍ଷିତ ଅଞ୍ଚଳକୁ ୱାର୍ଡେନ ଚାହିଁଲେ ରାତି ସମୟରେ ଭ୍ରମଣ ପାଇଁ ଅନୁମତି ଦେଇପାରିବେ। ରାତିରେ ଲୋକଙ୍କ ପ୍ରବେଶ ଉପରେ କେଉଁ ଆଇନରେ ବି ବ୍ୟବସ୍ଥା ନାହିଁ। ଚଳିତ ବର୍ଷ ପାଇଁ ଆମେ ପାର୍କର ଓପନିଂ କରିଛୁ। ଏବେ ସଦଗୁରୁ ଓ ଶ୍ରୀଶ୍ରୀ ରବି ଶଙ୍କର ଆସିଛନ୍ତି। ସେମାନଙ୍କର ଲକ୍ଷାଧିକ ଅନୁଗାମୀ ଥିବାରୁ ଆମର ଆଶା ଚଳିତ ବର୍ଷ କାଜିରଙ୍ଗାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ।”

ଆସାମର ସିସିଏଫ ଏମକେ ଯାଦବ କହିଛନ୍ତି ଯେ “ଜଙ୍ଗଲ ବିଭାଗ ସଦଗୁରୁ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲା। ତେଣୁ ସଦଗୁରୁ ଓ ଆମ ମୁଖ୍ୟମନ୍ତ୍ରୀ ପାର୍କ ଭିତରେ ବିଳମ୍ବିତ ରାତିରେ ପଶିଥିଲେ ଓ ନାଇଟ ସଫାରୀ ମଜା ଉଠାଇଥିଲେ ବୋଲି କହିବା ଭୁଲ। ସେମାନଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଥିଲା। କିନ୍ତୁ ଅନ୍ଧାର ହୋଇଯାଇଥିଲା ବୋଲି ଆମେ କ’ଣ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଥାଆନ୍ତୁ?”

ସ୍ୱେଚ୍ଛାସେବୀ ସୋନେସ୍ୱର ନରାହ ଓ ପ୍ରବୀଣ ପେଗୁ ହିଁ ଗୋଲାଘାଟ ଜିଲ୍ଲା ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ସମସ୍ତଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଭୟ ଦାବି କରିଛନ୍ତି। ପୁଲିସ୍‌ କହିଛି ଯେ କୌଣସି ପ୍ରକାରର ଏଫଆଇଆର ହୋଇନାହିଁ। କିନ୍ତୁ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି।

ଜୀପାଲ କୃଷକ ଶ୍ରମିକ ସଂଘର ମୁଖ୍ୟ ପରାମର୍ଶଦାତା ସୋନେସ୍ୱର ନରାହ କହିଛନ୍ତି, “ଆମେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ମନ୍ତ୍ରୀ ଜୟନ୍ତା ମଲ୍ଲା ବରୁଆ ଓ ସଦଗୁରୁଙ୍କ ବିରୋଧରେ ଅଭିଯୋଗ କରିଛୁ। ସେମାନେ ୧୯୭୨ ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଙ୍ଘନ କରିଛନ୍ତି। ଅପରାହ୍ନ ୪ଟା ପରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ସଫାରୀ ବା ବୁଲିବା ପାଇଁ ଅନୁମତି ନାହିଁ।

ହେଲେ ସେମାନେ ସନ୍ଧ୍ୟା ୬ଟା ପରେ ମଧ୍ୟ ପାର୍କ ଭିତରେ ଗାଡ଼ିଧରି ମଉଜ କରିଥିଲେ। ଆମେ ଦୀର୍ଘବର୍ଷ ହେଲାଣି କାଜିରଙ୍ଗା ଜାତୀୟ ଉଦ୍ୟାନର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହୁଛୁ। ଜାତୀୟ ଉଦ୍ୟାନ ପାଇଁ ଅନେକ ବଳିଦାନ ଦେଇଛୁ। ଆମମାନଙ୍କର ଅନେକ ଲୋକଙ୍କୁ ଜଙ୍ଗଲ ବିଭାଗର କର୍ମଚାରୀମାନେ ଶିକାରୀ ଭାବେ ବିବେଚନା କରି ହତ୍ୟା କରିଛନ୍ତି।

ଆଇନ ସମସ୍ତଙ୍କ ପାଇଁ ସମାନ। ସେମାନେ କେମିତି ବନ୍ୟଜନ୍ତୁ ସୁରକ୍ଷିତ ଆଇନକୁ ଉଲ୍ଲଙ୍ଘନ କରିବେ? ଆମେ ଏପରି କାର୍ଯ୍ୟକ୍ରମକୁ ଆଦୌ ବରଦାସ୍ତ କରିବୁ ନାହିଁ। ସେମାନଙ୍କୁ ଆଇନ ଉଲ୍ଲଙ୍ଘନ ପାଇଁ ଗିରଫ କରାଯିବା ଦରକାର।”

ସୋଶାଲ ମିଡିଆରେ ସଫାରୀ ବେଳର ଭିଡିଓ ଭାଇରାଲ ହେବା ପରେ ଏହାକୁ ଅନେକ ସମାଲୋଚନା କରିବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story