ଚାଷରେ ଗ୍ଲାଇକୋଫୋସେଟ୍‌କୁ ନିଷିଦ୍ଧ ପାଇଁ ଦାବି

ନୂଆଦିଲ୍ଲୀ: ଘାସ ମରା ପାଇଁ ଚାଷ କ୍ଷେତ୍ରରେ ବ୍ୟବହାର ହେଉଥିବା ଗ୍ଲାଇକୋଫୋସେଟ୍‌କୁ ନିଷିଦ୍ଧ କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଶାଖା ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏହି ଔଷଧ ସ୍ୱାସ୍ଥ୍ୟ ଏବଂ ଚାଷୀଙ୍କ ହାନିକାର ବୋଲି କୁହାଯାଇଛି। ବିଶେଷ କରି ଏହା ଚାଷ ଜମିର ଉର୍ବତାକୁ ନଷ୍ଠ କରିଦେବା ସହ ବିଷାକ୍ତ ମଧ୍ୟ କରିଦିଏ। ଏନେଇ ୨ଲକ୍ଷ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂଙ୍କୁ ପ୍ରଦାନ କରାଯାଇଛି। […]

io

io

Tapas Behera
  • Published: Saturday, 11 December 2021
  • Updated: 11 December 2021, 06:49 PM IST

Sports

Latest News

ନୂଆଦିଲ୍ଲୀ: ଘାସ ମରା ପାଇଁ ଚାଷ କ୍ଷେତ୍ରରେ ବ୍ୟବହାର ହେଉଥିବା ଗ୍ଲାଇକୋଫୋସେଟ୍‌କୁ ନିଷିଦ୍ଧ କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଶାଖା ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏହି ଔଷଧ ସ୍ୱାସ୍ଥ୍ୟ ଏବଂ ଚାଷୀଙ୍କ ହାନିକାର ବୋଲି କୁହାଯାଇଛି। ବିଶେଷ କରି ଏହା ଚାଷ ଜମିର ଉର୍ବତାକୁ ନଷ୍ଠ କରିଦେବା ସହ ବିଷାକ୍ତ ମଧ୍ୟ କରିଦିଏ।

ଏନେଇ ୨ଲକ୍ଷ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂଙ୍କୁ ପ୍ରଦାନ କରାଯାଇଛି। ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଗ୍ଲାଇଫୋସେଟର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସରକାର ଏହାର ଉଦ୍ଦେଶ୍ୟ ଦର୍ଶାଇ ୨୦୨୦ରେ ଏହାହକୁ କୌଣସି ବ୍ୟକ୍ତି ବ୍ୟବହାର କରିପାରିବେ ନାହିଁ ବୋଲି କହିଥିଲେ।

କିନ୍ତୁ ସରକାରଙ୍କ ଏହି ପଦକ୍ଷେପ ଯଥେଷ୍ଟ ନୁହେଁ। କାରଣ ଏହାକୁ  ଖୁଲମଖୋଲା ବ୍ୟବହାର କରାଯାଉଛି। ଏହାକୁ ସରକାର ସମ୍ପୂର୍ଣ୍ଣ ବ୍ୟାନ୍‌ କରିବା ଉଚିତ ବୋଲି ମଞ୍ଚ ପକ୍ଷରୁ ଦାବି କରାଯାଇଛି। ବିଶେଷ କରି ହର୍ବିସାଇଟ୍ ଟଲେରେଣ୍ଟ ଚାଷ ପାଇଁ ଏହି ଗ୍ଲାଇକୋଫୋସେଟ୍‌ ବ୍ୟବହାର କରାଯାଉଉଛି।

ଯେଉଁ ଚାଷ ବେଆଇନ୍‌ ବୋଲି ଉକ୍ତ ମଞ୍ଚ ପକ୍ଷରୁ କୁହାଯାଇଛି। ସେହିପରି ଉଭୟ ତୃଣ ନିୟନ୍ତ୍ରଣ ଏବଂ ଫସଲ ଅମଳ ପୂର୍ବରୁ ଏହି ଔଷଧକୁ ବ୍ୟବହାର କରାଯାଉଛି। ଏହି  ଗ୍ଲାଇଫୋସେଟ ବ୍ୟବହାରକୁ ନେଇ ସରକାରୀ କଟକଣା କାର୍ଯ୍ୟରୀ କରାଯାଉନଥିବାରୁ ଏହାର ବହୁଳ ବ୍ୟବହାର ଚାଲିଛି। ଯେଉଁଥିପାଇଁ ଏହା ଖାଉଟିଙ୍କ ପାଇଁ  କ୍ଷତିକାରକ ବୋଲି ମଞ୍ଚ କହିଛି ।  ଏହି ଦାବିକୁ  ମନ୍ତ୍ରଣାଳୟ ତରଫରୁ ଗମ୍ଭୀରତାର ସହ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos