୫ ବର୍ଷୀୟ ଝିଅ ଦେହରେ 'ମଙ୍କିପକ୍ସ' ଲକ୍ଷଣ, ପରୀକ୍ଷା ପାଇଁ ଗଲା ନମୂନା

ଲକ୍ଷ୍ନୌ: କରୋନା ମହାମାରୀ ପରେ ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି ମଙ୍କିପକ୍ସ ଭାଇରସ। ଅନେକ ଦେଶରେ ମଧ୍ୟ ଏହି ମଙ୍କିପକ୍ସ ବ୍ୟାପି ସାରିଲାଣି। ଏହାରି ଭିତରେ ଏବେ ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ୫ ବର୍ଷର ଝିଅ ଦେହରେ ଏହି ଭାଇରସ ଲକ୍ଷଣ ଦେଖାଦେଇଛି। ଏହା ସାମ୍ନାକୁ ଆସିବା ପରେ ସୁରକ୍ଷା ଦୃଷ୍ଟିରୁ ତା’ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ଏନେଇ ଗାଜିଆବାଦ ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। ଝିଅଟିର ଦେହ ସାରା କୁଣ୍ଡେଇ ହବା […]

Monkey Pox

Monkey Pox

Madhupriya Mistry
  • Published: Saturday, 04 June 2022
  • Updated: 04 June 2022, 11:38 AM IST

Sports

Latest News

ଲକ୍ଷ୍ନୌ: କରୋନା ମହାମାରୀ ପରେ ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି ମଙ୍କିପକ୍ସ ଭାଇରସ। ଅନେକ ଦେଶରେ ମଧ୍ୟ ଏହି ମଙ୍କିପକ୍ସ ବ୍ୟାପି ସାରିଲାଣି। ଏହାରି ଭିତରେ ଏବେ ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ୫ ବର୍ଷର ଝିଅ ଦେହରେ ଏହି ଭାଇରସ ଲକ୍ଷଣ ଦେଖାଦେଇଛି। ଏହା ସାମ୍ନାକୁ ଆସିବା ପରେ ସୁରକ୍ଷା ଦୃଷ୍ଟିରୁ ତା' ନମୂନା ପରୀକ୍ଷା ପାଇଁ ପଠାଯାଇଛି। ଏନେଇ ଗାଜିଆବାଦ ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।

ଝିଅଟିର ଦେହ ସାରା କୁଣ୍ଡେଇ ହବା ସହ ଘା' ହୋଇଯାଉଥିବା ନେଇ ଅଭିଯୋଗ ଆସିବା ପରେ ତୁରନ୍ତ ତା'ର ମଙ୍କିପକ୍ସ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରାଯାଇଛି। ତେବେ ଝିଅର ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ। ଏଥିସହ ଗତ ୧ ମାସ ହେବ ତା'ର କେହିବି ସମ୍ପର୍କୀୟ ବିଦେଶ ଯାତ୍ରା କରିନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

https://twitter.com/ANINewsUP/status/1532925350866722816?s=20&t=Wq8D8Pu9e0Ybjfte7eBkcw

ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ଗୁରୁତ୍ୱ ଦେଇ ଏକ ଜରୁରୀ ବୈଠକ କରିଥିଲେ। ବର୍ତ୍ତମାନ ଭାରତ ମଧ୍ୟ ମଙ୍କିପକ୍ସକୁ ନେଇ ସତର୍କ ହୋଇପାରିଛି। ଜନସଂଖ୍ୟା ଦୃଷ୍ଟିରୁ ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶ ସରକାର ଏ ସମ୍ପର୍କରେ ଏକ ଆଡଭାଇଜରୀ ମଧ୍ୟ ଜାରି କରିଛନ୍ତି।

ଖବର ସରବରାହ ସଂସ୍ଥା ଏଏନ୍‌ଆଇ ମୁତାବକ, ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ସତର୍କ କରଯାଇଛି। ମଙ୍କିପକ୍ସ ସମ୍ବନ୍ଧରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଏକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଥିଲା। ୟୁପି ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଡଭାଇଜରୀରେ ଏହି ରୋଗର ଲକ୍ଷଣ ବିଷୟରେ ସୂଚନା ଦିଆଯାଇଥିଲା।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ମଙ୍କିପକ୍ସରେ ପୀଡିତ ବ୍ୟକ୍ତିଙ୍କ ଦେହ ସାରା କୁଣ୍ଡେଇ ହେବା ସହ ଦେହରେ ଓ ମୁହଁରେ ଘା' ହୋଇଯାଏ। ଏଥିସହ ଥଣ୍ଡା ଭଳି ଅସୁସ୍ଥା ଅନୁଭବ ହୁଏ। ଏହି ଲକ୍ଷଣ ଦୁଇରୁ ୪ ସପ୍ତାହ ଯାଏଁ ରୁହେ।

ଉଲ୍ଲେଖଯୋଗ, ଦେଶରେ ମଙ୍କିପକ୍ସର ଏଯାଏଁ କୌଣସି ମାମଲା ସାମ୍ନାକୁ ଆସିନାହିଁ। ତଥାପି, ୟୁରୋପରୁ ଆମେରିକା ଯାଏଁ ଦ୍ରୁତ ଗତିରେ ବ୍ୟାପୁଥିବା ଏହି ରୋଗକୁ ଦୃଷ୍ଟିରେ ରଖି ସରକାର ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। କୁହାଯାଉଛି ଯେ ଚର୍ମ, ପାଟି, ଆଖି ଏବଂ ନାକ ଦେଇ ମଙ୍କିପକ୍ସ ଜୀବାଣୁ ମଣିଷ ଶରୀରରେ ପ୍ରବେଶ କରିଥାଏ। ଆଫ୍ରିକାର କେତେକ ପ୍ରାନ୍ତ ହେଉଛି ଏହି ରୋଗର ମୂଳସ୍ଥାନ। ସେଠାରେ କୃଦନ୍ତ (ଠେକୁଆ, ମୂଷା ଆଦି ଜୀବ) ଅଥବା କ୍ଷୁଦ୍ର ଜନ୍ତୁମାନେ କାମୁଡ଼ିଲେ ଲୋକେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story