ନୂଆଦିଲ୍ଲୀ: 'କେନ୍ଦ୍ର ସରକାରଙ୍କ ବିରୋଧରେ କହିବା ବନ୍ଦ କର। ଚୁପ୍ ରହିଲେ ଉପ-ରାଷ୍ଟ୍ରପତି ବନାଇ ଦେବୁ। ଏଭଳି କିଛି ଦିଆଯାଇଥିଲା ସଙ୍କେତ।' ପ୍ରଧାନମନ୍ତ୍ରୀଙ୍କୁ ଘମଣ୍ଡି କହିସାରିଥିବା ମେଘାଳୟ ରାଜ୍ୟପାଳ ତଥା ଜାଠ୍ ନେତା ସତ୍ୟପାଲ ମଲ୍ଲିକ ଏଭଳି କିଛି ଦାବି କରି କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି।
ସତ୍ୟପାଲ ମଲ୍ଲିକ ଶନିବାର ରାଜସ୍ଥାନ ଗସ୍ତରେ ଆସିଥିଲେ। ଏଠାରେ ସେ ଞ୍ଝୁଞ୍ଝୁନୁ ଜିଲ୍ଲାର ବଗଡ ଅଞ୍ଚଳରେ ପହଞ୍ଚିଥିଲେ। ସାମ୍ବାଦିକଙ୍କ ସହ କଥାବାର୍ତ୍ତାବେଳେ ସେ ଉପ ରାଷ୍ଟ୍ରପତି ପଦକୁ ନେଇ ବଡ ବୟାନ ଦେଇଥିଲେ। ସେ କହିଥିଲେ, 'ଜଗଦୀପ ଧନଖଡ ଏହି ପଦବୀ ପାଇବା ପାଇଁ ଯୋଗ୍ୟ। କିନ୍ତୁ ମୋତେ ବି ଇଶାରା ମିଳିଥିଲା, ଯଦି ତୁମେ ଚୁପ୍ ରହିବ ତେବେ ତୁମକୁ ଉପ ରାଷ୍ଟ୍ରପତି କରିଦିଆଯିବ ବୋଲି କୁହାଯାଇଥିଲା। ହେଲେ ଏହାକୁ ମୁଁ ପତ୍ୟାଖାନ କରିଦେଇଥିଲେ। ବିଜେପିରେ ଏଭଳି ଅନେକ ନେତା ଅଛନ୍ତି ଯାହାଙ୍କ ଉପରେ ଇଡି, ସିବିଆଇ ଓ ଆଇଟି ବିଭାଗର ରେଡ୍ କରିପାରିବ। ହେଲେ ସରକାର ଦଳୀୟ ନେତାଙ୍କ ଉପରେ ଚଢାଉ ହେବାକୁ ଦେଉ ନାହାଁନ୍ତି।'
ସେ ଆହୁରି କହିଥିଲେ,'ମୁଁ ଯାହା ଅନୁଭବ କରେ ତାହା କହିଦିଏ। ଯଦି ସତ କଥା କହି କିଛି ହରେଇବାକୁ ପଡେ ତେବେ ତା' ପାଇଁ ମୁଁ ପ୍ରସ୍ତୁତ। ସେପଟେ ଇଡି ଓ ସିବିଆଇର ଛାଟ କେବଳ ବିରୋଧୀ ନେତାଙ୍କ ଉପରେ ପଡୁଛି କିନ୍ତୁ ବିଜେପିର ଅନେକ ନେତା ଅଛନ୍ତି ଯେଉଁମାନଙ୍କ ଉପରେ ଜାତୀୟ ତନ୍ତକାରୀ ଏଜେନ୍ସିର ମଧ୍ୟ ଛାଟ ପଡିପାରିବ। କିନ୍ତୁ ତାହା ହେଉନାହିଁ।'
କୃଷକମାନଙ୍କ ଉତ୍ପାଦିତ ଖାଦ୍ୟ ଶଷ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ନେଇ ସତ୍ୟପାଲ କହିଛନ୍ତି କି ମୋତେ ଲାଗୁ ନାହିଁ ସରକାର ଏନେଇ କିଛି ନିଷ୍ପତ୍ତି ନେବେ। ଆଦାନୀଙ୍କ ସଂମ୍ପତ୍ତି ଯେଉଁ ତୁଳନାରେ ବଢୁଛି ସେହି ତୁଳନାରେ କୃଷକଙ୍କ ଆୟ କାହିଁକି ବଢୁନାହିଁ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହାସହ ରାଜ୍ୟପାଳ କାର୍ଯ୍ୟକାଳ ସରିବା ପରେ ତୁରନ୍ତ କୃଷକଙ୍କ ମଧ୍ୟରେ ରହିବାକୁ ତାଙ୍କ ସହ ସାମିଲ ହେବାକୁ ସେ କହିଛନ୍ତି।
ସତ୍ୟପାଲ ମଲ୍ଲିକ ବର୍ତ୍ତମାନ ମେଘାଳୟର ରାଜ୍ୟପାଳ ଅଛନ୍ତି। ସେ ତାଙ୍କର ତୀକ୍ଷ୍ଣ ମନୋଭାବ ପାଇଁ ବେଶ୍ ଜଣାଶୁଣା। ଦଳରେ ରହି ମଧ୍ୟ ସେ ବାରମ୍ବାର ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। କେନ୍ଦ୍ର ସରକାରଙ୍କ ତିନି କୃଷି ଅଇନ୍ ଠାରୁ ଆରମ୍ଭ କରି ଅଗ୍ନିବୀର ଯୋଜନାକୁ ମଧ୍ୟ ସତ୍ୟପାଳ ବିରୋଧ କରିଛନ୍ତି।
୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରେ ଦଳ ତାଙ୍କୁ ବିହାରର ରାଜ୍ୟପାଳ କରିଥିଲା। ଏହା ପରେ ସେ ଜମ୍ମୁ କଶ୍ମୀର, ଗୋଆ ଏବଂ ପରେ ମେଘାଳୟର ରାଜ୍ୟପାଳ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।