ସବୁ କିଛିକୁ ସାଂପ୍ରଦାୟିକ ରଙ୍ଗ ଦିଆଯାଉଛି କହିଲେ, ମିଡିଆ ଉପରେ ବର୍ଷିଲେ

ନୂଆଦିଲ୍ଲୀ: ଦେଶର କିଛି ଗଣମାଧ୍ୟମ ସବୁ ପ୍ରସଙ୍ଗକୁ ସାଂପ୍ରଦାୟିକ ରଙ୍ଗ ଦେଉଥିବା କଥା କହି ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ମହାମାରୀ କରୋନାର ପ୍ରଥମ ଲହର ବେଳେ କିଛି ମିଡିଆ ଚ୍ୟାନେଲ ଦିଲ୍ଲୀରେ ଆୟୋଜିତ ତବଲିଗ ଜମାତ କାର୍ଯ୍ୟକ୍ରମକୁ ଜାଣିଶୁଣି ସାଂପ୍ରଦାୟିକତା ରଙ୍ଗ ଦେଇଥିବାରୁ ସୁପ୍ରିମକୋର୍ଟ ଏହାକୁ ନାସପନ୍ଦ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି, “ମୁଁ ଜାଣିନି କାହିଁକି ଏସବୁ ଘଟୁଛି? ସବୁ କିଛି ପ୍ରସଙ୍ଗକୁ ସାଂପ୍ରଦାୟିକ ରଙ୍ଗ ଦିଆଯାଉଛି। ୱେବ […]

SC

SC

Hemant Lenka
  • Published: Thursday, 02 September 2021
  • Updated: 02 September 2021, 04:02 PM IST

Sports

Latest News

ନୂଆଦିଲ୍ଲୀ: ଦେଶର କିଛି ଗଣମାଧ୍ୟମ ସବୁ ପ୍ରସଙ୍ଗକୁ ସାଂପ୍ରଦାୟିକ ରଙ୍ଗ ଦେଉଥିବା କଥା କହି ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ମହାମାରୀ କରୋନାର ପ୍ରଥମ ଲହର ବେଳେ କିଛି ମିଡିଆ ଚ୍ୟାନେଲ ଦିଲ୍ଲୀରେ ଆୟୋଜିତ ତବଲିଗ ଜମାତ କାର୍ଯ୍ୟକ୍ରମକୁ ଜାଣିଶୁଣି ସାଂପ୍ରଦାୟିକତା ରଙ୍ଗ ଦେଇଥିବାରୁ ସୁପ୍ରିମକୋର୍ଟ ଏହାକୁ ନାସପନ୍ଦ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି, “ମୁଁ ଜାଣିନି କାହିଁକି ଏସବୁ ଘଟୁଛି? ସବୁ କିଛି ପ୍ରସଙ୍ଗକୁ ସାଂପ୍ରଦାୟିକ ରଙ୍ଗ ଦିଆଯାଉଛି। ୱେବ ପୋର୍ଟାଲଗୁଡ଼ିକ କାହା ଅଧୀନରେ ନାହାନ୍ତି। ଯଦି ଆପଣମାନେ ୟୁଟ୍ୟୁବକୁ ଯିବେ, ସେଠାରେ କେତେ ପରିମାଣରେ ଫେକ୍‌ ଓ ଭୁଲ ତଥ୍ୟ ସମ୍ବଳିତ ଖବରମାନ ପ୍ରଚାର କରାଯାଉଛି, ସେକଥା ଦେଖିବେ।

ଯେକୌଣସି ଲୋକ ନିଜ ଇଚ୍ଛା ଅନୁସାରେ ଚ୍ୟାନେଲ ଆରମ୍ଭ କରିପାରୁଛନ୍ତି। ସେମାନେ ଖବରକୁ ଭିନ୍ନଭିନ୍ନ ରଙ୍ଗ ଦେଇ ପ୍ରସାରଣ କରୁଛନ୍ତି। ୱେବ ପୋର୍ଟାଲର କାର୍ଯ୍ୟକଳାପ ଦେଖିବାକୁ କେହି ନାହାନ୍ତି। ତା’ହା ହେଉଛି ସବୁଠାରୁ ବଡ଼ ସମସ୍ୟା। ଏପରି ଘଟଣା ପୂରା ଦେଶର ଛବିକୁ ମଧ୍ୟ ଖରାପ କରୁଛି।”

ପ୍ରଧାନ ବିଚାରପତି ଆହୁରି କହିଛନ୍ତି, ଫେସବୁକ, ଟ୍ୱିଟର ଓ ୟୁଟ୍ୟୁବ କାହା କଥା ଶୁଣୁ ନାହାନ୍ତି। କୌଣସି ତଥ୍ୟ ନଥାଇ ଏଗୁଡ଼ିକରେ ବିଚାରପତି ଓ ନ୍ୟାୟପାଳିକା ବିରୋଧରେ ବିଭିନ୍ନ ମନ୍ତବ୍ୟ ଦିଆଯାଉଛି।

ତବଲିଗ ଜମାତ ବିରୋଧରେ ଖବର ପ୍ରସାରଣ କରି କିଛି ଗଣମାଧ୍ୟମ ଅଭଦ୍ର ଭାଷା ପ୍ରୟୋଗ କରିଥିଲେ। ଏହା ବିରୋଧରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା। ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହାର ଶୁଣାଣି କରି ଆଜି ଏପରି ମତ ଦେଇଛନ୍ତି। ମିଡିଆର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଗଠନ ହେବାକୁଥିବା ରେଗୁଲେଟୋରୀ କମିଶନ କୁଆଡ଼େ ଗଲା ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ପ୍ରେସ ସ୍ୱାଧୀନତା ଓ ସୂଚନା ଜାଣିବା ପାଇଁ ଲୋକଙ୍କ ଅଧିକାର ମଧ୍ୟରେ ବାଲାନ୍ସ ରଖାଯାଉଛି। କୌଣସି ଅତିରଞ୍ଜିତ କିମ୍ବା ଭୁଲ ତଥ୍ୟ ଯେମିତି ପ୍ରସାରଣ ନ ହେବ, ତା’ ଉପରେ ଗୁରୁତ୍ୱ ଦେଉଛୁ। ୱେବ ପୋର୍ଟାଲ ଓ ବ୍ରଡକାଷ୍ଟର୍ସଙ୍କ ପାଇଁ ନିୟମ ପ୍ରଣୟନ କରାଯାଇଛି।” ଏଥିସହ ବିଭିନ୍ନ ହାଇକୋର୍ଟରେ ରୁଜୁ ହୋଇଥିବା ଆଇଟି ନିୟମ ସଂକ୍ରାନ୍ତ ଆବେଦନଗୁଡ଼ିକୁ ସୁପ୍ରିମକୋର୍ଟଙ୍କୁ ବଦଳି କରିବାକୁ ମଧ୍ୟ କେନ୍ଦ୍ର ସରକାର କହିଛନ୍ତି।

ଏବେ ମାମଲାର ପରବର୍ତ୍ତୀ ଶୁଣାଣି ୬ ସପ୍ତାହ ପରେ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story