୨୦ ମାସ ପରେ କାଲି ଖୋଲିବ ସ୍କୁଲ

ମୁମ୍ବାଇ: ଦୀର୍ଘ ଦିନ ଧରି ଘରେ ରହିବା ପରେ ପିଲା ସ୍କୁଲ ଯିବେ। ବିଦ୍ୟାଳୟ ଖୋଲିବ। ପିଲା ପାଠ ପଢ଼ିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁମ୍ବାଇରେ ମହାମାରୀ ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ବନ୍ଦ ଥିବା ସ୍କୁଲ ଆସନ୍ତକାଲିଠାରୁ ଖୋଲୁଛି। ୨୦ ମାସ ପରେ ମୁମ୍ବାଇରେ ଆସନ୍ତାକଲିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବ। ଏନେଇ ଆଜି ବ୍ରିହାନମୁମ୍ବାଇ ମ୍ୟୁନିସପାଲଟି କର୍ପୋରେଶନ(ବିଏମସି) ପକ୍ଷରୁ ନୋଟିସ ଜାରି କରାଯାଇଛି। ମହାମାରୀ ଆସିବାଠାରୁ ମୁମ୍ବାଇରେ ୨୦୨୦ […]

School Reopen

School Reopen

Tapas Behera
  • Published: Tuesday, 14 December 2021
  • Updated: 14 December 2021, 07:15 PM IST

Sports

Latest News

ମୁମ୍ବାଇ: ଦୀର୍ଘ ଦିନ ଧରି ଘରେ ରହିବା ପରେ ପିଲା ସ୍କୁଲ ଯିବେ। ବିଦ୍ୟାଳୟ ଖୋଲିବ। ପିଲା ପାଠ ପଢ଼ିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁମ୍ବାଇରେ ମହାମାରୀ ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ବନ୍ଦ ଥିବା ସ୍କୁଲ ଆସନ୍ତକାଲିଠାରୁ ଖୋଲୁଛି। ୨୦ ମାସ ପରେ ମୁମ୍ବାଇରେ ଆସନ୍ତାକଲିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବ। ଏନେଇ ଆଜି ବ୍ରିହାନମୁମ୍ବାଇ ମ୍ୟୁନିସପାଲଟି କର୍ପୋରେଶନ(ବିଏମସି) ପକ୍ଷରୁ ନୋଟିସ ଜାରି କରାଯାଇଛି।

ମହାମାରୀ ଆସିବାଠାରୁ ମୁମ୍ବାଇରେ ୨୦୨୦ ମାର୍ଚ୍ଚ ପରଠାରୁ ଏହି ବିଦ୍ୟାଳୟ ବନ୍ଦ ରହିଥିଲା।  ପୂର୍ବରୁ ଏହି ସ୍କୁଲକୁ ଡିସେମ୍ବର ୪ ତାରିଖରେ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ପୁଣି କରୋନାର ନୂଆ ଭ୍ୟାରିଅଣ୍ଟ ଓମିକ୍ରନ୍ ପାଇଁ ନିଷ୍ପତ୍ତି ସ୍ଥଗିତ ରହିଥିଲା। କାରଣ ମୁମ୍ବାଇରେ ଓମିକ୍ରନ୍ ମାମଲା ମଧ୍ୟ ଚିହ୍ନଟ ହୋଇଛି। ସୋମବାର ସୁଦ୍ଧା ମୁମ୍ବାଇର ୫ ଜଣ ସମେତ ମହାରାଷ୍ଟ୍ରରେ ୨୦ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ କରୋନା ପାଇଁ ବିଦ୍ୟାଳୟରେ କୋଭିଡ୍ ନିୟମ ପାଳିବାକୁ କଡ଼ାକଡ଼ି କରାଯାଇଛି। ବିଶେଷ କରି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଏବଂ ସାନିଟାଇଜେସନ କରିବା ଆଦି ମାନିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos