ମୁମ୍ବାଇ: ପୋକ୍ସୋ ଆକ୍ଟରେ ଯୌନ ଶୋଷଣ ମାମଲା ପାଇଁ ସ୍କିନ୍ ଟୁ ସ୍କିନ୍ ଟଚ୍ ଜରୁରୀ ବୋଲି ରାୟ ଦେଇଥିବା ବିଚାରପତିଙ୍କୁ ଶକ୍ତ ଝଟ୍କା। ବମ୍ବେ ହାକୋର୍ଟର ଅସ୍ଥାୟୀ ବିଚାରପତି ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲାଙ୍କ ପଦୋନ୍ନତି ଆବେଦନକୁ ଖାରଜ କରିଦିଆଯାଛି। ଅର୍ଥାତ ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲା ବମ୍ବେ ହାଇକୋର୍ଟରେ ସ୍ଥାୟୀ ବିଚାରପତି ହୋଇପାରିବେ ନାହିଁ। ସୁପ୍ରିକୋର୍ଟ କଲେଜିୟମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଜଣେ ବିଚାରପତିଙ୍କ ପଦୋନ୍ନତିରେ ରୋକ୍ ଲାଗାଯିବା ଏହା ଦ୍ୱିତୀୟଥର ବୋଲି କୁହାଯାଉଛି।
ଅର୍ଥାତ ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲା ପୁନର୍ବାର ଜିଲ୍ଲା ଜଜ୍ ପଦକୁ ଫେରିଯିବେ। ହାଇକୋର୍ଟରେ ତାଙ୍କ କାର୍ଯ୍ୟସମୟ ସରିଯିବା ପରେ ତାଙ୍କ ପୂର୍ବ ସ୍ଥାନକୁ ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲା ଫେରିଯିବେ। ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲା ଏବେ ବମ୍ବେ ହାକୋର୍ଟରେ ଅସ୍ଥାୟୀ ବିଚାରପତି ଅଛନ୍ତି। ଆସନ୍ତା ଫେବୃଆରୀରେ ଏହି ପଦରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। କେନ୍ଦ୍ର ସରକାର ଗତ ବର୍ଷ ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲାଙ୍କ କାର୍ଯ୍ୟକାଳ ଅବିକୁ ବୃଦ୍ଧି କରିଥିଲେ। କିନ୍ତୁ ଦୁଇ ବର୍ଷ ବଦଳରେ ଗୋଟିଏ ବର୍ଷ ବୃଦ୍ଧି କରିଥିଲେ। ହାକୋର୍ଟରେ ତାଙ୍କୁ ସ୍ଥାୟୀ ବିଚାରପତି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ପରେ କେନ୍ଦ୍ର ଏହି ନିଷ୍ପତ୍ତି ନେଇଥିଲା । ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲାଙ୍କୁ ବମ୍ବେ ହାଇକୋର୍ଟରେ ସ୍ଥାୟୀ ବିଚାପତି ପାଇଁ କେନ୍ଦ୍ର ପକ୍ଷରୁ ସୁପାରିଶ କରାଯାଇଥିଲା। ହେଲେ ସୁପ୍ରିମକୋର୍ଟର ଏକ ପ୍ୟାନେଲ ଏହି ସୁପାରିଶକୁ ଖାରଜ କରିଦେଇ ଥିଲେ ।
ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲାଙ୍କ ପାଇଁ ଅଧିକ ଅଭିଜ୍ଞତା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ କଲେଜିୟମ କହିଛି। ଏଥିରେ କୁହାଯାଇଛି ଯେ, ତାଙ୍କ ସହ କୌଣସି ବ୍ୟକ୍ତିଗତ ମତଭେଦ ନାହିଁ। ତାଙ୍କୁ ଆହୁରୀ ଅଭିଜ୍ଞ ଏବଂ ପରିପକ୍ୱ ହେବାକୁ ପଡ଼ିବ। କାରଣ ସେ ଯତେବେଳେ ଆଡଭୋକେଟ୍ ଥିଲେ ଏଭଳି ସଙ୍ଗୀନ ମାମଲାକୁ ଠିକ୍ ଭାବେ ପରିଚାଳନା କରିପାରିନଥିବେ ବୋଲି କଲେଜିୟମ କହିଛି। ସ୍କିନ୍ ଟୁ ସ୍କିନ୍ ଟଚ୍କୁ ନେଇ ଗତ ଜାନୁଆରୀ ୧୯ ତାରିଖରେ ଏକ ରାୟ ଦେଇଥିଲେ ବମ୍ବେ ହାଇକୋର୍ଟ। ସେଥିରେ ପୋକ୍ସୋ ଆକ୍ଟରେ ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କୁ ମୁକ୍ତ କରିଦିଆଯାଥିଲା।
ରାୟରେ ବ୍ୟକ୍ତି ଜଣଙ୍କ ନାବାଳିକାଙ୍କ ପୋଷାକ ନଖୋଲି କେବଳ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ। ଏହାକୁ ଯୌନ ଶୋଷଣ କୁହାଯାଇ ପାରିବ ନାହିଁ। ପୋକ୍ସୋ ଆକ୍ଟ ପାଇଁ ସ୍କିନ ଟୁ ସ୍କିନ ଟଚ୍ ଜରୁରୀ। ଜଷ୍ଟିସ୍ ପୁଷ୍ପା ଭି ଗାନେଡିୱଲା ଏହି ରାୟ ଦେଇଥିଲେ।
ପରେ ଏହି ରାୟକୁ ଖାରଜ କରିଦେଇଥିଲେ ସୂପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଥିଲେଯେ, ଶିଶୁ ଯୌନ ଉତ୍ପୀଡ଼ନ ଅପରାଧ ପାଇଁ କେବଳ ସ୍କିନ ଟୁ ସ୍କିନ୍ ବା ପୀଡ଼ିତା ଓ ଅଭିଯୁକ୍ତ ମଧ୍ୟରେ ସିଧାସଳଖ ଚର୍ମଗତ ସଂପର୍କ ଜରୁରୀ ନୁହେଁ । ଏଠି ଅପରାଧୀର ଉଦ୍ଦେଶ୍ୟ ହିଁ ଗୁରୁତ୍ୱପୂର୍ଣ୍ଣ । ସିଧାସଳଖ ସ୍ପର୍ଶ ନ କରି ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ଯଦି ଶିଶୁର ସମ୍ବେଦନଶୀଳ ଅଙ୍ଗକୁ ପୋଷାକ ଉପରୁ ସ୍ପର୍ଶ କଲେ, ତାକୁ ମଧ୍ୟ ଯୌନ ଉତ୍ପୀଡ଼ନ ବୋଲି ଗ୍ରହଣ କରାଯିବ । ଏପରି ନହେଲେ ପିଲାମାନଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ହୋଇଥିବା POCSO ଆକ୍ଟର ଉଦ୍ଦେଶ୍ୟ ସାଧନ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।