ଦାଦାଙ୍କ ପାଖରେ ଶରଣ ପଶିଲେ ଅଖିଳେଶ

ଲକ୍ଷ୍ନୌ: ଦାଦା ସହ ହାତ ମିଳାଇଲେ ଅଖିଳେଶ। ପୂର୍ବରୁ ଥିବା ବାଦବିବାଦକୁ ଭୁଲି ଏବେ ନିର୍ବାଚନ ପାଇଁ ଏକାଠି ହୋଇଛନ୍ତି ଦାଦା-ପୁତୁରା। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଦାଦା ଶିବପାଲ ସିଂ ଯାଦବଙ୍କଙ୍କ ଦଳ ପ୍ରଗତିଶୀଳ ସମାଜବାଦି ପାର୍ଟି (ଲୋହିଆ) ସହ ମେଣ୍ଟ କରିବେ ବୋଲି ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଥିବାରୁ ତାପୂର୍ବରୁ ଏହି ରଣନୀତି ଆପଣା ଯାଇଛି। ଏନେଇ ଟ୍ୱିଟରରେ ଗୁରୁବାର ସୂଚନା ଦେଇଛନ୍ତି ଅଖିଳେଶ। ଅଖିଳେଶ ଗୁରୁବାର […]

890

890

Tapas Behera
  • Published: Thursday, 16 December 2021
  • Updated: 16 December 2021, 08:29 PM IST

Sports

Latest News

ଲକ୍ଷ୍ନୌ: ଦାଦା ସହ ହାତ ମିଳାଇଲେ ଅଖିଳେଶ। ପୂର୍ବରୁ ଥିବା ବାଦବିବାଦକୁ ଭୁଲି ଏବେ ନିର୍ବାଚନ ପାଇଁ ଏକାଠି ହୋଇଛନ୍ତି ଦାଦା-ପୁତୁରା। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଦାଦା ଶିବପାଲ ସିଂ ଯାଦବଙ୍କଙ୍କ ଦଳ ପ୍ରଗତିଶୀଳ ସମାଜବାଦି ପାର୍ଟି (ଲୋହିଆ) ସହ ମେଣ୍ଟ କରିବେ ବୋଲି ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଥିବାରୁ ତାପୂର୍ବରୁ ଏହି ରଣନୀତି ଆପଣା ଯାଇଛି। ଏନେଇ ଟ୍ୱିଟରରେ ଗୁରୁବାର ସୂଚନା ଦେଇଛନ୍ତି ଅଖିଳେଶ।

ଅଖିଳେଶ ଗୁରୁବାର କହିଛନ୍ତି, ସେ ପ୍ରଗତିଶୀଳ ସମାଜବାଦି ପାର୍ଟି (ଲୋହିଆ) ସଭାପତି  ଶିବପାଲ ସିଂଙ୍କୁ  ଭେଟିଛନ୍ତି।  ଉଭୟଙ୍କ ମଧ୍ୟରେ ମେଣ୍ଟ ନେଇ ନିଷ୍ପତ୍ତି ହୋଇଛି। ଏହି ପଦକ୍ଷେପ  ଆଞ୍ଚଳିକ ଏସପିକୁ  ମଜଭୁତ କରିବ ବୋଲି ଅଖିଳେଶ କହିଛନ୍ତି। ଅପରାହ୍ନରେ ସେ ତାଙ୍କ ଦାଦାଙ୍କୁ ଭେଟିବା ପରେ ଅଖିଳେଶ ଏହି ଘୋଷଣା କରିଛନ୍ତି। ଉଭୟ ଦଳର ଶତାଧିକ ସମର୍ଥକ ଶିବପାଲଙ୍କ ବାସଭବନ ବାହାରେ ଏକତ୍ରିତ ହୋଇ "ଚାଚା-ଭାତିଜା ଜିନ୍ଦାବାଦ" ସ୍ଲୋଗାନ ଦେଇଥିଲେ। ଅଖିଳେଶ ପହଞ୍ଚିବା ପୂର୍ବରୁ ଏସପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଉପସ୍ଥିତ ଥିଲେ।

୨୦୧୬ରେ କକା ପୁତୁରା  ମଧ୍ୟରେ  ଫାଟ ସୃଷ୍ଟି ହୋଇଥିଲା । ଜାନୁୟାରୀ ୨୦୧୭ରେ  ଏସପି ଠାରୁ ଅଲଗା ହୋଇ  ଶିବପାଲ ନୂଆ ଦଳ ଗଠନ କରିଥିଲେ। ତେବେ ଏହା ପୂର୍ବରୁ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦତା କରିବେ ନାହିଁ ବୋଲି କହିଛନ୍ନତି। ହେଲେ  ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମଧ୍ୟରେ ମେଣ୍ଟ ହୋଇଯାଇଛି। ଅଖିଳେଶ ଯାଦବ ସମ୍ପ୍ରତି ଆଜମଗଡ଼ର ସାଂସଦ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos