କେନ୍ଦ୍ର ଉପରେ ବର୍ଷିଲେ, ଟିକାର ଟିକିନିକି ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣକୁ ନେଇ କେନ୍ଦ୍ର ସରକାର ଆପଣାଇଥବା ଶୈଳୀକୁ ଆଜି ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି। ଲୋକଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଲେ ନ୍ୟାୟପାଳିକା କେବେ ହେଲେ ଚୁପ ବସିବେ ନାହିଁ ବୋଲି କୋର୍ଟ କହିଛନ୍ତି। କେନ୍ଦ୍ର ସରକାର ୪୫+ ବର୍ଗଙ୍କୁ ମାଗଣାରେ ଟିକା ଦେଉଥିବା ବେଳେ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କ ଟିକାକରଣ ପାଇଁ ଅର୍ଥର ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସୁପ୍ରିମକୋର୍ଟ ଅଯୌକ୍ତିକର ଓ […]

Corona1

Corona1

Hemant Lenka
  • Published: Wednesday, 02 June 2021
  • Updated: 02 June 2021, 05:34 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣକୁ ନେଇ କେନ୍ଦ୍ର ସରକାର ଆପଣାଇଥବା ଶୈଳୀକୁ ଆଜି ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି। ଲୋକଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଲେ ନ୍ୟାୟପାଳିକା କେବେ ହେଲେ ଚୁପ ବସିବେ ନାହିଁ ବୋଲି କୋର୍ଟ କହିଛନ୍ତି। କେନ୍ଦ୍ର ସରକାର ୪୫+ ବର୍ଗଙ୍କୁ ମାଗଣାରେ ଟିକା ଦେଉଥିବା ବେଳେ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କ ଟିକାକରଣ ପାଇଁ ଅର୍ଥର ବ୍ୟବସ୍ଥା କରିଛନ୍ତି।

କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସୁପ୍ରିମକୋର୍ଟ ଅଯୌକ୍ତିକର ଓ ଏକପାଖିଆ ବୋଲି କହିଛନ୍ତି। ସେହିପରି ଟିକାକରଣ ଶୈଳୀରେ ଅନେକ ବିଭ୍ରାଟ ଥିବା ସୁପ୍ରିମକୋର୍ଟ କହିବା ସହ କେନ୍ଦ୍ର ସରକାରଙ୍କୁ ଏହା ଉପରେ ସବୁ ତଥ୍ୟ ଦାଖଲ କରିବାକୁ କହିଛନ୍ତି। ଏଥିସହ ଟିକା ପାଇଁ ବଜେଟରେ ହୋଇଥିବା ୩୫ ହଜାର କୋଟିର କଥା ମଧ୍ୟ ସୁପ୍ରିମକୋର୍ଟ ଉଠାଇଛନ୍ତି। ୨୦୨୧ ମସିହା ଡିସେମ୍ବର ୩୧ ସୁଦ୍ଧା ଟିକାର ଉପଲବ୍ଧତା ଓ ଟିକାକରଣ କେନ୍ଦ୍ର ସରକାର କ’ଣ ସବୁ ଯୋଜନା କରିଛନ୍ତି, ତା’ର ତଥ୍ୟ ମଧ୍ୟ କୋର୍ଟ ମାଗିଛନ୍ତି।

କେନ୍ଦ୍ର ସରକାର ଏହା ପୂର୍ବରୁ ଡିସେମ୍ବର ସୁଦ୍ଧା ଦେଶର ୧୦୮ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି କହିଥିଲେ। ହେଲେ ବର୍ତ୍ତମାନ ସ୍ଥିତିକୁ ଦେଖି କେନ୍ଦ୍ର ସରକାର କେବଳ ବିଭ୍ରାନ୍ତ କରିବା ଭଳି ବୟାନ ଦେଉଥିବା ବିରୋଧୀମାନେ କହିଥିଲେ।

ଆଜି କୋର୍ଟ ଟିକାକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। କୋର୍ଟ କହିଛନ୍ତି, ବର୍ତ୍ତମାନ ୧୮ରୁ ୪୪ ବର୍ଷ ବର୍ଗର ଲୋକମାନେ କେବଳ ସଂକ୍ରମିତ ହେଉ ନାହାନ୍ତି, ବରଂ ସେମାନଙ୍କ ଶରୀରରେ ସଂକ୍ରମଣର ସାଂଘାତିକ ଲକ୍ଷଣ ଦେଖାଯାଉଛି। ସେମାନଙ୍କୁ ଅଧିକ ସମୟ ହସ୍ପିଟାଲରେ ରହିବାକୁ ପଡ଼ୁଛି ଓ ଦୁର୍ଭାଗ୍ୟବଶତଃ ପ୍ରାଣ ହରାଇବାକୁ ମଧ୍ୟ ପଡ଼ୁଛି।

ମହାମାରୀ ତା’ର ରୂପ ବଦଳାଉ ଥିବାରୁ ଯୁବଗୋଷ୍ଠୀଙ୍କୁ ମଧ୍ୟ ଟିକା ଦେବାର ବ୍ୟବସ୍ଥା ହେବା ଉଚିତ। ପ୍ରଥମ ଦୁଇ ଦଫାରେ ଲୋକଙ୍କୁ ମାଗଣାରେ ଟିକା ଦିଆଯାଉଥିବା ବେଳେ ଏବେ ୧୮-୪୪ ବର୍ଷ ବର୍ଗର ଲୋକଙ୍କ ପାଇଁ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଯେତେବେଳେ ଲୋକଙ୍କ ସମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଉଥିବ, ସେତେବେଳେ ନ୍ୟାୟପାଳିକା ଚୁପ ବସିବ ନାହିଁ। ସମ୍ବିଧାନ ମଧ୍ୟ ଏପରି ଅଧିକାର ଦେଇନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ନିଜ ଆଡ଼ୁ ଟିକାକରଣ ଓ ଟିକା କ୍ରୟ ଉପରେ ସବୁ ତଥ୍ୟ ଜାଣିବାକୁ ଚାହିଁଛନ୍ତି। କୋର୍ଟ କହିଛନ୍ତି, ବଜେଟରେ ଟିକା ପାଇଁ ୩୫ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା। ଏଯାଏ ଟିକା କ୍ରୟ ପାଇଁ ଏହା କେମିତି ଖର୍ଚ୍ଚ କରାଯାଇଛି? ଏହି ଅର୍ଥକୁ କାହିଁକି ୧୮-୪୪ ବର୍ଷର ଲୋକଙ୍କ ଟିକାକରଣ ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ? ଏହି ଅର୍ଥ ବଳରେ ୧୮ରୁ ୪୪ ବର୍ଷ ମଧ୍ୟରେ ଥିବା ଲୋକଙ୍କୁ ମାଗଣାରେ ଟିକା କ’ଣ ଦିଆଯାଇ ପାରିବ ନାହିଁ?

ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ଥିବା କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ ଭି ଟିକାର କ୍ରୟ ଇତିହାସ ସୁପ୍ରିମକୋର୍ଟ ମାଗିଛନ୍ତି। ଏଯାଏ କେତେ ଟିକା ଅର୍ଡର ହୋଇଛି? କେବେ ଅର୍ଡର ଦିଆଯାଇଛି? କେତେ ଡୋଜ୍ ଆସିଛି ଓ ଆଉ କେତେ ଡୋଜ୍‌ କେବେ ଆସିବ, ତା’ର ତଥ୍ୟ ମଧ୍ୟ ସର୍ବୋଚ୍ଚ ଅଦାଲତ ମାଗିଛନ୍ତି। ଡିସେମ୍ବର ୩୧ ସୁଦ୍ଧା କେଉଁଠୁ କେତେ ଟିକା ମିଳିବ ଓ ବାକି ଥିବା ଲୋକଙ୍କୁ କେବେ ସୁଦ୍ଧା ଟିକା ଦିଆଯିବ, ସେ ବିଷୟରେ ମଧ୍ୟ ସର୍ବୋଚ୍ଚ ଅଦାଲତ ତଥ୍ୟ ମାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story