ତାଜମହଲ ମାମଲାରେ ରାଗିଗଲେ ହାଇକୋର୍ଟ: କହିଲେ କାଲି ଯଦି ଆମ ଚାମ୍ବର ଦେଖିବାକୁ ଅନୁମତି ମାଗ ?

ଲକ୍ଷ୍ନୌ: ତାଜମହଲରେ ବନ୍ଦ ଥିବା ୨୨ଟି କୋଠାରୀକୁ  ଖୋଲିବା ଲାଗି ହୋଇଥିବା ଆବେଦନକୁ ନେଇ ଆଲ୍ଲାବାଦ ହାଇକୋର୍ଟର ୨ ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଛନ୍ତି। ଜନସ୍ୱାର୍ଥ୍ୟ ମାମାଲାକୁ ବିଦ୍ରୁପ ନକରିବାକୁ କୋର୍ଟ କହିଛନ୍ତି। ୨୨ କୋଠରୀ ଭିତରେ ଥିବା ପୁରାତନ ଐତିହ୍ୟ ବିଷୟର ସତ୍ୟାସତ୍ୟ ସାମ୍ନାକୁ ଆସିବା ଉଚିତ ବୋଲି ଆବେଦନକାରୀ କହିଛନ୍ତି। ଏଥିପାଇଁ ସେ ଏକାଧିକ ଜନ ସ୍ୱାର୍ଥ୍ୟ ମାମଲା ରୁଜୁ କରିଛନ୍ତି। ଆବେଦନକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି କୋର୍ଟ […]

Tapas Behera
  • Published: Thursday, 12 May 2022
  • Updated: 12 May 2022, 04:00 PM IST

ଲକ୍ଷ୍ନୌ: ତାଜମହଲରେ ବନ୍ଦ ଥିବା ୨୨ଟି କୋଠାରୀକୁ  ଖୋଲିବା ଲାଗି ହୋଇଥିବା ଆବେଦନକୁ ନେଇ ଆଲ୍ଲାବାଦ ହାଇକୋର୍ଟର ୨ ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଛନ୍ତି। ଜନସ୍ୱାର୍ଥ୍ୟ ମାମାଲାକୁ ବିଦ୍ରୁପ ନକରିବାକୁ କୋର୍ଟ କହିଛନ୍ତି। ୨୨ କୋଠରୀ ଭିତରେ ଥିବା ପୁରାତନ ଐତିହ୍ୟ ବିଷୟର ସତ୍ୟାସତ୍ୟ ସାମ୍ନାକୁ ଆସିବା ଉଚିତ ବୋଲି ଆବେଦନକାରୀ କହିଛନ୍ତି। ଏଥିପାଇଁ ସେ ଏକାଧିକ ଜନ ସ୍ୱାର୍ଥ୍ୟ ମାମଲା ରୁଜୁ କରିଛନ୍ତି। ଆବେଦନକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି କୋର୍ଟ କହିଛନ୍ତି ଯେ, ଆସନ୍ତାକାଲି ଆପଣ ଆମର ଚାମ୍ବର ଦେଖିବା ପାଇଁ ଅନୁମତି ମାଗିପାରନ୍ତି। ଦୟା କରି ଜନସ୍ୱାର୍ଥ୍ୟମ ମାମଲାକୁ ଏମିତି ବ୍ୟଙ୍ଗବିଦ୍ରୂପ କରନ୍ତୁ ନାହିଁ।

ଗତ ସପ୍ତାହରେ  ତାଜମହଲରେ ବନ୍ଦ ଥିବା ୨୨ଟି କୋଠାରୀକୁ  ଖୋଲିବା ନେଇ କୋର୍ଟରେ  ରଜନୀଶ ସିଂହଙ୍କ ପକ୍ଷରୁ ଆବେଦନ କରାଯାଥିଲା। ଅଯୋଧ୍ୟା ବିଜେପି ୟୁନିଟିର ରଜନୀଶ ମୁଖ୍ୟ ଅଛନ୍ତି। ଆବେଦନରେ କୁହାଯାଇଛି ଯେ,  ଏହି ବିଶାଳ ସାମଧି ବାସ୍ତବରେ ଗୋଟାଏ ପୁରାତନ ଶିବ ମନ୍ଦିର ବୋଲି କେତେକ ଐତିହାସିକ ଓ ହିନ୍ଦୁ ସଙ୍ଗଠନ ଦାବି କରୁଛନ୍ତି। ବନ୍ଦ କୋଠରୀ ଗୁଡ଼ିକୁ ପରୀକ୍ଷା କରି ସେ ସଂକ୍ରାନ୍ତ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରିବା ଲାଗି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସ୍ୱତନ୍ତ୍ର କମିଟି ଗଠନ କରିବା ଲାଗି ଆବେଦନକାରୀ ନିବେଦନ କରିଛନ୍ତି। ଆବେଦନକାରୀ କହିଛନ୍ତି ଯେ, ମୁଁ ତାଜମହଲକୁ ମନ୍ଦିର କରିବା ଲାଗି ଦାବି କରୁ ନାହିଁ। କିନ୍ତୁ  ସାମାଜିକ ସଂହତ ପାଇଁ  ସତ୍ୟ ପଦାକୁ ଆସୁ ବୋଲି ସେ ଚାହିଁଛନ୍ତି। ସତ କଥା ପ୍ରକାଶ କରାଯାଉ। ବନ୍ଦ ଖୋଠରୀ ଖୋଲିଲେ ସବୁ ବିବାଦର ଅନ୍ତ ଘଟିବ।  ଜଷ୍ଟିସ୍‌ ଡିକେ ଉପାଧ୍ୟାୟ ଏବଂ ସୁବାସ ବିଦ୍ୟାର୍ଥୀ ଆବେଦନକାରୀଙ୍କୁ କେଉଁ ଆଧାରରେ ଆବେଦ କରିଛ ବୋଲି ପ୍ରଶ୍ନ କରିଛନ୍ତି ।  ଆମେ କି ରାୟ ଦେବୁ ବୋଲି ଆପଣ ଚାହୁଁଛନ୍ତି? ତାଜମହଲ କିଏ ନିର୍ମାଣ କରିଛନ୍ତି?

ଆପଣ ଐତିହାସିକ କାରଣ ଆଡ଼କୁ ଯାଆନ୍ତୁ ନାହିଁ।  ଅଦାଲତ ‘ମାଣ୍ଡାମସ୍‌ ରିଟ୍‌’ ଜାରି କରନ୍ତୁ ବ‌ୋଲି ଆବେଦନକାରୀ ଚାହୁଁଥିବା କଥା ଜାଣିବା ପରେ ଖଣ୍ଡପୀଠ କହିଛନ୍ତି ଯେ, ଅଧିକାର କ୍ଷୁର୍ଣ୍ଣ ହେବା କ୍ଷେତ୍ରରେ କେବଳ ଅଦାଲତ ଏହା ଜାରି କରିପାରିବେ। ଆପଣଙ୍କର କି ଅଧିକାର କ୍ଷୁର୍ଣ୍ଣ ହୋଇଛି? ସୁରକ୍ଷା ଦୃଷ୍ଟିରୁ କାହିଁକି ତାଜମହଲର ଅନେକ କୋଠରି ବନ୍ଦ ରହିଛି ତାହା ଦେଶର ନାଗରିକମାନେ ଜାଣିବା ଉଚିତ ବୋଲି ଆବେଦନକାରୀ କହିଥିଲେ। ଜବାରେ ଖଣ୍ଡପୀଠ କହିଲେ, ସୂଚନା ପାଇଁ ପଚାରିବାକୁ ଆପଣ କିଏ? ପ୍ରଥମେ କିଛି ଗବେଷଣା କରନ୍ତୁ। ସ୍ନାତକତ୍ତୋର କରନ୍ତୁ, ପିଏଚ୍‌ଡି କରନ୍ତୁ। ଜନସ୍ୱାର୍ଥ ମାମଲା ବ୍ୟବସ୍ଥା ପ୍ରତି ବ୍ୟଙ୍ଗ କରନ୍ତୁ ନାହିଁ ବୋଲି କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos