ମାସକ ମଧ୍ୟରେ କୋଭିଡ-୧୯ ର ତୃତୀୟ ଲହର ଆସିପାରେ

ମୁମ୍ୱାଇ: କୋଭିଡର ଦ୍ୱିତୀୟ ଲହର ଟିକିଏ ଧିମେଇ ଯାଇଛି। ହେଲେ ମୃତ୍ୟୁ ସଂଖ୍ୟାରେ ସନ୍ତୋଷଜନକ ପ୍ରଭାବ ଦେଖିବାକୁ ମିଳିନାହିଁ। ତେଣେ ତୃତୀୟ ଲହରର ସମ୍ଭାବ୍ୟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ମହାରାଷ୍ଟ୍ର। ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର କୋଭିଡ ଟାସ୍କ ଫୋର୍ସ କମିଟି ସହ ଏକ ବୈଠକ କରିଛନ୍ତି। ଯେଉଁଥିରେ କମିଟି କହିଛି ଆଗାମୀ ଦୁଇ ରୁ ଚାରି ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବ ବୋଲି କହିଛନ୍ତି। ଟାସ୍କଫୋର୍ସ ଏହା […]

covid-and-mental-health

covid-and-mental-health

Subhransu Sekhar
  • Published: Thursday, 17 June 2021
  • Updated: 17 June 2021, 09:12 PM IST

Sports

Latest News

ମୁମ୍ୱାଇ: କୋଭିଡର ଦ୍ୱିତୀୟ ଲହର ଟିକିଏ ଧିମେଇ ଯାଇଛି। ହେଲେ ମୃତ୍ୟୁ ସଂଖ୍ୟାରେ ସନ୍ତୋଷଜନକ ପ୍ରଭାବ ଦେଖିବାକୁ ମିଳିନାହିଁ। ତେଣେ ତୃତୀୟ ଲହରର ସମ୍ଭାବ୍ୟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ମହାରାଷ୍ଟ୍ର। ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର କୋଭିଡ ଟାସ୍କ ଫୋର୍ସ କମିଟି ସହ ଏକ ବୈଠକ କରିଛନ୍ତି। ଯେଉଁଥିରେ କମିଟି କହିଛି ଆଗାମୀ ଦୁଇ ରୁ ଚାରି ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବ ବୋଲି କହିଛନ୍ତି। ଟାସ୍କଫୋର୍ସ ଏହା ମଧ୍ୟ କହିଛି ଯେ ଏହି ଲହରରେ ୧୦ ପ୍ରତିଶତ ପିଲାଙ୍କୁ ପ୍ରଭାବିତ କରିବ।

ରାଜ୍ୟରେ ଦେଖାଦେଇଥିବା ଡେଲଟା ପ୍ଲସ ଭେରିଆଣ୍ଟ କରୋନାର ତୃତୀୟ ଲହର ପାଇଁ ସହାୟକ ହୋଇପାରେ ବୋଲି ଟାସ୍କ ଫୋର୍ସ କମିଟି କହିଛି। ଦ୍ୱିତୀୟ ଲହର ବେଳର ସଂକମଣ ଅପେକ୍ଷା ଏବେ ଅଧିକ ଦୁଇଗୁଣ ହୋଇପାରେ। ଏହି ସମୟରେ କେବଳ ମହାରାଷ୍ଟ୍ରରେ ସଂକ୍ରମିତ ସଂଖ୍ୟା ୮ ରୁ ୧୦ ଲକ୍ଷ ପହଞ୍ଚିପାରେ। ୧୦ ପ୍ରତିଶତ ଶିଶୁ ଆକ୍ରାନ୍ତ ହୋଇପାରନ୍ତି ବୋଲି ଟାସ୍କ ଫୋର୍ସ କମିଟି ଉଦ୍ଧବଙ୍କ ଆଗରେ କହିଛନ୍ତି।

ଏବେ ରାଜ୍ୟରେ ଡେଲାଟ ପ୍ଲସ ଭେରିଆଣ୍ଟ ଦେଖିବାକୁ ମିଳିଛି। ତେଣୁ ଏହାକୁ ନଜରରେ ରଖି ଏବଂ ତୃତୀୟ ଲହରର ସମ୍ଭାବନାକୁ ଆଖି ଆଗରେ ରଖି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ଅଧିକ ପ୍ରଭାବୀ ଥିଲା। ତେଣୁ ଡେଲ୍ଟା ଭେରିଆଣ୍ଟ କାରଣରୁ ତୃତୀୟ ଲହର ଅଧିକ ମାରାତ୍ମକ ହୋଇପାରେ ବୋଲି ଟାସ୍କଫୋର୍ସ କମିଟି ଆକଳନ କରିଛନ୍ତି।

ମହାରାଷ୍ଟ୍ରରେ ପ୍ରଥମ ଲହରରେ ମୋଟ୍ ୧୯ ଲକ୍ଷ ସଂକ୍ରମିତ ସରକାରୀ ହିସାବରେ ଜଣାପଡ଼ିଥିବା ବେଳେ ଦ୍ୱିତୀୟ ଲହରରେ ପ୍ରାୟ ୪୦ ଲକ୍ଷ ସଂକ୍ରମିତ ହୋଇଛନ୍ତି। ତେଣୁ ତୃତୀୟ ଲହରରେ ସଂକ୍ରମିତ ସଂଖ୍ୟା ୮ ଲକ୍ଷ ହୋଇପାରେ ବୋଲି ଆକଳନ କରାଯାଉଛି।

ଏହି ଟାସ୍କଫୋର୍ସ କମିଟିରେ ଡାକ୍ତର ଶଶାଙ୍କ ଯୋଶୀ ରହିଛନ୍ତି। ସେ କହିଛନ୍ତି ଯେ କରୋନାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଲଢ଼େଇ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ହେବ। ଟାସ୍କ ଫୋର୍ସ ସଦସ୍ୟମାନେ ଚେତାବନୀ ଦେଇଛନ୍ତି ଯେ ମହାରାଷ୍ଟ୍ରର ପରିସ୍ଥିତି ବ୍ରିଟେନ ପରି ହୋଇପାରେ। କାରଣ ତୃତୀୟ ଲହର ପାଇଁ ବ୍ରିଟେନ ଅନେକ ଦହଗଞ୍ଜ ହୋଇଛନ୍ତି। ତେଣୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ କରିବା ଭଳି ନିୟମକୁ ଅଣଦେଖା କରିବା କ୍ଷତି ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos