ମିଶନ-୨୪ରେ ମାତିଛନ୍ତି ମମତା, ୟୁପିଏକୁ କହିଲେ ନା

ମୁମ୍ବାଇ: ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଦିଦି। ବେଙ୍ଗଲ ଛାଡ଼ି ଦିଲ୍ଲୀ ଯିବେ ଦିଦି। ଏଥିପାଇଁ ମୋଦିଙ୍କ ବିରୋଧରେ ମୋର୍ଚ୍ଚା ପାଇଁ ଲାଗି ପଡ଼ିଛନ୍ତି ମମତା। ଏହିପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ମମତା କହିଛନ୍ତି ଯେ, ଏହା ହେଉଛି ୨୦୨୪ ପୂର୍ବରୁ ଏକ ସଜବାଜ ମାତ୍ର। ଏଥିରେ ୟୁପିଏ ନାହିଁ ବୋଲି ମମତା କହଇଛନ୍ତି। ଅର୍ଥାତ ୟୁପିଏ ସହ ମେଣ୍ଟ କରିବାର ଯୋଜନା […]

Mamata

Mamata

Tapas Behera
  • Published: Wednesday, 01 December 2021
  • Updated: 01 December 2021, 07:13 PM IST

ମୁମ୍ବାଇ: ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଦିଦି। ବେଙ୍ଗଲ ଛାଡ଼ି ଦିଲ୍ଲୀ ଯିବେ ଦିଦି। ଏଥିପାଇଁ ମୋଦିଙ୍କ ବିରୋଧରେ ମୋର୍ଚ୍ଚା ପାଇଁ ଲାଗି ପଡ଼ିଛନ୍ତି ମମତା। ଏହିପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ମମତା କହିଛନ୍ତି ଯେ, ଏହା ହେଉଛି ୨୦୨୪ ପୂର୍ବରୁ ଏକ ସଜବାଜ ମାତ୍ର। ଏଥିରେ ୟୁପିଏ ନାହିଁ ବୋଲି ମମତା କହଇଛନ୍ତି। ଅର୍ଥାତ ୟୁପିଏ ସହ ମେଣ୍ଟ କରିବାର ଯୋଜନା ନାହିଁ ବୋଲି ମମତା କହିଛନ୍ତି।

ଶରଦପାୱାରଙ୍କୁ ଭେଟିବା ପରେ ଫଟୋ ସେୟାର କରି ଟ୍ୱିଟ୍‌ କରିଛନ୍ତି ମମତା। କହିଛନ୍ତି ଶରଦପାୱାରଙ୍କୁ ଭେଟି ଆନନ୍ଦିତ ହେଲି। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଛି। ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ତଥା ଆମ ଲୋକଙ୍କ ଉନ୍ନତି ନିଶ୍ଚିତ କରିବା ଦିଗରେ ଆମେ ପ୍ରତିବଦ୍ଧ ବୋଲି ମମତା ଲେଖିଛନ୍ତି।

ଗତକାଲି  ସନ୍ଧ୍ୟାରେ ମମତା ବାନାର୍ଜୀ ଶିବସେନାର ଆଦିତ୍ୟ ଠାକରେ ଏବଂ ସଞ୍ଜୟ ରାଉତଙ୍କୁ ଭେଟିଥିଲେ। ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅସ୍ତ୍ରୋପଚାର ହୋଇଥିବାରୁ ସେ ଏବେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ତେଣୁ ତାଙ୍କ ସହ ଭେଟ ହୋଇ ପାରି ନାହିଁ। ସେହିପରି ଆଜି  ମୁମ୍ବାଇରେ ସିଭିଲ ସୋସାଇଟି ସଦସ୍ୟଙ୍କ ସହ କଥାବାର୍ତ୍ତା କରିବା ବେଳେ ଦିଦି କହିଛନ୍ତି, “ମୁଁ ବିଜେପିକୁ ରାଜନୀତିକ ସ୍ତରରେ ଦେଶରୁ ବାହାର କରିବାକୁ ଚାହୁଁଛି। ଯଦି କଂଗ୍ରେସ ବେଙ୍ଗଲରେ ନିର୍ବାଚନ ଲଢ଼ି ପାରୁଛି, ତା’ହେଲେ କାହିଁକି ମୁଁ ଗୋଆରେ ଲଢ଼ିପାରିବିନି?

ନିର୍ବାଚନ ପଡ଼ିଆରେ ରହିବା ଓ ବିଜେପି ସହ ଲଢ଼ିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ନଚେତ ସେମାନେ ଆପଣଙ୍କୁ ବିଦା କରିଦେବେ। ଯଦି ସବୁ ଆଞ୍ଚଳିକ ଦଳ ଏକାଠି ହୋଇପାରିବେ, ତା’ହେଲେ ବିଜେପିକୁ ହରାଇବା ସହଜ ହେବ। ରାଜ୍ୟରେ ସବୁ କିଛି ଭଲ ଥିଲେ ମଧ୍ୟ ମୁଁ ବେଙ୍ଗଲ ବାହାରକୁ ଆସିଛି। କାରଣ ମୁଁ ଭାବୁଛି ଅନ୍ୟମାନେ ମଧ୍ୟ ଏପରି ପଦକ୍ଷେପ ନେଇବେ। ଫଳରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବ।” ମମତା ବାନାର୍ଜୀ ମହାରାଷ୍ଟ୍ର ଗସ୍ତରେ ଆସି ବିଭିନ୍ନ ବିରୋଧୀ ଦଳର ନେତାମାନଙ୍କ ସହ ବୈଠକ କରୁଛନ୍ତି। ବିଜେପି ବିରୋଧୀରେ ସମସ୍ତଙ୍କୁ ଏକାଠି କରି ଦିଦି ନୂଆ ରାଜନୀତିକ ସମୀକରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଆଜି ସେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିବା ଓ ଦୀପାବଳି ପୂର୍ବରୁ ତୈଳ ଦର ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପଛରେ ରାଜନୀତିକ ଉଦ୍ଦେଶ୍ୟ ଥିବା ମମତା କହିଛନ୍ତି। ସେ କହିଛନ୍ତି, “ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭୟଭୀତ ହେଉଛନ୍ତି।

ଏଥିପାଇଁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ହେଲେ ବାକି ସମୟରେ ଦରଦାମ ଉପର ମୁହାଁ ହେଉଛି। ଆଗକୁ ନିର୍ବାଚନ ଥିବାରୁ କୃଷି ଆଇନକୁ ପ୍ରତ୍ୟାହାର କରାଗଲା। ରାଜନୀତିକ ନେତାଙ୍କ ଅଭ୍ୟାସ ହେଲା ବହୁତ କହିବା। କିନ୍ତୁ ମୁଁ କମ କହିବାକୁ ଭଲ ପାଏ ଓ ବେଶୀ ବାଟ ଚାଲିବାକୁ ପସନ୍ଦ କରିବାକୁ ଚାହେଁ ବୋଲି ମମତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story