ପୁଲିସ୍ ହାତରେ ଧରା ଦେଲା ୭୦ ଯବାନଙ୍କ ଜୀବନ ନେଇଥିବା କୁଖ୍ୟାତ ମାଓବାଦୀ ହିଡ୍‌ମା

ହାଇଦ୍ରାବାଦ: ମାତ୍ର ୨୫ ବର୍ଷ ବୟସରେ ସୁରକ୍ଷାକର୍ମୀଙ୍କ ନିଦ ହଜାଇ ଦେଇଥିବା କୁଖ୍ୟାତ ମାଓବାଦୀ ନେତା ମାଡଭି ହିଡମା ଶେଷରେ ପୁଲିସ୍ ହାତରେ ଧରା ଦେଇଛି। ମାଓବାଦୀ କାର୍ଯ୍ୟକଳାପରେ ସାମିଲ ରହି ହିଡମା ୫୦ରୁ ୭୦ ଜଣ ସୁରକ୍ଷାକର୍ମୀଙ୍କ ଜୀବନ ନେଇଥିଲା। ହେଲେ ସେ ବୁଧବାର ତେଲେଙ୍ଗାନାର ମୁଲୁଗୁ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି। ତା’କୁ ଧରିବା ପାଇଁ ଛତିଶଗଡ଼ ପୁଲିସ୍ ୨୫ ଲକ୍ଷର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା। ୨୦୨୧ ଏପ୍ରିଲ ମାସରେ ଛତିଶଗଡ଼ର […]

Hidma

Hidma

Hemant Lenka
  • Published: Thursday, 03 February 2022
  • Updated: 03 February 2022, 04:12 PM IST

Sports

Latest News

ହାଇଦ୍ରାବାଦ: ମାତ୍ର ୨୫ ବର୍ଷ ବୟସରେ ସୁରକ୍ଷାକର୍ମୀଙ୍କ ନିଦ ହଜାଇ ଦେଇଥିବା କୁଖ୍ୟାତ ମାଓବାଦୀ ନେତା ମାଡଭି ହିଡମା ଶେଷରେ ପୁଲିସ୍ ହାତରେ ଧରା ଦେଇଛି। ମାଓବାଦୀ କାର୍ଯ୍ୟକଳାପରେ ସାମିଲ ରହି ହିଡମା ୫୦ରୁ ୭୦ ଜଣ ସୁରକ୍ଷାକର୍ମୀଙ୍କ ଜୀବନ ନେଇଥିଲା।

ହେଲେ ସେ ବୁଧବାର ତେଲେଙ୍ଗାନାର ମୁଲୁଗୁ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି। ତା’କୁ ଧରିବା ପାଇଁ ଛତିଶଗଡ଼ ପୁଲିସ୍ ୨୫ ଲକ୍ଷର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା। ୨୦୨୧ ଏପ୍ରିଲ ମାସରେ ଛତିଶଗଡ଼ର ବିଜାପୁରରେ ହୋଇଥିବା ହମଲାର ମାଷ୍ଟର ମାଇଣ୍ଡ ହେଉଛି ହିଡମା। ମାଓବାଦୀଙ୍କ ଏହି ଆମ୍ବୁସରେ ୨୨ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ।

ଏବେ ହିଡମା ମୁଖସ୍ରୋତରେ ସାମିଲ ହେବାକୁ ଚାହୁଁଥିବାରୁ ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ମୁଲୁଗୁ ପୁଲିସ୍ କହିଛି ଯେ ସିଆରପିଏଫର ୧୫୧ ବାଟାଲିୟନର ସହାୟତାରେ ଅଘୋଷିତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ମାଓବାଦୀ) ସଂଗଠନର ଜଣେ ସଦସ୍ୟ ଆତ୍ମସମର୍ପଣ କରିଛି। ଏଥିସହ ସେ ଗୋଟିଏ ରାଇଫଲ ପୁଲିସକୁ ହସ୍ତାନ୍ତର କରିଛି। ପୁଲିସ୍‌ ହାତରେ ଧରା ଦେଇଥିବା ସଦସ୍ୟ ଜଣକ ହେଉଛି ହିଡମା। ଏବେ ସେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଲକ୍ଷ୍ୟ ରଖିଥିବା ପୁଲିସ ପକ୍ଷରୁ କୁହାଯାଇଛି।

ଛତିଶଗଡ଼ରେ ଜନ୍ମ ଗ୍ରହଣ କରିଥିବା ହିଡମା ମାତ୍ର ୧୬ ବର୍ଷ ବୟସରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲା। ସେ କେବଳ ସୁରକ୍ଷାକର୍ମୀଙ୍କୁ ନୁହେଁ, ବଂର ରାଜନେତାମାନଙ୍କୁ ମଧ୍ୟ ଟାର୍ଗେଟ କରି ହମଲା କରୁଥିଲା। ହିଡମାକୁ କେବେ ହେଲେ କେହି ଦେଖି ନଥିଲେ।

କେତେବେଳେ ତା’କୁ ୫୫ ବର୍ଷ ବୟସ ହୋଇଥିବା କୁହାଯାଉଥିବା ବେଳେ ଆଉ କେତେବେଳେ ତା’କୁ ୩୮ ବର୍ଷ ହୋଇଥିବା ଖବର ମିଳୁଥିଲା। ହିଡମା ବେଶ ଭଲ ଭାବେ ଇଂରାଜୀ କହିବା ଜାଣିଛି। ସେ ହିଡମାଲୁ ଓ ସନ୍ତୋଷ ନଁରେ ମଧ୍ୟ ଜଣାଶୁଣା। ସେ ଜଣେ କୁଖ୍ୟାତ ମାଓବାଦୀ ହୋଇଥିବାରୁ ତା’ର ସୁରକ୍ଷା କାମରେ ଅନେକ ସଦସ୍ୟ ମଧ୍ୟ ନିୟୋଜିତ ହୋଇଥିଲେ।

କୁହାଯାଏ ହିଡମା ହେଉଛି ନକ୍ସଲ କମାଣ୍ଡର ରଭୁଲା ଶ୍ରୀନିବାସନ ଓରଫ ରମନ୍ନାର ଅତ୍ୟନ୍ତ ନିକଟତର। ରମନ୍ନା ପ୍ରାୟ ୧୫୦ ଜଣ ସୁରକ୍ଷାକର୍ମୀଙ୍କ ଜୀବନ ନେଇଥିଲା। ୨୦୧୯ରେ ହୃଦଘାତରେ ତା’ର ମୃତ୍ୟୁ ହୋଇଥିଲା। ଏହାପରେ ହିଡମା ସଂଗଠନର ସବୁ ଦାୟିତ୍ୱ ନେଇଥିଲା। ହିଡମା ନେତୃତ୍ୱରେ ମାଓବାଦୀମାନେ ପ୍ରାୟ ୨୭ ଥର ସୁରକ୍ଷାକର୍ମୀଙ୍କ ଉପରେ ହମଲା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story