ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ସପ୍ତାହକ ପାଇଁ ଅମରାବତୀ ଲକଡାଉନ୍

ମୁମ୍ୱାଇ: ମହାରାଷ୍ଟ୍ରରେ ପୁଣି ଥରେ କରୋନାଭାଇରସର ଆତଙ୍କ ଦେଖାଦେଇଛି। କରୋନା ଭାଇରସ ବଢ଼ୁଥିବା ଦେଖି ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତି ଠାକୁର ବିଦର୍ଭ ଅଞ୍ଚଳର ଅମରାବତୀକୁ ସମ୍ପୂର୍ଣ୍ଣ ସପ୍ତାହ ପାଇଁ ଲକଡାଉନ ଘୋଷଣା କରିଛନ୍ତି। ସୋମବାର ସନ୍ଧ୍ୟା ୮ ଟାରୁ ଅମରାବତୀ ସହର ଏବଂ ଆଖଲପୁର ସହରରେ ଲାଗୁ ହେବ ଏହି ଲକଡାଉନ୍। ଯାହାକି ସପ୍ତାହେ ପର୍ଯ୍ୟନ୍ତ ବଳବତ୍ତର ରହିବ। ମହାରାଷ୍ଟ୍ରରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହା ପ୍ରଥମ ଲକଡାଉନ୍। […]

Complete Lockdown In Chattisgarh's Durg:

Complete Lockdown In Chattisgarh's Durg:

Subhransu Sekhar
  • Published: Sunday, 21 February 2021
  • Updated: 21 February 2021, 07:11 PM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରରେ ପୁଣି ଥରେ କରୋନାଭାଇରସର ଆତଙ୍କ ଦେଖାଦେଇଛି। କରୋନା ଭାଇରସ ବଢ଼ୁଥିବା ଦେଖି ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତି ଠାକୁର ବିଦର୍ଭ ଅଞ୍ଚଳର ଅମରାବତୀକୁ ସମ୍ପୂର୍ଣ୍ଣ ସପ୍ତାହ ପାଇଁ ଲକଡାଉନ ଘୋଷଣା କରିଛନ୍ତି। ସୋମବାର ସନ୍ଧ୍ୟା ୮ ଟାରୁ ଅମରାବତୀ ସହର ଏବଂ ଆଖଲପୁର ସହରରେ ଲାଗୁ ହେବ ଏହି ଲକଡାଉନ୍। ଯାହାକି ସପ୍ତାହେ ପର୍ଯ୍ୟନ୍ତ ବଳବତ୍ତର ରହିବ। ମହାରାଷ୍ଟ୍ରରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହା ପ୍ରଥମ ଲକଡାଉନ୍।

ବିଦର୍ଭ ଅଞ୍ଚଳର ପ୍ରାୟ ସମସ୍ତ ଜିଲ୍ଲାରେ କଡା ପ୍ରତିବନ୍ଧକ ଲଗାଯାଇଛି। ଅମରାବତୀରେ ବର୍ତ୍ତମାନ ସମଗ୍ର ସହରକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ପୂର୍ବରୁ ୧୨ ଟି ହଟସ୍ପଟ୍ ଚିହ୍ନଟ କରାଯାଇଥିଲା ଏବଂ ୧୪ ଦିନ ପାଇଁ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏବେ କିନ୍ତୁ ବର୍ତ୍ତମାନ ସମଗ୍ର ସହରକୁ ଲକଡାଉନ୍ ଭାବରେ ଘୋଷଣା କରାଯାଇଛି।

ଅମରାବତୀ, ୟବତମାଲା ଏବଂ ଅକୋଲା ଜିଲ୍ଲାରେ ସର୍ବାଧିକ କରୋନା ସଂକ୍ରମିତ ଦେଖିବାକୁ ମିଳିଛି। ଶନିବାର ମୁମ୍ବାଇ ମହାନଗର ନିଗମରେ ୮୯୭ ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଥିବା ବେଳେ ଅମରାବତୀ ମହାନଗରରେ ଗୋଟିଏ ଦିନରେ ନୂଆ ପଜିଟିଭ ମାମଲା ୮୦୬ ଥିଲା।

ସେହିପରି ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣେ ସହରକୁ ପୁଣି ଫେରିଛି ନାଇଟ କର୍ଫ୍ୟୁ। ସହରରେ ରାତି ୧୧ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ଲାଗୁ କରାଯାଇଛି।  ଏହି ସମୟରେ ଜରୁରୀ ସେବାରେ ନିୟୋଜିତ ଗାଡିକୁ ଛାଡିଦେଲେ ଅନ୍ୟ ସମସ୍ତ ଗାଡି ଚଳାଚଳ ବନ୍ଦ ରଖାଯାଇଛି।

ସେହିପରି ଆସନ୍ତା ୨୮ ତାରିଖ ଯାଏଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ। ସେହି ରାତି ୧୧ ପୂର୍ବରୁ ହୋଟଲ ଗୁଡିକ ମଧ୍ୟ ବନ୍ଦ ରହିବ।  ବିବାହ ଏବଂ ଭୋଜିଭାତ କିମ୍ବା କୌଣସି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ଏଭଳି କାର୍ଯ୍ୟକ୍ରମ ପାଇଁ ପୁଲିସ ଠାରୁ ଏନଓସି ନେବାକୁ ପଡିବ। କର୍ଫ୍ୟୁ ସମୟରେ ବିବାହ, ହଲ, ବଜାର, ସିନେମା ହଲ ଆଦି ପୁରାପୁରି ବନ୍ଦ ରହିବ।  ସୋମବାରଠାରୁ ନୂଆ ଗାଇଡଲାଇନ୍  କାର୍ଯ୍ୟକାରୀ ହେବ ବୋଲି ପୁଣେ ଡିଭିଜନାଲ କମିଶନର ସୂଚନା ଦେଇଛନ୍ତି।

ରବିବାର କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ୍ ୧୦୧ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଥିରୁ ୮୦ ପ୍ରତିଶତ ପାଞ୍ଚୋଟି ରାଜ୍ୟରୁ ରହିଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ପ୍ରତିଶତ କେରଳ ଏବଂ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ଏହାବାଦ ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ଜମ୍ମୁ କଶ୍ମୀରରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସରକାରଙ୍କ ରିପୋର୍ଟରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos