ଝଟକା ପରେ ଝଟକା, ସଙ୍କଟରେ କଂଗ୍ରେସ ସରକାର !

ପୁଡ଼ୁଚେରୀ: ସୋମବାର ପୁଡ଼ୁଚେରୀ ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ଶାସକ କଂଗ୍ରେସକୁ ଡବଲ ଝଟକା ଲାଗିଛି ଘଣ୍ଟାଏ ଭିତରେ। ପ୍ରଥମେ ଦଳର ବିଧାୟକ ଲକ୍ଷ୍ମୀ ନାରାୟଣ ଇସ୍ତଫା ଦେଲେ ଆଉ ଘଣ୍ଟାଏ ପରେ ମେଣ୍ଟରେ ସାମିଲ୍ ଥିବା ଡିଏମକେ ବିଧାୟକ କେ ଭେଙ୍କାଟେସନ ଇସ୍ତଫା ଦେଇଛନ୍ତି। ରବିବାର ଦୁଇ ବିଧାୟକଙ୍କ ଇସ୍ତଫା ସହିତ କଂଗ୍ରେସ ପାଖରେ ମୋଟ୍ ବିଧାୟକ ସଂଖ୍ୟା ଆସି ୧୨ରେ ପହଞ୍ଚିଛି। ସୋମବାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ରବିବାର କଂଗ୍ରେସର […]

rahul-with-puduchery-congre

rahul-with-puduchery-congre

Subhransu Sekhar
  • Published: Sunday, 21 February 2021
  • Updated: 21 February 2021, 06:10 PM IST

Sports

Latest News

ପୁଡ଼ୁଚେରୀ: ସୋମବାର ପୁଡ଼ୁଚେରୀ ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ଶାସକ କଂଗ୍ରେସକୁ ଡବଲ ଝଟକା ଲାଗିଛି ଘଣ୍ଟାଏ ଭିତରେ। ପ୍ରଥମେ ଦଳର ବିଧାୟକ ଲକ୍ଷ୍ମୀ ନାରାୟଣ ଇସ୍ତଫା ଦେଲେ ଆଉ ଘଣ୍ଟାଏ ପରେ ମେଣ୍ଟରେ ସାମିଲ୍ ଥିବା ଡିଏମକେ ବିଧାୟକ କେ ଭେଙ୍କାଟେସନ ଇସ୍ତଫା ଦେଇଛନ୍ତି। ରବିବାର ଦୁଇ ବିଧାୟକଙ୍କ ଇସ୍ତଫା ସହିତ କଂଗ୍ରେସ ପାଖରେ ମୋଟ୍ ବିଧାୟକ ସଂଖ୍ୟା ଆସି ୧୨ରେ ପହଞ୍ଚିଛି।

ସୋମବାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ରବିବାର କଂଗ୍ରେସର ବୈଠକ ବସିବାର ଥିଲା। ହେଲେ ଦୁଇ ବିଧାୟକଙ୍କ ଇସ୍ତଫା ପରେ ଦଳୀୟ ବିଧାୟକଙ୍କ ବୈଠକ ବବାଦରେ କୌଣସି ସୂଚନା ମିଳିପାରି ନାହିଁ। ଯଦି ନାରାୟଣସ୍ୱାମୀ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ନକରିପାରିବେ ତାହେଲେ ସରକାର ଭାଙ୍ଗିଯିବ।

ଗତ ସପ୍ତାହରେ ଶାସକ ଦଳ କଂଗ୍ରେସର ପାଞ୍ଚ ବିଧାୟକ ଇସ୍ତଫା ଦେଇଥିଲେ। ଏହାପରେ ଫେବୃଆରୀ ୨୧ରେ ଜଣେ କଂଗ୍ରେସ ବିଧାୟକ ଏବଂ ଅନ୍ୟ ଜଣେ ମେଣ୍ଟରେ ସାମିଲ୍ ଥିବା ଡିଏମକେ ବିଧାୟକ ଇସ୍ତଫା ଦେଇଛନ୍ତି। ମୋଟ୍ ୭ ଜଣ ବିଧାୟକ ଇସ୍ତଫା ଦେବା ପରେ ପୁଡୁଚେରୀର ନାରାୟଣସ୍ୱାମୀ ସରକାରକୁ ବଡ଼ ଝଟକା ଲାଗିଛି।

ପାଞ୍ଚ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ବିଧାନସଭାରେ ସାବ୍ୟସ୍ତ କରିବା ପାଇଁ ନବ ନିଯୁକ୍ତ ଉପରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ୩୦ ଆସନ ବିଶିଷ୍ଟ ବିଧାନସଭାରେ ୧୫ଟିରେ ବାଜିମାତ କରିଥିଲା। ସେହିପରି ଡିଏମକେର ୩ ଜଣ ଓ ଜଣେ ସ୍ୱାଧୀନ ବିଧାୟକ ନାରାୟଣସାମୀ ସରକାରଙ୍କୁ ସମର୍ଥନ କରିଥିଲେ। ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୧୬ ଦରକାର ଥିବା ବେଳେ କଂଗ୍ରେସ ଏହାକୁ ହାସଲ କରିନେଇଥିଲା।

ଇତି ମଧ୍ୟରେ କଂଗ୍ରେସର ୫ ବିଧାୟକ ଇସ୍ତଫା ଦେବା ଓ ଜଣଙ୍କୁ ଦଳ ବିରୋଧୀ କାମ ପାଇଁ ବିଦା କରିବା ପରେ ଦଳୀୟ ବିଧାୟକଙ୍କ ସଂଖ୍ୟା ୯କୁ ଖସି ଆସିଛି। ସେହିପରି ୩ ଡିଏମକେ ଓ ଜଣେ ସ୍ୱାଧୀନ ବିଧାୟକ ଦଳ କଂଗ୍ରେସକୁ ସମର୍ଥନ କରିଥିଲେ। ହେଲେ ରବିବାର ଜଣେ ଡିଏମକେ ବିଧାୟକ ଇସ୍ତଫା ଦେବା ପରେ କଂଗ୍ରେସ ପାଖରେ ମୋଟ୍ ବିଧାୟକଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos