ଲକ୍ଷ୍ନୌ: ଆଜିଠୁ ଉତ୍ତରପ୍ରଦେଶରେ ଆରମ୍ଭ ହେବ ଯୋଗୀଙ୍କ ସେକେଣ୍ଡ ଇନିଂସ । ଏଥିନିମନ୍ତେ ରାଜଧାନୀ ଲକ୍ଷ୍ନୌରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ ଯୋଗୀଙ୍କ ଶପଥ ଗ୍ରହଣ ପୂର୍ବରୁ ଲକ୍ଷ୍ନୌରେ ହୋଇଛି ଫାୟାରିଂ। ପୁଲିସ୍ ଏନକାଉଣ୍ଟରରେ ଟଳିଛି ଜଣେ ଅପରାଧୀ। ଅପରାଧୀଜଣକ ହେଉଛି ରାହୁଲ ସିଂ ।
ଆଲିଗଞ୍ଜ ଅଞ୍ଚଳର ଏକ ଜୁଏଲାରୀରୁ ଲୁଟପାଟ ଘଟଣାରେ ସାମିଲ ଥିବା ରାହୁଲ ଉକ୍ତ ଶୋ’ ରୁମ୍ର ଜଣେ କର୍ମଚାରୀକୁ ବି ହତ୍ୟା କରିଥିଲା । ଏହାପରେ ପ୍ରାୟ ବର୍ଷେ ହେବ ରାହୁଲ ଫେରାର ଥିବା ବେଳେ ତା’ ମୁଣ୍ଡରେ ଥିଲା ଲକ୍ଷେ ଟଙ୍କା ପୁରସ୍କାର।
ଶୁକ୍ରବାର ଭୋରୁ ଭୋରୁ ରାହୁଲକୁ ପୁଲିସ୍ ହସନଗଞ୍ଜ ଅଞ୍ଚଳରେ ଘେରି ଯାଇଥିଲା। ଏହାପରେ ଉଭୟ ପକ୍ଷ ମଧ୍ୟରେ ଫାୟାରିଂ ହୋଇଥିଲା। ଏହି ଘଟଣାରେ ପୁଲିସ୍ ଗୁଳିରେ ରାହୁଲ ଗୁରୁତର ହୋଇଥିବା ବେଳେ ହସ୍ପିଟାଲରେ ଡାକ୍ତର ତାକୁ ମୃତ ଘୋଷଣା କଲେ। ରାହୁଲ ପାଖରୁ ସୁନାଗହଣା, ଗୁଳି ଓ ପିସ୍ତଲ ଜବତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ପୁଲିସ ପାଖକୁ ଆସିଲା କଲ୍
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଛନ୍ତି।
National
ଯାଞ୍ଚ ପାଇଁ ଯାଇଥିବା ଇଡି ଟିମ୍ ଉପରେ ଆକ୍ରମଣ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ
ପିପିପିଏଲ୍ ସାଇବର ଆପ୍ ଠକେଇ ମାମଲାର ଯାଞ୍ଚ ପାଇଁ ଇଡି ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କ ସହ ଥିଲା।
National
ଆଜି ବାତ୍ୟାର ରୂପ ନେବ ଫେଙ୍ଗଲ! ରେଡ୍ ଆଲର୍ଟ ଜାରି
ସତର୍କତା ଦୃଷ୍ଟିରୁ ଆଜି ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।
National
ଲିଭ-ଇନ୍- ପାର୍ଟନରଙ୍କୁ ୫୦ ଖଣ୍ଡ କଲେ ଯୁବକ; ଧରା ପକାଇଦେଲା ବୁଲା କୁକୁର
ବିବାହ ପାଇଁ ଜିଦ୍ ଧରିବାରୁ ଦୁଷ୍କର୍ମ କରିବା ପରେ ତାଙ୍କୁ ମାରି ପ୍ରାୟ ୫୦ ଖଣ୍ଡ କରିଦେଲେ। ମାତ୍ର ବୁଲା କୁକୁରଙ୍କ ଯୋଗୁ ଧରା ପଡ଼ିଗଲେ ଅଭିଯୁକ୍ତ ଓ ଏବେ ପୁଲିସ୍ ତାଙ୍କୁ ବାନ୍ଧିଛି।
National
ଆଜି ଶପଥ ନେବେ ହେମନ୍ତ ସୋରେନ୍
ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ୱାର ତାଙ୍କୁ ଆଜି ଅପରାହ୍ଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।