ନିର୍ବାଚନ ପୂର୍ବରୁ ୧୮,୦୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୋଦି

ଡେରାଡୁନ୍‌: ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଥିବା ବେଳେ ତାପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଆରମ୍ଭ ହୋଇଛି କସରତ। ଏହିପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡରେ ୧୮,୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ବ୍ୟୟବହୁଳ ପ୍ୟାକେଜ ମଧ୍ୟରେ ଏକାଧିକ ପ୍ରକଳ୍ପ ରହିଛି। ଏଥିହସହ ୮୩,୦୦ କୋଟି ଟଙ୍କା ବ୍ୟୟରେ  ଦିଲ୍ଲୀ-ଡେରାଡୁନ୍ ମଧ୍ୟରେ ହେଉଥିବା ଅର୍ଥନୈତିକ କରିଡର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୋଦି।  ଏହି ଅବସରରେ ଡେରାଡୁନ୍‌ର ପରେଡ୍‌ ଗ୍ରାଉଣ୍ଡରେ […]

Modi1

Modi1

Tapas Behera
  • Published: Saturday, 04 December 2021
  • Updated: 04 December 2021, 04:36 PM IST

Sports

Latest News

ଡେରାଡୁନ୍‌: ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଥିବା ବେଳେ ତାପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଆରମ୍ଭ ହୋଇଛି କସରତ। ଏହିପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡରେ ୧୮,୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ବ୍ୟୟବହୁଳ ପ୍ୟାକେଜ ମଧ୍ୟରେ ଏକାଧିକ ପ୍ରକଳ୍ପ ରହିଛି।

ଏଥିହସହ ୮୩,୦୦ କୋଟି ଟଙ୍କା ବ୍ୟୟରେ  ଦିଲ୍ଲୀ-ଡେରାଡୁନ୍ ମଧ୍ୟରେ ହେଉଥିବା ଅର୍ଥନୈତିକ କରିଡର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୋଦି।  ଏହି ଅବସରରେ ଡେରାଡୁନ୍‌ର ପରେଡ୍‌ ଗ୍ରାଉଣ୍ଡରେ ଏକ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ଦଶନ୍ଧି ପର୍ଯ୍ୟନ୍ତ ଉତ୍ତରାଖଣ୍ଡକୁ ବିକଶିତ କରିବାରେ ଏହା  ସହାୟକ ହେବ।  ବିଗତ ୫ ବର୍ଷରେ ଉତ୍ତରାଖଣ୍ଡର ଉନ୍ନତ୍ତି ପାଇଁ କେନ୍ଦ୍ର ସରକାର ୧ ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆଧୁନିକ ଭିତ୍ତିଭୂମି ପାଇଁ ଭାରତରେ ଆଗକୁ ୧୦୦୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ଯୋଜନା ରହିଛି।  ଦିଲ୍ଲୀ-ଡେରାଡୁନ୍‌ ଏକ୍ସପ୍ରେସ ବାବଦରେ ଅଭିଭାଷଣ ରଖି ମୋଦି କହିଛନ୍ତି ଯେ, ଏହି ପ୍ରକଳ୍ପର ଶିଳାନ୍ୟାସ ପାଇଁ ମୁଁ ବୁହତ ଖୁସି।  ଏହା ପ୍ରସ୍ତୁତ ହୋଇଗଲେ ଦିଲ୍ଲୀରୁ ଡେରାଡୁନକୁ ଯାତ୍ରାର ଦୂରତା ଅଧା ହୋଇଯିବ।

ଏହି ଦୁଇଟି ସହର ମଧ୍ୟରେ ଥିବା ଦୂରତା ୨୪୮ କିମିରୁ ୧୮୦ କିମିକୁ ଖସି ଆସିବ। ଏହି ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ୨୦୦୭ରୁ ୨୦୧୪ ମଧ୍ୟରେ ତତ୍କାଳୀନ କେନ୍ଦ୍ର ସରକାର ମାତ୍ର ୬୦୦ କୋଟି ଟଙ୍କାରେ ୨୮୮ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରିଥିଲା।  ହେଲେ ଆମ ସରକାର ୭ ବର୍ଷ ମଧ୍ୟରେ ୧୨୦୦୦ କୋଟି ଟଙ୍କାର ୨୦୦୦ କିଲୋମିଟରରୁ ଅଧିକ ଜାତୀୟ ରାଜପଥ ନିର୍ମାଣ କରିଛି। ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଆମର ପାହାଡ଼ ଏବଂ ସଂସ୍କୃତି କେବଳ ଆମର ବିଶ୍ୱାସ ନୁହେଁ ବରଂ ଆମ ଦେଶର ସୁରକ୍ଷାର ଦୁର୍ଗ ମଧ୍ୟ। ଆମେ ପାହାଡ଼ିଆ ଅଞ୍ଚଳରେ ବାଷ କରୁଥିବା ଲୋକଙ୍କ ଜୀବନକୁ ପ୍ରାଥମିକତା ଦେଇଥାଉ। ହେଲେ ଦୁର୍ଭାଗ୍ୟବଶତ।, ଯେଉଁମାନେ ଦଶନ୍ଧି  ଦଶନ୍ଧି ଧରି କ୍ଷମତାରେ ରହିଥିଲେ ସେମାନଙ୍କ ପଲିସିରେ ସେହି ଲୋକମାନଙ୍କର କୌଣସି ସ୍ଥାନରେ ନଥିଲା। ଯାହା ଆମ ସରକାର ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos