ଶ୍ରୀନଗର: ଧରାପଡିଲେ ୨ ଲସ୍କର-ଏ-ତୋଇବା ଆତଙ୍କବାଦୀ। ଜମ୍ମୁକଶ୍ମୀର ରିଆସି ଟୁକସନ ଗାଁରୁ ଏହି ଦୁଇ ଆତଙ୍କବାଦୀ ଧରାପଡିଛନ୍ତି। ଅସ୍ତ୍ରଶସ୍ତ୍ର ସହ ସେମାନଙ୍କୁ ସ୍ଥାନୀୟ ଗ୍ରାମବାସୀ ଧରିଛନ୍ତି । ସେମାନଙ୍କୁ ନିକଟରୁ ଏକେ -୪୭ ରାଇଫଲ, ୭ଟି ଗ୍ରେନେଡ, ଗୋଟିଏ ପିସ୍ତଲ ଜବତ ହୋଇଛି । ଗ୍ରାମବାସୀଙ୍କ ଏହି ଉଦ୍ୟମ ଆଉ ସଫଳତା ପାଇଁ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଜମ୍ମୁକଶ୍ମୀର ଡିଜିପି।
ଧରାପଡିଥିବା ଏହି ଦୁଇ ଆତଙ୍କବାଦୀ ହେଉଛନ୍ତି, ଫୈଜଲ ଅହମ୍ମଦ ଡାର ଏବଂ ତାଲିବ ହୁସେନ। ଏ ଦୁଇ ଜଣ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଥିଲେ। ଅହମ୍ମଦ ଡାର ଲସ୍କରର ଏ-ତୋଇବାର ଆତଙ୍କବାଦୀ ହୋଇଥିବା ଜଣାପଡିଛି। ସ୍ଥାନୀୟ ଗାଁ ଲୋକେ ଏହି ଆତଙ୍କବାଦୀଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି।
https://twitter.com/ANI/status/1543461072740372482?s=20&t=B1Iajx4V4itojIi7H4voHw
ଜମ୍ମୁକଶ୍ମୀର ପୁଲିସ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି । ରିଆସି ଜିଲ୍ଲାର ତୁକସାନ ଗାଁରୁ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି। ଏମାନେ ବାବା ଅମରନାଥ ଯାତ୍ରା ସମୟରେ ଆକ୍ରମଣ ପାଇଁ ଉଦ୍ୟମ କରିବାକୁ ଷଡଯନ୍ତ୍ର ଚରିଥିବା ନେଇ ଜଣାପଡିଛି।
ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ରିଆସି ଜିଲ୍ଲାରେ ବ୍ୟାପକ ଅସ୍ତ୍ରଶସ୍ତ୍ର ସହ ଲସ୍କର-ଏ-ତୋଏବାର ଆତଙ୍କବାଦୀ ଥିବା ଜଣାପଡିବା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହୟତାରେ ସେମାନଙ୍କୁ କାବୁ କରାଯାଇଥିଲା। ଜମ୍ମୁ ଜାତୀୟ ରାଜପଥରେ ସେମାନେ ଆକ୍ରମଣ ପାଇଁ ଯୋଜନା କରୁଥିଲେ।
ତାଲିବ ହୁସେନ ପ୍ରଥମେ ରଜୌରୀରେ ଦୁଇଟି ଆଇଡି ବ୍ଲାଷ୍ଟ କରି ପରୀକ୍ଷା କରିଥିଲା। ପରେ ସେ ଡ୍ରୋନ ଜରିଆରେ ଯୋଗାଇ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର ନେଇ ଫେରାଇ ହୋଇଯାଇଥିଲା। ତେବେ ପୁଲିସ ତା'ର ଦୁଇ ସହଯୋଗୀଙ୍କୁ କିଛି ସପ୍ତାହ ତଳେ ଗିରଫ କରିଥିଲା। କଶ୍ମୀର ନିବାସୀ ଫୈଜଲ ଅହମ୍ମଦ ଡାର ସୀମାପାରରୁ ଆତଙ୍କବାଦୀ ଆକ୍ରମଣ ପାଇଁ ତାଲିବ ହୁସେନ ସହ ଯୋଗାଯୋଗ କରିଥିଲା । ତାଲିବ ଅମରନାଥ ଯାତ୍ରାରେ ଆକ୍ରମଣର ଯୋଜନା ପ୍ରସ୍ତୁତ କରିଥିଲା ଏବଂ ପରେ ସେ ତୁକସାନ ଗାଁରେ ପହଞ୍ଚି ସେଠାରେ ପ୍ରସ୍ତୁତ ହୋଇରହିଥିଲା। ତେବେ ଏହି ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ଗ୍ରାମବାସୀ ପଣ୍ଡ କରିଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।