ପାକିସ୍ତାନକୁ ନେଇ 'ୱେଟ୍‌ ଆଣ୍ଡ ୱାଚ୍‌' ମୁଡ୍‌ରେ ଭାରତ

ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ। ଘାଟିରେ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଙ୍ଘନ କରୁଛି। ଦୁଇ ଦେଶ ମଧ୍ୟରେ ବିଶ୍ୱାସର ଅଭବା ରହିଛି। ଫେବୃଆରୀରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସମ୍ପ୍ରତି ଅସ୍ତ୍ରବିରତି ଚୁକ୍ତି ପରେ ଏହାକୁ ଆଉ ଉଲ୍ଲଂଘନ କରାଯାଇ ନାହିଁ। ତେଣୁ ପାକିସ୍ତାନକୁ ନେଇ ଏବେ ଭାରତ ‘ୱେଟ୍‌ ଆଣ୍ଡ ୱାଚ୍‌’ ମୁଡ୍‌ରେ ରହିଛି ବୋଲି ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେ କହିଛନ୍ତି, […]

Rajnath Singh

Rajnath Singh

Madhupriya Mistry
  • Published: Monday, 30 August 2021
  • Updated: 30 August 2021, 02:12 PM IST

Sports

Latest News

ନୂଆଦିଲ୍ଲୀ: ସୁଧୁରୁନି ପାକିସ୍ତାନ। ଘାଟିରେ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଙ୍ଘନ କରୁଛି। ଦୁଇ ଦେଶ ମଧ୍ୟରେ ବିଶ୍ୱାସର ଅଭବା ରହିଛି। ଫେବୃଆରୀରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସମ୍ପ୍ରତି ଅସ୍ତ୍ରବିରତି ଚୁକ୍ତି ପରେ ଏହାକୁ ଆଉ ଉଲ୍ଲଂଘନ କରାଯାଇ ନାହିଁ। ତେଣୁ ପାକିସ୍ତାନକୁ ନେଇ ଏବେ ଭାରତ 'ୱେଟ୍‌ ଆଣ୍ଡ ୱାଚ୍‌' ମୁଡ୍‌ରେ ରହିଛି ବୋଲି ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ସେ କହିଛନ୍ତି, ଦେଶ ସ୍ୱାଧୀନତା ପରଠାରୁ ଅନେକ ଜାତୀୟ ବିରୋଧୀ ଶକ୍ତି ଭାରତ ସୀମା ଦେଇ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ପାକିସ୍ତାନ ମାଟିରୁ ଏ ଦିଗରେ ନିରନ୍ତର ଉଦ୍ୟମ କରାଯାଇଛି। ଏବେ ଖୁବ ଶୀଘ୍ର କାଶ୍ମୀର ମାଟିରୁ ଆତଙ୍କବାଦର ସମାପ୍ତ ଘଟିବ। ଧାରା ୩୭୦ ଏବଂ ୩୫-ଏ ଯୋଗୁଁ ବିଚ୍ଛିନ୍ନତାବାଦୀଙ୍କୁ ଯେଉଁ ଶକ୍ତି ମିଳୁଥିଲା ତାହା ବର୍ତ୍ତମାନ ଶେଷ ହୋଇଛି, ଏନେଇ ମୋର ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ପାକିସ୍ତାନ ଏବେ ବୁଝିଗଲାଣି ଯେ, ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ କରିବା ଦ୍ୱାରା ତାକୁ କୌଣସି ଲାଭ ମିଳିବ ନାହିଁ। ପାକିସ୍ତାନ ସମର୍ଥିତ ଆତଙ୍କବାଦର ମଡେଲ ଭାରତରେ ଧ୍ୱଂସ ହେଉଛି। ପଡୋଶୀ ଆଫଗାନିସ୍ତାନରେ ଯାହା ଘଟୁଛି ତାହା ସୁରକ୍ଷା ଦୃଷ୍ଟିରୁ ନୂଆ ପ୍ରଶ୍ନ ଉଠାଉଛି। ଆମ ସରକାର ସେଠାରେ ଥିବା ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ଭାରତୀୟଙ୍କ ସୁରକ୍ଷା ସହିତ ଆମ ସରକାର ମଧ୍ୟ ଚାହୁଁଛନ୍ତି ଯେ ସେଠାରେ ସୃଷ୍ଟି ହେଉଥିବା ପରିସ୍ଥିତିର ସୁଯୋଗ ନେଇ ଜାତୀୟ ବିରୋଧୀ ବାହିନୀ ସୀମା ଆରପାର୍ଶ୍ୱରୁ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଉଚିତ୍ ନୁହେଁ।

ଗଲୱାନ ଘଟଣାକୁ ଏକ ବର୍ଷ ବିତି ଗଲାଣି।  କିନ୍ତୁ ଭାରତୀୟ ସେନା ଯେଉଁ ସାହସିକତା, ସୌର୍ଯ୍ୟ ଏବଂ ବୀରତ୍ୱର ପ୍ରଦର୍ଶନ କରିଛି ତାକୁ ନେଇ ଆଗାମୀ ପିଢ଼ି ଗର୍ବିତ ହେବେ। ଲଦାଖଙ୍କ ସହ ଉତ୍ତର ପୂର୍ବର ଅନେକ ଭିତ୍ତିଭୂମି ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି। ଏସବୁ କେବଳ ଦେଶରେ ଏକ ଇନଫ୍ରା ପ୍ରୋଜେକ୍ଟ ନୁହେଁ ବରଂ ଜାତୀୟ ସୁରକ୍ଷା ଗ୍ରୀଡର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ୨୦୧୪ ମସିହାରେ ଯେତେବେଳେ ଆମ ସରକାର ଗଠନ ହେଲା, ସେତେବେଳେ ଦେଶର ପ୍ରାୟ ୧୬୦ ଟି ଜିଲ୍ଲା ନକ୍ସଲବାଦ ସମସ୍ୟାର ସମ୍ମୁଖୀନ ହେଉଥିଲେ। ୨୦୧୯ରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ପ୍ରାୟ ୫୦କୁ ଖସି ଆସିଥିଲା ବୋଲି ରାଜନାଥ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos