‘ଦେଶକୁ ମୋଦି, ପଶ୍ଚିମବଙ୍ଗକୁ ଦିଦିଙ୍କ କବଳରୁ ଉଦ୍ଧାର କରିବା ଦରକାର’

କୋଲକାତା: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମମତା ବାନାର୍ଜୀଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ଗୋଟିଏ ପଟେ ଦିଦି ଏବଂ ଅନ୍ୟ ପଟେ ମୋଦି। ଜଣକ କବଳରୁ ଦେଶକୁ ଅନ୍ୟ ଜଣଙ୍କୁ ପଶ୍ଚିମବଙ୍ଗ କବଳରୁ ବଞ୍ଚାଇବାକୁ ପଡିବ। ଏଥିପାଇଁ ୟୁନାଇଟେଡ୍ ଫ୍ରଣ୍ଟ ଉପରେ ବିଶ୍ୱାସ କରିବାକୁ ସେ ପଶ୍ଚିମବଙ୍ଗବାସୀଙ୍କୁ ଆହ୍ୱାନ କରିଛନ୍ତି। ବ୍ରିଗେଡ ମୈଦାନରେ ଆୟୋଜିତ ସିପିଆଇ-କଂଗ୍ରେସର ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ ରାଲିରେ ବାଘଲେ ଏହା କହିଛନ୍ତି। ରାଜ୍ୟରେ ବିଜେପି-ଟିଏମସି […]

baghel

baghel

Subhransu Sekhar
  • Published: Sunday, 28 February 2021
  • Updated: 28 February 2021, 04:47 PM IST

Sports

Latest News

କୋଲକାତା: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମମତା ବାନାର୍ଜୀଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ଗୋଟିଏ ପଟେ ଦିଦି ଏବଂ ଅନ୍ୟ ପଟେ ମୋଦି। ଜଣକ କବଳରୁ ଦେଶକୁ ଅନ୍ୟ ଜଣଙ୍କୁ ପଶ୍ଚିମବଙ୍ଗ କବଳରୁ ବଞ୍ଚାଇବାକୁ ପଡିବ। ଏଥିପାଇଁ ୟୁନାଇଟେଡ୍ ଫ୍ରଣ୍ଟ ଉପରେ ବିଶ୍ୱାସ କରିବାକୁ ସେ ପଶ୍ଚିମବଙ୍ଗବାସୀଙ୍କୁ ଆହ୍ୱାନ କରିଛନ୍ତି। ବ୍ରିଗେଡ ମୈଦାନରେ ଆୟୋଜିତ ସିପିଆଇ-କଂଗ୍ରେସର ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ ରାଲିରେ ବାଘଲେ ଏହା କହିଛନ୍ତି।

ରାଜ୍ୟରେ ବିଜେପି-ଟିଏମସି ପରସ୍ପର ବିରୋଧରେ ଆରୋପ ପ୍ରତ୍ୟୋରପ କରୁଛନ୍ତି। ଟିଏମସି ପୁଣିଥରେ ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିବା ବେଳେ ବିଜେପି ମଧ୍ୟ ମମତା ସରକାରକୁ ଉଖାଡ଼ି ଫିଙ୍ଗିଦେବ ବୋଲି କହିଛି। ଏହାରି ଭିତରେ ରାଜ୍ୟର ଦୁଇ ଦଳ ସିପିଆଇଏମ ଏବଂ କଂଗ୍ରେସ ଯିଏକି ପୂର୍ବରୁ ସରକାରରେ ଥିଲେ ଏବେ ଏକାଠି ହୋଇ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ତୃତୀୟ ବିକଳ୍ପ ଭାବରେ କଂଗ୍ରେସ-ବାମପନ୍ଥୀ ଏବଂ ଆଇଏସଏଫ (ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ) ମିଳିତ ମଞ୍ଚ ଗଠନ କରିଛନ୍ତି। ବାଘେଲ କହିଛନ୍ତି ଯେ ତାଙ୍କ ବିଚାରରେ ପଶ୍ଚିମବଙ୍ଗବାସୀ ଏଥର ନିଶ୍ଚିତ ଭାବରେ ବିକଳ୍ପକୁ ଦେଖିବାକୁ ପାଇବେ। ଆଜି ସାରା ଦେଶରେ ଭେଦଭାବ ସୃଷ୍ଟି ହେଉଛି। ଆମକୁ ଏହି ଭ୍ରାନ୍ତ ଭାବନାରୁ ଦୂରେଇ ରହି ଏକାଠି ହେବାରୁ ପଡ଼ିବ ବୋଲି ସେ କହିଛନ୍ତି।

ବିଜେପି ଓ ଟିଏମସି ନିର୍ବାଚନ ବେଳେ ନେତାଜୀ ସୁବାଷ ବୋଷଙ୍କୁ ନେଇ ରାଜନୀତି କରୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଏହି ଦୁଇ ଦଳ କେବେ ବି ନେତାଜୀଙ୍କ ଉତ୍ତରାଧିକାରୀ ହୋଇପାରିବେ ନାହିଁ ବୋଲି ବାଘଲେ କହିଛନ୍ତି। ଯେତେବେଳେ ନେତାଜୀ ଆଜାଦ ହିନ୍ଦ ସେନା ଗଠନ କରୁଥିଲେ ସେତେବେଳେ ଶ୍ୟାମପ୍ରସାଦ ମୁଖାର୍ଜୀ ଏବଂ ବୀର ସାଭରକର ବ୍ରିଟିଶ ସୌନ୍ୟବାହିନୀ ସହିତ ଯୋଡ଼ି ହୋଇଥିଲେ।

ଭୂପେଶ ବାଘେଲ କହିଛନ୍ତି ଯେ କ୍ଷମତାକୁ ଆସିବା ପୂର୍ବରୁ ରାଜ୍ୟରେ ଦଙ୍ଗା ଆରମ୍ଭ ହୋଇଛି। ଯଦି ଜଣେ ଏପର୍ଯ୍ୟନ୍ତ କ୍ଷମତାକୁ ଆସି ନାହିଁ, ତେବେ ଏହା ହେଉଛି ପରିସ୍ଥିତି। କ୍ଷମତାକୁ ଆସିବା ପରେ ସେମାନେ କଣ କରିବେ ବୋଲି ବେଙ୍ଗଲର ଲୋକମାନେ ଭଲ ଭାବରେ ବୁଝିଛନ୍ତି ବୋଲି ବାଘେଲ କହିଛନ୍ତି।

ସେହିପରି ରାଜ୍ୟରେ ଟିଏମସି ଏବଂ ବିଜେପି ପରାସ୍ତ ହେବେ ବୋଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି। ୟୁନାଇଟେଡ୍ ଫ୍ରଣ୍ଟର ଏକମାତ୍ର ଉଦ୍ଦେଶ୍ୟ ହେଉଛି ବେଙ୍ଗଲରୁ ବିଜେପି ଏବଂ ଟିଏମସିକୁ ମୂଳ ପୋଛ କରିଦେବା। ସେ କହିଛନ୍ତି ଯେ ମମତା ବାନାର୍ଜୀ ଏବଂ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ପାର୍ଥକ୍ୟ ଖୋଜିବା କଷ୍ଟକର। ସମସ୍ତଙ୍କର ଡିଏନଏ ଗୋଟିଏ। ଉଭୟ ଦେଶ ଏବଂ ରାଜ୍ୟକୁ ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଧୀର କହିଛନ୍ତି।

ସେହିପରି ସିପିଆଇ (ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି ଯେ ଚାଷୀମାନେ ସେମାନଙ୍କର ଅଧିକାର ପାଇଁ ଲଢ଼େଇ ପାଇଁ ଏକ ମିଳିତ ସାମ୍ମୁଖ୍ୟ ଗଠନ କରିଛନ୍ତି। ଆମେ ବଙ୍ଗଳାର ମମତା ଏବଂ ମୋଦିଙ୍କ ବିରୋଧରେ ଏକ ବଙ୍ଗଳା ମିଳିତ ଦଳ ଗଠନ କରିବୁ। ସେ କହିଛନ୍ତି ଯେ ପୁରା ସିଷ୍ଟମ ବିକ୍ରି ହେଉଛି। ବୁଲେଟ୍ ଟ୍ରେନ୍ ଦେବେ ବୋଲି ଅନେକ ପ୍ରତିଶୃତି ଦେଇଛନ୍ତି। ହେଲେ ଦେଶର ଯୁବକମାନଙ୍କ ଅବସ୍ଥା କ’ଣ? ବହୁ ପରିମାଣରେ ବେକାରୀ ବୃଦ୍ଧି ପାଉଛି। ପ୍ରଶ୍ନ ହେଉଛି ବେକାରୀ ଏବଂ ଲକ୍ଷ ଲକ୍ଷ କୋଟି ଟଙ୍କା କରୋନରେ ପୀଡିତ ଲୋକଙ୍କ ନାମରେ ସଂଗ୍ରହ କରାଯାଉଛି। ଏହାର ଉତ୍ତର ଦେବାକୁ ପଡିବ। ଆଜି ବିଜେପି ଏବଂ ଟିଏମସିରେ ଏକ ଲୁଟ୍ ସରକାର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story