ଷଷ୍ଠ ଫେଲ୍ ପ୍ରେମିକକୁ ଭଲପାଉଥିଲା ଶବନମ୍, ଘରେ ରାଜି ନହେବାରୁ ୭ଜଣକୁ ମର୍ଡର୍

ନୂଆଦିଲ୍ଲୀ: ଷଷ୍ଠ ଶ୍ରେଣୀରେ ଫେଲ୍ ହୋଇଥିବା ପ୍ରେମିକ ପାଇଁ ନିଜ ପରିବାର ଲୋକଙ୍କୁ ଜୀବନରେ ମାରିଦେଇଥିଲା। ତେବେ ପରିବାରର ଜଣେ ଦୁଇ ଜଣ ନୁହେଁ, ଏକାଥରରେ ୭ଜଣକୁ ମାରି ଖେଳିଥିଲା ରକ୍ତର ହୋଲି। ଏଭଳି ନରସଂହାର ଘଟାଇଥିଲା ଉତ୍ତର ପ୍ରଦେଶ ଅମରୋହର ଶବନମ। ତେବେ କାହିଁକି ଶବନମ ଏଭଳି ନାରକୀୟ କାଣ୍ଡ ଘଟାଇଥିଲା। କୁହାଯାଉଛି ଯେ ଏହି ହତ୍ୟାକାଣ୍ଡ ପଛର କାରଣ ଥିଲା ଶବନମର ପ୍ରେମିକ ସଲୀମ୍। ଶବନମ ସଲୀମକୁ ଖୁବ୍ ଭଲ ପାଉଥିଲା। ଗୋଟିଏ ପଟେ […]

shabnam

shabnam

Ranjit Kumar Jena
  • Published: Thursday, 18 February 2021
  • Updated: 18 February 2021, 05:29 PM IST

ନୂଆଦିଲ୍ଲୀ: ଷଷ୍ଠ ଶ୍ରେଣୀରେ ଫେଲ୍ ହୋଇଥିବା ପ୍ରେମିକ ପାଇଁ ନିଜ ପରିବାର ଲୋକଙ୍କୁ ଜୀବନରେ ମାରିଦେଇଥିଲା। ତେବେ ପରିବାରର ଜଣେ ଦୁଇ ଜଣ ନୁହେଁ, ଏକାଥରରେ ୭ଜଣକୁ ମାରି ଖେଳିଥିଲା ରକ୍ତର ହୋଲି। ଏଭଳି ନରସଂହାର ଘଟାଇଥିଲା ଉତ୍ତର ପ୍ରଦେଶ ଅମରୋହର ଶବନମ। ତେବେ କାହିଁକି ଶବନମ ଏଭଳି ନାରକୀୟ କାଣ୍ଡ ଘଟାଇଥିଲା। କୁହାଯାଉଛି ଯେ ଏହି ହତ୍ୟାକାଣ୍ଡ ପଛର କାରଣ ଥିଲା ଶବନମର ପ୍ରେମିକ ସଲୀମ୍। ଶବନମ ସଲୀମକୁ ଖୁବ୍ ଭଲ ପାଉଥିଲା। ଗୋଟିଏ ପଟେ ସଲୀମ୍ ଷଷ୍ଠ ଫେଲ୍ ହୋଇଥିବା ବେଳେ ଶବନମ ଦୁଇଥର ମାଷ୍ଟର ଡିଗ୍ରୀ ସାଙ୍ଗକୁ ଏକ ପ୍ରାଇମେରୀ ସ୍କୁଲରେ ପାଠ ମଧ୍ୟ ପଢ଼ାଉଥିଲା। ଏହି କାରଣରୁ ଶବନମର ପରିବାର ଲୋକେ ସଲୀମକୁ ଗ୍ରହଣ କରିବାକୁ ରାଜି ନଥିଲେ। ପରିବାର ଲୋକଙ୍କ ବିରୋଧରେ ଭୀଷଣ ରାଗି ଯାଇଥିଲା ଶବନମ୍। ଯାହା ପରେ ଶବନମ୍ ନିଜ ପ୍ରେମିକକୁ ଲଗାଇ ନିଜ ପରିବାରକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା।

ଏପ୍ରିଲ୍ ୧୫, ୨୦୦୮ର ବିଳମ୍ବିତ ରାତିରେ ଶବନମ ନିଜ ପରିବାର ଲୋକଙ୍କୁ ପ୍ରଥମେ କ୍ଷୀରରେ ନିଶା ଔଷଧ ମିଶାଇ ପିଇବାକୁ ଦେଇଥିଲା। ଯାହା ପରେ ସଲୀମର ସହାୟତାରେ ଶବନବ ନିଜର ମାତାପିତା, ଦୁଇ ଭାଇ, ଭାଉଜ, ମାଉସୀର ପୁଅ ଓ ଭଣଜାକୁ କୁରାଢୀରେ କାଟି ରକ୍ତର ହୋଲି ଖେଳିଥିଲା। ଏପରିକି ଶବନମ ମଧ୍ୟ ନିଜର ୧୦ମାସର ଭାଣିଜୀକୁ ଛାଡ଼ିନଥିଲା। ଏହି ନରସଂହାରର ଚାରିଦିନ ପରେ ଅର୍ଥାତ୍ ଏପ୍ରିଲ୍ ୧୯, ୨୦୦୮ରେ ଶବନମ ଓ ସଲୀମକୁ ଗିରଫ କରାଯାଇଥିଲା।

ଶବନମ୍ ଓ ସଲୀମ ମାମଲାରେ ୧୦୦ ତାରିଖ ପର୍ଯ୍ୟନ୍ତ ଶୁଣାଣି ହୋଇଥିଲା। ଏଥିରେ ୨୯ ସାକ୍ଷୀ ଶବନବ ଓ ସଲୀମ ବିରୋଧରେ ପ୍ରମାଣ ଦେଇଥିଲେ। ଏହି ମାମଲାର ଶୁଣାଣି ୨୭ ମାସ ଧରି ଚାଲିଥିଲା। ଯାହା ପରେ ଜିଲ୍ଲା ଓ ସେସନ୍ କୋର୍ଟ ଜୁଲାଇ ୧୪, ୨୦୧୦ରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଏହି ମାମଲାରେ ସାକ୍ଷୀଙ୍କୁ ୬୪୯ ପ୍ରଶ୍ନ କରାଯାଇଥିଲା। ତେବେ ସ୍ୱାଧୀନ ଭାରତରେ ପ୍ରଥମଥର କୌଣସି ମହିଳାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ହେଲେ ଶବନମର ଡେଥ୍ ୱାରେଣ୍ଟ ଉପରେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ହସ୍ତାକ୍ଷର ହୋଇନାହିଁ। କିନ୍ତୁ କୌଣସି ସମୟରେ ଶବନମକୁ ଫାଶୀ ଖୁଣ୍ଟରେ ଝୁଲାଯିବା ନେଇ ଶୁଣାଶି ହୋଇପାରେ। କିନ୍ତୁ ଶବନମର ପୁଅ ତାଜ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିଜ ମା'ର ଫାଶୀ ଦଣ୍ଡାଦେଶକୁ କ୍ଷମା କରିବା ପାଇଁ ନିବେଦନ କରିଛନ୍ତି।

ଯେତେବେଳେ ଶବନମ ଗିରଫ ହେଲା, ସେତେବେଳେ ସେ ୭ ସପ୍ତାହର ଗର୍ଭବତୀ ଥିଲା। ୨୦୦୮ ଡିସେମ୍ବରରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲା। ସେହି ପୁଅ ହେଉଛି ତାଜ, ଯିଏ ଆଜି ନିଜ ମା' ପାଇଁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା କରିବା ସମୟରେ ତାଜ କାନ୍ଦି ପକାଇଥିଲା। ତାଜ କହିଛି, ତା'ର ମା' ତାକୁ ବହୁତ ଭଲ ପାଏ। ମା' ମଧ୍ୟ ତାକୁ ଟଙ୍କା ଦେବା କଥା ତାଜ କହିଛି।

ମା' ଜେଲରେ ଥିବା ପୁଅ ତାଜର ଯତ୍ନ ନେଉଥିଲେ ବୁନ୍ଦଲସହରର ସୁଶୀଲା ବିହାର କଲୋନୀରେ ରହୁଥିବା ଉସମାନ୍ ସୈଫୀ। ତାଜର ଜନ୍ମ ଜେଲରେ ହୋଇଥିଲା। କିନ୍ତୁ ସେ ଯେତେବେଳେ ୬ ବର୍ଷ ହେଲା, ତାକୁ ବାହାରକୁ ଅଣାଯାଇଥିଲା ଏବଂ ଅମରୋହା ଜିଲ୍ଲା ପ୍ରଶାସନ ତାକୁ ବୁଲନ୍ଦସହରର ନିବାସୀ ଉସମାନ୍ ସୈଫୀଙ୍କୁ ହସ୍ତାନ୍ତର କରିଥିଲା। ଉସମାନ୍ କହନ୍ତି, ତାଜ ବୁନ୍ଦଲସହରର ପ୍ରତିଷ୍ଠିତ ସ୍କୁଲରେ ପାଠ ପଢ଼ୁଛି। ଉସମାନ୍ ଆହୁରି କହିଛନ୍ତି, ତାଜର ମା' ପାଖରେ ପ୍ରଚୁର ସମ୍ପତ୍ତି ରହିଛି। ଶବନମ୍ ମଧ୍ୟ ଏସବୁ ସମ୍ପତ୍ତିକୁ ସ୍କୁଲ୍, କଲେଜ, ହସ୍ପିଟାଲ ଭଳି ଭଲ କାମ ପାଇଁ ଦାନ କରିଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story