ଏନ୍‌ସିବିର ତଦନ୍ତ ପରିସରଭୁକ୍ତ ହେବେ କଙ୍ଗନା!

ପୁନେ: ‘କଙ୍ଗନା ରାଣାୱତ ଆଇନର ଊର୍ଦ୍ଧ୍ୱରେ ନାହାନ୍ତି। ଯଦି ସେ କହିଥିଲେ ଯେ ସେ ବି ଡ୍ରଗ୍ସ ସେବନ କରିଥିଲେ, ତା’ହେଲେ ଏନ୍‌ସିବି ତଦନ୍ତ କରିବା ଉଚିତ୍। ଆମ ଦେଶରେ ଆଇନ ସମସ୍ତଙ୍କ ପାଇଁ ସମାନ।’ ମହାରାଷ୍ଟ୍ରର ବିଜେପି ନେତା ତଥା ବିଧାନ ପରିଷଦର ବିରୋଧୀ ଦଳ ନେତା ପ୍ରବୀଣ ଦରେକର ବୁଧବାର ଏହି କଥା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରୀର ନୂଆ ଓ ଯୁବ କଳାକାରମାନେ ଯଦି ଡ୍ରଗ୍ସ କବଳରେ ପଡ଼ିବେ, […]

kangana1

kangana1

Jitendra Garnayak
  • Published: Thursday, 24 September 2020
  • Updated: 24 September 2020, 12:51 PM IST

Sports

Latest News

ପୁନେ: ‘କଙ୍ଗନା ରାଣାୱତ ଆଇନର ଊର୍ଦ୍ଧ୍ୱରେ ନାହାନ୍ତି। ଯଦି ସେ କହିଥିଲେ ଯେ ସେ ବି ଡ୍ରଗ୍ସ ସେବନ କରିଥିଲେ, ତା’ହେଲେ ଏନ୍‌ସିବି ତଦନ୍ତ କରିବା ଉଚିତ୍। ଆମ ଦେଶରେ ଆଇନ ସମସ୍ତଙ୍କ ପାଇଁ ସମାନ।’ ମହାରାଷ୍ଟ୍ରର ବିଜେପି ନେତା ତଥା ବିଧାନ ପରିଷଦର ବିରୋଧୀ ଦଳ ନେତା ପ୍ରବୀଣ ଦରେକର ବୁଧବାର ଏହି କଥା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରୀର ନୂଆ ଓ ଯୁବ କଳାକାରମାନେ ଯଦି ଡ୍ରଗ୍ସ କବଳରେ ପଡ଼ିବେ, ତା’ହେଲେ ସେମାନଙ୍କୁ କେହି ସମର୍ଥନ କରିବେ ନାହିଁ। ଯଦି ବିଶ୍ୱର ଏକ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀର କଳାକାରମାନେ ଡ୍ରଗ୍ସ ନିଶାରେ ପଡ଼ିବେ, ତା’ହେଲେ ଆମେ କ’ଣ ପ୍ରତିଷେଧମୂଳକ ପଦକ୍ଷେପ ନେବା ଉଚିତ୍ ନୁହେଁ। ଯେକୌଣସି ବ୍ୟକ୍ତି ଯଦି ଡ୍ରଗ୍ସ ସେବନ କରୁଛନ୍ତି ଓ ତାଙ୍କୁ ଏନ୍‌ସିବି ସମନ୍ କରୁଛି, ତା’ହେଲେ କିଛି ଅସୁବିଧା ନାହିଁ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ବେଳେ ଡ୍ରଗ୍ସ ଲିଙ୍କ୍ କଥା ସାମ୍ନାକୁ ଆସିଥିଲା। ଏହା ପରେ ଏ ଘଟଣାର ତଦନ୍ତ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) କରୁଛି। ଏନ୍‌ସିବି ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ସହିତ ଆଉ କେତେ ଜଣଙ୍କୁ ଗିରଫ କରିଛି। ତେବେ ଡ୍ରଗ୍ସ କିଣାକିଣି ନେଇ ବଲିଉଡ୍‌ରେ ଆହୁରି ଅନେକ କଳାକାରଙ୍କ ଉପରେ ଏନ୍‌ସିବିର ନଜର ରହିଛି। ଇତିମଧ୍ୟରେ ଏନ୍‌ସିବି ଅଭିନେତ୍ରୀ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍ ଓ ରକୁଲ ପ୍ରୀତ୍ ସିଂହଙ୍କୁ ପଚରାଉଚରା କରିବାକୁ ସମନ୍ ଜାରି କରିଛି।

ସେହିଭଳି ଚଳିତ ମାସରେ ଶିବସେନା ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର କଙ୍ଗନା ରାଣାୱତ୍‌ଙ୍କ ଡ୍ରଗ୍ସ ଲିଙ୍କ୍ ନେଇ ତଦନ୍ତ କରିବାକୁ ମୁମ୍ବାଇ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲା। ଅଭିନେତା ଶେଖର ସୁମନଙ୍କ ପୁଅ ଅଧ୍ୟୟନଙ୍କ ଅଭିଯୋଗ କ୍ରମେ ସରକାର ଏହି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ବଲିଉଡ୍‌ର ଡ୍ରଗ୍ସ ଲିଙ୍କ୍ ନେଇ ମଧ୍ୟ କଙ୍ଗନା ରାଣାୱତ ମନ୍ତବ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos