ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଭାରତ ୩ ଟ୍ରିଲିଅନ (୨୦,୬୧,୧୬,୫୦,୦୦,୦୦,୦୦୦.୦୦ ଟଙ୍କା) ଅର୍ଥନୀତିକ କ୍ଲବରେ ପହଞ୍ଚିବ। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ ଏହା କହିଛନ୍ତି। ଏଥିସହ ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୮ ପ୍ରତିଶତ ଟପି ଯିବ ବୋଲି ସେ କହିଛନ୍ତି।
ଦେଶର ଅଭିବୃଦ୍ଧି ପାଇଁ ଅନେକ ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହା ପରିବର୍ତ୍ତନ ହୋଇପାରିଲେ ଆଗାମୀ ଦିନରେ ଦେଶର ଅର୍ଥନୀତି ୫ ଟ୍ରିଲଅନ କ୍ଲବରେ ପହଞ୍ଚି ପାରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ୨୦୨୪-୨୫ ମଧ୍ୟରେ ଦେଶ ୫ ଟ୍ରିଲଅନ ଅର୍ଥନୀତିକ କ୍ଲବରେ ପହଞ୍ଚିବ ବୋଲି ସୀତାରମଣ କହିଛନ୍ତି।
ସୂଚନାଯୋଗ୍ୟ, ଭାରତର ଅର୍ଥନୀତି ଏବେ $୨.୬୧ ଟ୍ରିଲଅନରେ ରହିଛି। ବିଶ୍ୱରେ ଭାରତ ଷଷ୍ଠ ବୃହତ ଅର୍ଥନୀତିକ ଦେଶ। ପ୍ରଥମରେ ଆମେରିକା, ଦ୍ୱିତୀୟରେ ଚାଇନା, ତୃତୀୟରେ ଜାପାନ, ଚତୁର୍ଥରେ ଜର୍ମାନୀ, ପଞ୍ଜମରେ ବ୍ରିଟେନ୍ ଏବଂ ଷଷ୍ଠରେ ଭାରତ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।