ଲକ୍ଷ୍ନୌ: ଅନ୍ତର୍ଜାତୀୟ ଗଲ୍ଫ ଖେଳାଳି ଜ୍ୟୋତି ରନ୍ଧାୱାଙ୍କୁ ଉତ୍ତର ପ୍ରଦେଶର ବନ ବିଭାଗ ଗିରଫ କରିଛି। ଜଙ୍ଗଲରେ ଶିକାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ରନ୍ଧାୱା ଓ ତାଙ୍କର ଜଣେ ସାଥୀ ମହେଶ ବିଜଦାରଙ୍କୁ ଉତ୍ତର ପ୍ରଦେଶର ମୋତିପୁର ରେଞ୍ଜ୍ ଅନ୍ତର୍ଗତ କତର୍ନିଆଘାଟ ଅଞ୍ଚଳରୁ ଗିରଫ କରାଯାଇଛି। ସେମାନଙ୍କୁ ପଚରାଉଚରା କରାଯାଉଛି।
ରନ୍ଧାୱାଙ୍କଠାରୁ ଏକ ୨.୨ ରାଇଫଲ ଜବତ କରାଯାଇଛି। ତା’ସହିତ ଏକ ଗାଡ଼ି ଓ ସେଥିରେ ଥିବା ଅନ୍ୟାନ୍ୟ ଉପକରଣ ସହିତ ବନ୍ୟଜନ୍ତୁଙ୍କ କିଛି ଅବଶେଷ ଜବତ କରାଯାଇଛି। ଜଙ୍ଗଲୀ ବାର୍ହାର ଚମଡ଼ା ତାଙ୍କ ଗାଡ଼ିରୁ ମିଳିଛି। ମଙ୍ଗଳବାର ରନ୍ଧାୱା ଏକ ଜଙ୍ଗଲୀ କୁକୁଡ଼ାର ମଧ୍ୟ ଶିକାର କରିଥିଲେ।
ଜଣେ ବନ ଅଧିକାରୀ କହିଛନ୍ତି, କତର୍ନିଆଘାଟ ଅଞ୍ଚଳରେ ରନ୍ଧାୱାଙ୍କର ଗୋଟିଏ ଫାର୍ମ ଅଛି। ଗତ ତିନି ଦିନ ହେଲା ସେ ଗାଡ଼ିରେ ତାଙ୍କ ସହଯୋଗୀଙ୍କ ସହିତ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ଗତ ମଙ୍ଗଳବାର ତାଙ୍କୁ ବନ ବିଭାଗ କର୍ମଚାରୀମାନେ ପ୍ରତିରୋଧ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
National
‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ
୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।
National
ଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ, ଚାପି ହୋଇ ରହିଛନ୍ତି ଅନେକ
ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
National
ଆପ୍ର ୫୮ରୁ ୩୨ ଓ ବିଜେପିର ୭ରୁ ୪ ବିଧାୟକଙ୍କ ନାଁରେ ରହିଛି ଗୁରୁତର ମାମଲା
ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।