ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ (ଆଇଏସ୍ଆଇଏସ୍) ଜାରି କରିଥିବା ଏକ ୨୨ ମିନିଟ୍ର ଭିଡିଓରେ ଆଇଏସ୍ ସଙ୍ଗଠନରେ ଭର୍ତ୍ତି ହୋଇଥିବା ଭାରତୀୟ ଇଞ୍ଜିନିୟରିଂ ଛାତ୍ର କହିଛି, ଆତଙ୍କୀ ସଙ୍ଗଠନ ଭାରତରୁ କାଶ୍ମୀର, ବାବ୍ରି ମସ୍ଜିଦ୍,ଗୁଜୁରାଟ ଓ ମୁଜାଫରନଗରର ପ୍ରତିଶୋଧ ନେବ । ଆରବୀ ଭାଷାରେ ଜାରି ଏହି ଭିଡିଓରେ କୁହାଯାଇଛି ଭାରତରେ ଆଇଏସ୍ଆଇଏସ୍ ସ୍ଥାନୀୟ ଜେହାଦିଙ୍କ ଦ୍ୱାରା ଆକ୍ରମଣ କରିବ। ଆଇଏସ୍ ପକ୍ଷରୁ ଭାରତ ଓ ଦକ୍ଷିଣ ଏସିଆରେ ଜାରି କରାଯାଇଥିବା ଏହା ପ୍ରଥମ ଭିଡିଓ।
ଆଇଏସ୍ ପକ୍ଷରୁ ଜାରି ହୋଇଥିବା ଭିଡିଓରେ ୫ ଜଣ ଅନ୍ୟ ଆତଙ୍କବାଦୀଙ୍କ ବୟାନ ରହିଛି। ସେଥିମଧ୍ୟରୁ ଫେୟଦ୍ ଶେଖ୍ଙ୍କ ପରିଚୟ ମିଳିପାରିଛି। ଭିଡିଓରେ ସେ ତାର ନାମ ଅବୁ ଅମ୍ ଅଲ୍ ହିନ୍ଦ୍ ବୋଲି ପରିଚୟ ଦେଇଛି। ଶେଖ୍ଙ୍କ ସହ ସିରିଆ ଓ ଇରାକ୍ ଯାଇଥିବା ଅନ୍ୟ ଜଣେ ଭାରତୀୟ ଅରିବ୍ ମାଜିଦ୍କୁ ଜାତୀୟ ତଦନ୍ତକାରୀ ଅଧିକାରୀ ଗିରଫ କରି ତାକୁ ଅଧିକ ପଚରାଉଚରା ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଯାଞ୍ଚ ପାଇଁ ଯାଇଥିବା ଇଡି ଟିମ୍ ଉପରେ ଆକ୍ରମଣ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ
ପିପିପିଏଲ୍ ସାଇବର ଆପ୍ ଠକେଇ ମାମଲାର ଯାଞ୍ଚ ପାଇଁ ଇଡି ଟିମ୍ ପହଞ୍ଚିଥିଲା। ଏହି ସମୟରେ ସ୍ଥାନୀୟ ପୁଲିସ ମଧ୍ୟ ତାଙ୍କ ସହ ଥିଲା।
National
ଆଜି ବାତ୍ୟାର ରୂପ ନେବ ଫେଙ୍ଗଲ! ରେଡ୍ ଆଲର୍ଟ ଜାରି
ସତର୍କତା ଦୃଷ୍ଟିରୁ ଆଜି ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି।
National
ଲିଭ-ଇନ୍- ପାର୍ଟନରଙ୍କୁ ୫୦ ଖଣ୍ଡ କଲେ ଯୁବକ; ଧରା ପକାଇଦେଲା ବୁଲା କୁକୁର
ବିବାହ ପାଇଁ ଜିଦ୍ ଧରିବାରୁ ଦୁଷ୍କର୍ମ କରିବା ପରେ ତାଙ୍କୁ ମାରି ପ୍ରାୟ ୫୦ ଖଣ୍ଡ କରିଦେଲେ। ମାତ୍ର ବୁଲା କୁକୁରଙ୍କ ଯୋଗୁ ଧରା ପଡ଼ିଗଲେ ଅଭିଯୁକ୍ତ ଓ ଏବେ ପୁଲିସ୍ ତାଙ୍କୁ ବାନ୍ଧିଛି।
National
ଆଜି ଶପଥ ନେବେ ହେମନ୍ତ ସୋରେନ୍
ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ୱାର ତାଙ୍କୁ ଆଜି ଅପରାହ୍ଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।
National
ଶେଷ ହେବ ସସ୍ପେନ୍ସ! ଆଜି ଘୋଷଣା ହୋଇପାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ
ଆଜି ଦିଲ୍ଲୀରେ ମହାୟୁତିର ବୈଠକ ବସୁଛି। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନାଁ ଉପରେ ମୋହର ବାଜିପାରେ।