ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପାଇଁ ତବଲିଗି ଜମାତିଙ୍କୁ ସୁପର ସ୍ପ୍ରେଡର ବୋଲି କୁହାଯାଉଛି। କାରଣ ଏଯାବତ ୫,୭୩୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଜମାତ ସଦସ୍ୟ ଓ ତାଙ୍କ ସଂପର୍କରେ ଆସିଥିବା ବ୍ୟକ୍ତି। ଏହି ସଦସ୍ୟ ଖାଲି ଭାରତ ନୁହେଁ ପାକିସ୍ତାନରେ ମଧ୍ୟ ସୁପର ସ୍ପ୍ରେଡର ବୋଲି ଜଣାପଡ଼ିଛି। କଂଗ୍ରେସ ନେତା ମନୀଷ ତିଓ୍ୱାରୀ ଏକ ଭିଡିଓ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
https://twitter.com/ManishTewari/status/1247875206074392577
ଏହି ଭିଡିଓଟି ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହୋଇଥିବା ଖବର। ଯେଉଁଥିରେ ପଞ୍ଜାବର ସ୍ୱାସ୍ଥ୍ୟ ଅଧିକାରୀ ୟଶମିନ୍ ରଶିଦ କହିଛନ୍ତି, ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବ (ପାକିସ୍ତାନ)ର। ପାକିସ୍ତାନରେ ଏହି ଭାଇରସ ବ୍ୟାପିବା ପଛର ମୂଳ କାରଣ ତବଲିଗି ଜମାତ। ଏଯାବତ୍ ପାକିସ୍ତାନରେ ୨୦୦୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧୩୧୪ ଜଣ ତବଲିଗି ଜମାତର ସଦସ୍ୟ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଏଯାବତ ୧୦ ହଜାର ତବଲିଗି ଜମାତର ସଦସ୍ୟ ଏକାନ୍ତବାସରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩୫-୪୦ ପ୍ରତିଶତ କରୋନାରେ ସଂକ୍ରମିତ ଥିବେ ବୋଲି ରସିଦ ଆକଳନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।