ଜାମ୍ମୁରେ ପ୍ରବଳ ବର୍ଷା; ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ

ଜାମ୍ମୁ: ମୌସୁମୀ ସକ୍ରିୟ ହେବା ଫଳରେ ଜାମ୍ମୁରେ  ପ୍ରବଳ ବର୍ଷା ହେବା ଯୋଗୁଁ  ଆଜି ଜାମ୍ମୁ- ଶ୍ରୀନଗର  ଜାତୀୟ ରାଜପଥ ବନ୍ଦ କରି ଦିଆଯାଇଛି। ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପୋଲିସ୍ କର୍ମଚାରୀ ଓ ଉଦ୍ଧାରକାରୀ ଦଳ  ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟ  ଜାରି ରଖିଛନ୍ତି।

ପାଣିପାଗ ବିଭାଗ କହିଛି ,“ଏହା ପ୍ରଥମ ମୌସୁମୀ ବର୍ଷା ଅଟେ। ଆହୁରି କିଛି ଦିନ ଜାମ୍ମୁରେ  ପ୍ରବଳ ବର୍ଷା ଲାଗିରହିବ। ”

ସେହିପରି  ମୁମ୍ବାଇରେ ପ୍ରବଳ ବର୍ଷା  ଯୋଗୁଁ  ମୁମ୍ବାଇ ଲୋକାଲ ଟ୍ରେନ ଆଜି କିଛି ସମୟ ବିଳମ୍ବରେ ଆସିଥିଲା। ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।  ଟ୍ରେନ ବିଳମ୍ବ ହେବା ଯୋଗୁଁ ଯାତ୍ରୀମାନେ ଷ୍ଟେସନରେ ନାରାବାଜି କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ବୁଝାସୁଝା କରିଥିଲା।

 ଦିଲ୍ଲୀରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ  ଆଜି ସକାଳେ ଦିଲ୍ଲୀରେ  ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରୀ ସେଲସିୟସ ରହିଥିଲା।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, “ଆଜି ଦିଲ୍ଲୀରେ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ।”

ଆହୁରି ପଢ଼ନ୍ତୁ

ଭୟଙ୍କର: ମହିଳାଙ୍କୁ ହତ୍ୟା କରି ଶବ ସହ ଦୁଷ୍କର୍ମ

କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଚୀନ୍ ଯିବ WHO

ଟ୍ରମ୍ପଙ୍କ ପୁଅର ପ୍ରେମିକା କରୋନାରେ ଆକ୍ରାନ୍ତ

ଧୋକ୍କା ଦେଲେ ସହଯୋଗୀ, ଚାଲିଗଲା ଡିଏସପିଙ୍କ ଜୀବନ

ଦିଲ୍ଲୀ ଦଙ୍ଗା ଘଟଣାରେ ଚାର୍ଜଶିଟ୍ ଦାଖଲ, ବିଜେପି ନେତାଙ୍କ ନାମ ସାମିଲ୍

ଚୀନ ସହ ସୀମା ବିବାଦ ବେଳେ ଭାରତକୁ ଅନେକ ଦେଶର ସମର୍ଥନ

ମୁହଁରେ ବାନ୍ଧିଛନ୍ତି ସୁନାର ମାସ୍କ

ପ୍ରଧାନମନ୍ତ୍ରୀ ମୋଦିଙ୍କ ହଠାତ ଲେହ ଗସ୍ତ ପଛରେ କିଏ?

ବିରୋଧ ସତ୍ତ୍ୱେ ଇସଲାମାବାଦରେ ମନ୍ଦିର ନିର୍ମାଣ ପାଇଁ ହେଲା ଭୂମି ପୂଜା

ସବୁ ପୁରୁଣା ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର, ଦିନକରେ ୬୩୬୪ ପଜିଟିଭ ଓ ୧୯୮ ମୃତ

ଏଆଇପିସି ମହାରାଷ୍ଟ୍ର ସଭାପତି ପଦରୁ ସଞ୍ଜୟ ଝାଙ୍କ ଇସ୍ତଫା

ଭାରତର ପଦକ୍ଷେପ ନୂଆଦିଲ୍ଲୀକୁ କ୍ଷତି ପହଞ୍ଚାଇବ ବୋଲି କହିଲା ଚାଇନା