ଜୋ ବାଇଡେନଙ୍କ ନାଗପୁର କନେକ୍ସନ୍

ନୂଆଦିଲ୍ଲୀ: ଆଜି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଶପଥ ଗ୍ରହଣ କରିବେ। ଭାରତୀୟ ସମୟ ଅନୁସାରେ ରାତି ସାଢ଼େ ୧୦ଟା ବେଳେ ଶପଥ ସମାରୋହ ଆୟୋଜନ ହେବ। ଶପଥ ସମାରୋହ ପୂର୍ବରୁ ବାଇଡେନଙ୍କୁ ନେଇ ସବୁଠି ଚର୍ଚ୍ଚା। ଆମେରିକାର ନୂଆ ରାଷ୍ଟ୍ରପତିଙ୍କ ସହ ଭାରତର କିଭଳି ସମ୍ପର୍କ ରହିବ, ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ଏବେ ବାଇଡେନଙ୍କର ଭାରତ କନେକ୍ସନ ସାମ୍ନାକୁ ଆସିଛି। ୨୦୧୩ରେ ବାଇଡେନ୍ ଯେତେବେଳେ ଆମେରିକାର ଉପରାଷ୍ଟ୍ରପତି ଥିଲେ, ସେତେବେଳେ ସେ […]

biden1

biden1

Ranjit Kumar Jena
  • Published: Wednesday, 20 January 2021
  • Updated: 20 January 2021, 03:30 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଶପଥ ଗ୍ରହଣ କରିବେ। ଭାରତୀୟ ସମୟ ଅନୁସାରେ ରାତି ସାଢ଼େ ୧୦ଟା ବେଳେ ଶପଥ ସମାରୋହ ଆୟୋଜନ ହେବ। ଶପଥ ସମାରୋହ ପୂର୍ବରୁ ବାଇଡେନଙ୍କୁ ନେଇ ସବୁଠି ଚର୍ଚ୍ଚା। ଆମେରିକାର ନୂଆ ରାଷ୍ଟ୍ରପତିଙ୍କ ସହ ଭାରତର କିଭଳି ସମ୍ପର୍କ ରହିବ, ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ଏବେ ବାଇଡେନଙ୍କର ଭାରତ କନେକ୍ସନ ସାମ୍ନାକୁ ଆସିଛି।

୨୦୧୩ରେ ବାଇଡେନ୍ ଯେତେବେଳେ ଆମେରିକାର ଉପରାଷ୍ଟ୍ରପତି ଥିଲେ, ସେତେବେଳେ ସେ ଭାରତ ଆସିଥିଲେ। ସେହି ସମୟରେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ତାଙ୍କର କିଛି ଦୂର ସମ୍ପର୍କୀୟ ଭାରତର ଆର୍ଥିକ ରାଜଧାନୀରେ ରୁହନ୍ତି। ୨୦୧୩ ଓ ୨୦୧୫ରେ ଏକ କାର୍ଯ୍ୟକ୍ରମରେ ବାଇଡେନ୍ କହିଥିଲେ ଯେ ଭାରତର ଜଣେ ସମ୍ପର୍କୀୟଙ୍କଠାରୁ ଚିଠି ପାଇଥିଲେ। ୧୯୭୨ରେ ବାଇଡେନ୍ ସିନେଟର୍ ହେବା ପରେ ଏହି ଚିଠି ପାଇଥିଲେ ଏବଂ ଜାଣିବାକୁ ପାଇଲେ ଯେ ତାଙ୍କ ପରିବାରର ଜଣେ ପୂର୍ବପୁରୁଷ ଇଷ୍ଟଇଣ୍ଡିଆ କମ୍ପାନୀରେ କାମ କରୁଛନ୍ତି।

ନାଗପୁରର ଲେସଲୀ ବାଇଡେନ୍ ଏହି ଚିଠି ଲେଖିଥିଲେ ଏବଂ ତାଙ୍କ ଅଣନାତୁଣି ଏବେ ନାଗପୁରରେ ରହୁଛନ୍ତି। ଏହି ଚିଠିରେ ଦାବି କରାଯାଇଛି ଯେ ବାଇଡେନଙ୍କ ପରିବାର ୧୮୭୩ ମସିହାରୁ ନାଗପୁରରେ ରହିଆସୁଛନ୍ତି। ଲେସଲୀଙ୍କ ଅଣନାତିୁଣୀ ସୋନିଆ ବାଇଡେନ୍ ଫ୍ରାନ୍ସିସ୍ ନାଗପୁରରେ ଜଣେ ମନସ୍ତତ୍ତ୍ୱବିତ୍। ସୋନିଆ କହିଛନ୍ତି, ନାଗପୁର ଏବଂ ଅନ୍ୟ ସ୍ଥାନରେ ରହୁଥିବା ବାଇଡେନ ପରିବାରର ଲୋକେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟରେ ବହୁତ ଖୁସି ହୋଇଛନ୍ତି।

ସୋନିଆ କହିଛନ୍ତି, ଲେସଲୀ ବାଇଡେନ୍ ନାଗପୁରରେ ରହୁଥିଲେ ଏବଂ ସେ ଭାରତ ଲଜ୍ ଆଣ୍ଡ ହଷ୍ଟେଲ ଏବଂ ଭାରତ କ୍ୟାଫେର ମ୍ୟାନେଜର୍ ଥିଲେ। ୧୯୮୩ରେ ତାଙ୍କର ଦେହାନ୍ତ ହୋଇଥିଲା। ୨୮ ମାର୍ଚ୍ଚ ଓ ୪ ଏପ୍ରିଲ, ୧୯୮୧ରେ 'ଇଲଷ୍ଟ୍ରେଟେଡ୍ ୱିକଲୀ ଅଫ୍ ଇଣ୍ଡିଆ'ର ପ୍ରକାଶିତ ଏକ ଖବରରେ ଲେସଲୀ ତତ୍କାଳୀନ ସିନେଟର୍ ଜୋ ବାଇଡେନଙ୍କ ସମ୍ବନ୍ଧରେ ଜାଣିବାକୁ ପାଇଥିଲେ। ସୋନିଆ କହିଛନ୍ତି, ଏପ୍ରିଲ୍ ୧୫, ୧୯୮୧ରେ ଲେସଲୀ ଜୋ ବାଇଡେନଙ୍କୁ ଚିଠି ଲେଖିଥିଲେ। ଯାହାର ଜବାବ ଜୋ ବାଇଡେନ୍ ମେ' ୩୦, ୧୯୮୧ରେ ଦେଇଥିଲେ, ଯେଉଁଥିରେ ସେ କହିଥିଲେ ଭାରତରୁ ଆସିଥିବା ଚିଠି ଦେଖି ବହୁତ ଖୁସି।

ସୋନିଆଙ୍କ ବଡ଼ ଭାଇ ଓ ମର୍ଚ୍ଚାଣ୍ଟ ନେଭିର ପୂର୍ବତନ କର୍ମଚାରୀ ଇଆନ୍ ବାଇଡେନ୍ (୪୪) ମଧ୍ୟ ନାଗପୁରରେ ରୁହନ୍ତି। ସେ କହିଛନ୍ତି, ଲେସଲୀ ଓ ଜୋ ବାଇଡେନ ପୂର୍ବପୁରୁଷ ଜନ୍ ବାଇଡେନ୍ ଓ ତାଙ୍କ ପତ୍ନୀ ଆନି ବ୍ୟୁମାଉଣ୍ଟ ସମ୍ପର୍କରେ କିଛି ସୂଚନା ଅନ୍ୟମାନଙ୍କ ସହ ଶେଆର୍ କରିଥିଲେ। ସୋନିଆ କହିଛନ୍ତି, ନାଗପୁର, ମୁମ୍ବାଇ, ନ୍ୟୁଜିଲ୍ୟାଣ୍ଡ ଓ ଆମେରିକାରେ ରହୁଥିବା ବାଇଡେନ୍ ପରିବାରର ଲୋକ ଜାନୁଆରୀ ୨୦୧୮ରେ ଲେସଲୀଙ୍କ ଅଣନାତି ଡେଭିଡ୍ ବାଇଡେନଙ୍କ ବିବାହରେ ଯୋଗ ଦେଇଥିଲେ। ନାଗପୁରରେ ଲେସଲୀଙ୍କ ବୋହୂ ଆଞ୍ଜେଲିନା ବାଇଡେନ୍ ମଧ୍ୟ ରୁହନ୍ତି। ତେଣୁ ଏଥିରୁ ସ୍ପଷ୍ଟ ଯେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଭାରତ କନେକ୍ସନ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos