ସାମ୍ବାଦିକ ଓ ତାଙ୍କ ପତ୍ନୀଙ୍କୁ ପିଟିପିଟି ହତ୍ୟା, ୩ ପୁଲିସ୍‌ ନିଲମ୍ବିତ

ସୋନଭଦ୍ରା: ଉତ୍ତର ପ୍ରଦେଶର ସୋନଭଦ୍ରା ଅଧୀନରେ ଥିବା ଗୋଟିଏ ଗାଁରେ ଜଣେ ସାମ୍ବାଦିକ ଓ ତାଙ୍କ ପତ୍ନୀଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ୍‌ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ତଥା ଗାଁର ପୂର୍ବତନ ମୁଖିଆ କେଭଲ ପାଶ୍ୱାନ ଫେରାର ହୋଇଯାଇଛନ୍ତି। ପ୍ରାଣ ହରାଇଥିବା ସାମ୍ବାଦିକ ଜଣଙ୍କ ହେଉଛନ୍ତି ଉଦୟ ପାଶ୍ୱାନ। ସେ ଗୋଟିଏ ଦୈନିକ ହିନ୍ଦୀ ଖବରକାଗଜ ପାଇଁ କାମ କରୁଥିଲେ। ଆକ୍ରମଣ ଯୋଗୁ ଉଦୟ […]

gf

gf

Hemant Lenka
  • Published: Wednesday, 18 November 2020
  • Updated: 18 November 2020, 06:29 PM IST

Sports

Latest News

ସୋନଭଦ୍ରା: ଉତ୍ତର ପ୍ରଦେଶର ସୋନଭଦ୍ରା ଅଧୀନରେ ଥିବା ଗୋଟିଏ ଗାଁରେ ଜଣେ ସାମ୍ବାଦିକ ଓ ତାଙ୍କ ପତ୍ନୀଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ୍‌ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ତଥା ଗାଁର ପୂର୍ବତନ ମୁଖିଆ କେଭଲ ପାଶ୍ୱାନ ଫେରାର ହୋଇଯାଇଛନ୍ତି।

ପ୍ରାଣ ହରାଇଥିବା ସାମ୍ବାଦିକ ଜଣଙ୍କ ହେଉଛନ୍ତି ଉଦୟ ପାଶ୍ୱାନ। ସେ ଗୋଟିଏ ଦୈନିକ ହିନ୍ଦୀ ଖବରକାଗଜ ପାଇଁ କାମ କରୁଥିଲେ। ଆକ୍ରମଣ ଯୋଗୁ ଉଦୟ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ଆକ୍ରମଣର ଶିକାର ହୋଇଥିବା ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ବାରାଣସୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ବି ଆଖିବୁଜିଛନ୍ତି। ସେହିପରି କାର୍ଯ୍ୟରେ ଅବହେଳା ପାଇଁ ୩ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଗାଁର ପୂର୍ବତନ ମୁଖିଆ କେଭଲଙ୍କ ସହ ସାମ୍ବାଦିକ ଓ ତାଙ୍କ ପତ୍ନୀଙ୍କ ଦୀର୍ଘ ଦିନ ହେଲା ଶତ୍ରୁତା ରହିଥିଲା। ଏହି କାରଣରୁ କେଭଲ ସାମ୍ବାଦିକ ଉଦୟଙ୍କୁ ବାରମ୍ବାର ଧମକ ଦେଇ ଚାଲିଥିଲେ। ଏହା ବିରୋଧରେ ଉଦୟ କୋନେ ପୁଲିସଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ପୁଲିସ୍‌ ତାଙ୍କ ପରିବାରର ସୁରକ୍ଷା ପାଇଁ କୌଣସି ପ୍ରକାରର ବ୍ୟବସ୍ଥା କରି ନଥିଲା।

ସୋନଭଦ୍ରାର ଏସ୍‌ପି ଆଶିଷ ଶ୍ରୀବାସ୍ତବ କହିଛନ୍ତି, କାର୍ଯ୍ୟରେ ଅବହେଳା ପାଇଁ କୋନେ ପୁଲିସ ଷ୍ଟେସନର ଜଣେ ସବ ଇନସପେକ୍ଟର ଓ ୨ ଜଣ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଛି। ସୋମବାର ଦିନ ସାମ୍ବାଦିକ ଉଦୟ ଓ ତାଙ୍କ ପତ୍ନୀ ପୁଲିସ୍‌ ନିକଟରେ ସୁରକ୍ଷା ପାଇଁ ନିବେଦନ କରିଥିଲେ।

ପୁଲିସ୍‌ ଠାରୁ ନିରାଶ ହେବା ପରେ ସେମାନେ ଘରକୁ ଫେରିଥିବା ବେଳେ ଉଭୟଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ସର୍ବସମ୍ମୁଖରେ ଅଭିଯୁକ୍ତମାନେ ଉଭୟଙ୍କୁ କାଠ ଫାଳିଆ ଓ ଲୁହା ରଡରେ ଆକ୍ରମଣ କରିଥିଲେ ହେଁ କେହି ବି ଏହାକୁ ରୋକିବାକୁ ଆଗେଇ ଆସି ନଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉଦୟଙ୍କ ମୃତ୍ୟୁ ଘଟିଥିଲା।

ଉଦୟଙ୍କ ପୁଅ ବିନୟ କହିଛନ୍ତି, ତାଙ୍କ ବାପା ସାମ୍ବାଦିକତା ସହ ଚାଷ କାମ ମଧ୍ୟ କରନ୍ତି। ତାଙ୍କ ପାଖରେ ଥିବା ଗୋଟିଏ ଜମିକୁ ନେଇ କେଭଲଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହୋଇଥିଲା। ଏଥିପାଇଁ ପରସ୍ପର ପରସ୍ପର ବିରୋଧରେ ୨୦୧୬,୨୦୧୮ ଓ ଚଳିତ ବର୍ଷ ମଧ୍ୟ ମାମଲା ଦାଏର କରିଥିଲେ।

ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ କରୁଥିବା ଜନତା ଦରବାରରେ ବି ଉଦୟଙ୍କ ପରିବାର ଅଭିଯୋଗ କରିଥିଲେ। ତଥାପି କେହି କିଛି ବି ପଦକ୍ଷେପ ନେଇ ନଥିଲେ ବୋଲି ବିନୟ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story