ଯୁଗ୍ମ କମିଟି ପାଖକୁ ପଠାଗଲା ଜମି ଅଧିଗ୍ରହଣ ବିଲ୍; ’ବ୍ଲାକ୍ ମନି’ ବିଲ୍ ପାସ୍

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ବିଲ୍ ନେଇ ପ୍ରବଳ ବିରୋଧକୁ ଦେଖି ସରକାର ନିଜ ଆଭିମୁଖ୍ୟ ବଦଳାଇଛନ୍ତି। ଚଳିତ ବଜେଟ ଅଧିବେଶନରେ ଏହି ବିଲକୁ ଯେମିତି ହେଲେ ପାରିତ କରାଇ ନେବାକୁ ଲକ୍ଷ୍ୟ ରଖିଥିବା ମୋଦି ସରକାର ଶେଷରେ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଆଉ ବିଲଟିକୁ ସଂସଦର ଏକ ଯୁଗ୍ମ କମିଟି ପାଖକୁ ପଠାଇଛନ୍ତି। ଏହି କମିଟିରେ ୩୦ ଜଣ ସଦସ୍ୟ ଅଛନ୍ତି। ଏସ.ଏସ ଆଲୁୱାଲିଆ ଏହାର ଅଧ୍ୟକ୍ଷ କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ […]

parlliament

parlliament

Rakesh Mallick
  • Published: Monday, 11 May 2015
  • Updated: 11 May 2015, 02:29 PM IST

Sports

Latest News

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ବିଲ୍ ନେଇ ପ୍ରବଳ ବିରୋଧକୁ ଦେଖି ସରକାର ନିଜ ଆଭିମୁଖ୍ୟ ବଦଳାଇଛନ୍ତି। ଚଳିତ ବଜେଟ ଅଧିବେଶନରେ ଏହି ବିଲକୁ ଯେମିତି ହେଲେ ପାରିତ କରାଇ ନେବାକୁ ଲକ୍ଷ୍ୟ ରଖିଥିବା ମୋଦି ସରକାର ଶେଷରେ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଆଉ ବିଲଟିକୁ ସଂସଦର ଏକ ଯୁଗ୍ମ କମିଟି ପାଖକୁ ପଠାଇଛନ୍ତି। ଏହି କମିଟିରେ ୩୦ ଜଣ ସଦସ୍ୟ ଅଛନ୍ତି। ଏସ.ଏସ ଆଲୁୱାଲିଆ ଏହାର ଅଧ୍ୟକ୍ଷ କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ’ବ୍ଲାକ୍ ମନି’ ବିଲ୍ ଲୋକସଭାରେ ପାରିତ ହୋଇଯାଇଛି।

କେନ୍ଦ୍ର ସରକାର ଆଜି ବହୁ ଚର୍ଚ୍ଚିତ ଜମି ଅଧିଗ୍ରହଣ ବିଲକୁ ଆଜି ଲୋକସଭାରେ ଆଗତ କରିଥିଲେ। ଏହି ବିଲକୁ ଗୃହରେ ଆଗତ କରାଇବାକୁ ଅନୁମତି ନଦେବାକୁ ବିରୋଧୀ ଦଳଗୁଡ଼ିକ ବାଚସ୍ପତି ସୁମିତ୍ର ମହାଜନଙ୍କୁ ଅନୁରୋଧ କରିଥିଲେ। ତେବେ ବାଚସ୍ପତି ସେମାନଙ୍କର ଏହି ଦାବି ଅଗ୍ରାହ୍ୟ କରି ଦେଇଥିଲେ ଓ ବିଲକୁ ଆଗତ କରିବାକୁ ସରକାରଙ୍କୁ ଅନୁମତି ଦେଇଥିଲା। ଏହା ପରେ ଏହାକୁ ବିରୋଧ କରି କଂଗ୍ରେସ, ତୃଣମୂଳ କଂଗ୍ରେସ, ଆପ ଓ ବାମଦଳଗୁଡ଼ିକର ସଂସଦମାନେ କକ୍ଷତ୍ୟାଗ କରିଥିଲେ।

ସଂସଦର ଚଳିତ ବଜେଟ୍ ଅଧିବେଶନରେ ଦ୍ୱିତୀୟ ଥର ପାଇଁ ଜମି ଅଧିଗ୍ରହଣ ବିଲକୁ ଲୋକସଭାରେ ସରକାର ଆଗତ କରିଥିଲେ। ଏହା ପୂର୍ବରୁ ଏହି ଅଧିବେଶନର ପ୍ରଥମାର୍ଦ୍ଧରେ ଏହି ବିଲକୁ ଲୋକସଭାରେ ଆଗତ କରାଯାଇଥିଲା ଓ  ୯ଟି ସଂଶୋଧନ ସହିତ ଏହା ପାସ୍ ବି ହୋଇଯାଇଥିଲା। କିନ୍ତୁ ବଜେଟ ଅଧିବେଶନର ପ୍ରଥମାର୍ଦ୍ଧ ଶେଷ ହେବା ମଧ୍ୟରେ ଏହା ରାଜ୍ୟସଭାରେ ପାରିତ ହୋଇପାରି ନଥିଲା। ଅନ୍ୟପକ୍ଷରେ ଜମି ଅଧିଗ୍ରହଣ ନେଇ ସରକାର ଜାରି କରିଥିବା ଅଧ୍ୟାଦେଶର ଅବଧି ମଧ୍ୟ ଏପ୍ରିଲ ପ୍ରଥମ ସପ୍ତାହରେ ଶେଷ ହୋଇଯାଇଥିଲା। ତେଣୁ ସରକାର ବାଧ୍ୟ ହୋଇ ପୁଣି ଥରେ ଜମି ଅଧିଗ୍ରହଣ ନେଇ ଅଧ୍ୟାଦେଶ ଜାରି କରିଥିଲେ। ସେହି କାରଣରୁ ନିୟମ ଅନୁଯାୟୀ ସରକାରଙ୍କୁ ଏହି ବିଲକୁ ଆଉ ଥରେ ଲୋକସଭାରେ ଆଗତ କରିବାକୁ ପଡ଼ିଛି। ତେବ ଆଜି ଲୋକସଭାରେ ଆଗତ କରାଯାଇଥିବା ଜମି ଅଧିଗ୍ରହଣ ବିଲରେ ସେହି ୯ଟି ସଂଶୋଧନକୁ ସ୍ଥାନିତ କରାଯାଇଛି ଯେଉଁଗୁଡ଼ିକୁ ଗତ ଥର ସରକାର ଗ୍ରହଣ କରି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos