ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହେବା ସପକ୍ଷ ଜନମତ ପରେ ପ୍ରଧାନମନ୍ତ୍ରୀ କ୍ୟାମେରନ୍‌ଙ୍କ ଇସ୍ତଫା ଘୋଷଣା

ବ୍ରିଟେନ: ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହେବା ସପକ୍ଷରେ ଜନମତ ପରେ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମେରନ୍‌ ଇସ୍ତଫା ଘୋଷଣା କରିଛନ୍ତି। ଜନମତ ନେଇ ଆଜି ଫଳାଫଳ ପ୍ରକାଶ ପାଇବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ପଦରୁ ଓହରିବା ପାଇଁ ଡେଭିଡ କାମେରୋନ ଘୋଷଣା କରିଛନ୍ତି।

ସେ କହିଛନ୍ତି, “ବ୍ରିଟେନ୍‌ରେ ନୂତନ ନେତୃତ୍ୱର ଆବଶ୍ୟକତା ରହିଛି। ଅକ୍ଟୋବର ପୂର୍ବରୁ ଇସ୍ତଫା ଦେଇଦେବି।”

ଅକ୍ଟୋବର ସୁଦ୍ଧା ନୂତନ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା ହେବ ବୋଲି ସେ ସୂଚନା ଦେଇଛନ୍ତି। ଗତକାଲି ଇଉରୋପୀୟ ସଂଘରେ ବ୍ରିଟେନର ସ୍ଥିତି ନେଇ ହୋଇଥିବା ଭୋଟିଂର ଫଳାଫଳ ଆଜି ଘୋଷଣା କରାଯାଇଥିଲା। ଇଉରୋପୀୟ ସଂଘରେ ବ୍ରିଟେନ୍‌ ତିଷ୍ଠି ରହିବା ବିପକ୍ଷରେ ୫୧.୮ ପ୍ରତିଶତ ଭୋଟଦାନ ହୋଇଥିବା ବେଳେ ସପକ୍ଷରେ ୪୮.୨ ପ୍ରତିଶତ ଭୋଟିଂ ହୋଇଥିଲା। ଏହାପରେ ୟୁରୋପୀୟ ସଂଘରୁ ବ୍ରିଟେନ୍‌ ଅଲଗା ହେବ ନେଇ ସ୍ପଷ୍ଟ ହୋଇଥିଲା।

ଆହୁରି ପଢ଼ନ୍ତୁ

୧୯୯ ଟଙ୍କାର ରିଫଣ୍ଡ ପାଇଁ ହରାଇଲେ ୩୫ ହଜାର ଟଙ୍କା

ମନ୍ତ୍ରୀ ପୁଅକୁ କଡ଼ା ଜବାବ ଦେବାପରେ ମୁହଁ ଖୋଲିଲେ ସୁନୀତା, କହିଲେ ଆଇପିଏସ୍‌ ହେବି

୩୯୯ ଟଙ୍କାରେ କରୋନା ଟେଷ୍ଟ, ଆସିଲା ବିଶ୍ୱର ସବୁଠାରୁ ଶସ୍ତା ଟେଷ୍ଟିଂ କିଟ୍

ଫ୍ରୁଟକେକ୍‌ ସହ ସିମ୍ପାଞ୍ଜିର ଜନ୍ମଦିନ ପାଳନ କଲେ ଚିଡ଼ିଆଖାନା କର୍ତ୍ତୃପକ୍ଷ

ନାଟକର ନାଁ ସଚିନ ପାଇଲଟ!

ରାଜସ୍ଥାନ କଳିରେ ହସ୍ତକ୍ଷେପ କଲେ ରାହୁଲ, ସଚିନଙ୍କୁ ଦେଲେ ଏମିତି ବାର୍ତ୍ତା

ସଚିନଙ୍କୁ କଂଗ୍ରେସର ଆହ୍ୱାନ: ଯଦି ବିଜେପିରେ ମିଶିବେନି, ତା’ହେଲେ…

ପରୀକ୍ଷାରେ ସବୁ ବିଷୟରେ ସମାନ ମାର୍କ ରଖିଲେ ଯମଜ ଭଉଣୀ

ମା’ ହେବାକୁ କମୁଛି ଆଗ୍ରହ, ବିଶ୍ୱ ଜନସଂଖ୍ୟା କମିବ!

କରୋନା ଚାପ ଦୂର କରିବାକୁ ଗଛ କୁଣ୍ଢାଉଛନ୍ତି ଏହି ଦେଶର ଲୋକେ

କଶ୍ମୀରରୁ ପୁଣି ଜଣେ ବିଜେପି ନେତାଙ୍କୁ ଅପହରଣ

ଜିଓ ଲଞ୍ଚ କରିବ ସ୍ୱଦେଶୀ ୫ଜି ସେବା, ଅମ୍ବାନୀ ଘୋଷଣା କଲେ ଅନେକ ବଡ଼ ଯୋଜନା