ଲଳିତ ମୋଦିକୁ ଲଣ୍ଡନରେ ଜେରା କରିବ ଇଡ଼ି

ନୂଆଦିଲ୍ଲୀ: ଦେଶ ଛାଡ଼ି ବ୍ରିଟେନ୍‌ରେ ରହୁଥିବା ଆଇପିଏଲର ପୂର୍ବ କମିଶନର ଲଳିତ ମୋଦିକୁ ଲଣ୍ଡନରେ ପଚରା ଉଚୁରା କରାଯାଇପାରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଏଥିପାଇଁ ଦୁଇ ଦେଶ ମଧ୍ୟରେ ଥିବା ପାରସ୍ପରିକ ସହଯୋଗ ଚୁକ୍ତି (ଏମ୍‌ଏଲ୍‌ଏଟି) ଅନୁଯାୟୀ ବ୍ରିଟିଶ ସରକାରଙ୍କୁ ଅନୁମତି ମାଗିଛି ଇଡ଼ି। ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ର ଖବର ଅନୁସାରେ ଇଡ଼ି ବ୍ରିଟେନକୁ ଲେଖିଛି ତଦନ୍ତକାରୀ ଟିମକୁ ଲଣ୍ଡନରେ ହିଁ ଲଳିତ ମୋଦିକୁ ଜେରା କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଇଡ଼ି ଲଳିତ ମୋଦିଙ୍କ ବିରୋଧରେ […]

lalita -modi

lalita -modi

Rakesh Mallick
  • Published: Monday, 04 July 2016
  • Updated: 04 July 2016, 07:43 PM IST

Sports

Latest News

ନୂଆଦିଲ୍ଲୀ: ଦେଶ ଛାଡ଼ି ବ୍ରିଟେନ୍‌ରେ ରହୁଥିବା ଆଇପିଏଲର ପୂର୍ବ କମିଶନର ଲଳିତ ମୋଦିକୁ ଲଣ୍ଡନରେ ପଚରା ଉଚୁରା କରାଯାଇପାରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଏଥିପାଇଁ ଦୁଇ ଦେଶ ମଧ୍ୟରେ ଥିବା ପାରସ୍ପରିକ ସହଯୋଗ ଚୁକ୍ତି (ଏମ୍‌ଏଲ୍‌ଏଟି) ଅନୁଯାୟୀ ବ୍ରିଟିଶ ସରକାରଙ୍କୁ ଅନୁମତି ମାଗିଛି ଇଡ଼ି।

‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ର ଖବର ଅନୁସାରେ ଇଡ଼ି ବ୍ରିଟେନକୁ ଲେଖିଛି ତଦନ୍ତକାରୀ ଟିମକୁ ଲଣ୍ଡନରେ ହିଁ ଲଳିତ ମୋଦିକୁ ଜେରା କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଇଡ଼ି ଲଳିତ ମୋଦିଙ୍କ ବିରୋଧରେ ମନି ଲଣ୍ଡରିଙ୍ଗ୍ ଅଭିଯୋଗରେ ଯାଞ୍ଚ୍ କରୁଛି।

ମୋଦିଙ୍କୁ ଭାରତ ଆଣିବାପାଇଁ ଚେଷ୍ଟାରେ ଲାଗିଥିବା ଇଡ଼ିର ଏମ୍‌ଏଲ୍‌ଏଟି ଚୁକ୍ତି ଅନୁଯାୟୀ ବ୍ରିଟେନ୍ ଯାଇ ମାମଲାର ତଦନ୍ତ କରିବାର ନିଷ୍ପତ୍ତି ନେଇଛି। ଏହି ମାମଲା କରେ ପୋଲିସ ମଧ୍ୟ ଲଳିତ ମୋଦିଙ୍କ ବିରୁଦ୍ଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।

ଇଡ଼ି ବ୍ରିଟେନରେ ନିଜର ସମକକ୍ଷ ପ୍ରାଧିକରଣକୁ ଗୃହ ମନ୍ତ୍ରାଳୟ ଜରିଆରେ ଆବେଦନ ପଠାଇବା ପାଇଁ ଚେଷ୍ଟା କରୁଛି। ଗୃହ ମନ୍ତ୍ରାଳୟ ଏହି ଆବେଦନ ଉପରେ ବିଚାର କରିବା ପରେ ବ୍ରିଟେନ୍ ପଠାଇବ। ଏମ୍‌ଏଲଏଟି ଦୁଇ ବା ଅଧିକ ଦେଶଙ୍କ ମଧ୍ୟରେ ଏକ ବୁଝାମଣା। ଯାହା ଦ୍ୱାରା ଦେଶମାନଙ୍କ ମଧ୍ୟରେ ଅପରାଧିକ ମାମଲାରେ ସୂଚନାର ଆଦାନ-ପ୍ରଦାନ କରାଯାଇଥାଏ। ୧୯୯୫ରେ,ଭାରତ ବ୍ରିଟେନ୍‌ ସହିତ ଏହି ଚୁକ୍ତିରେ ଦସ୍ତଖତ କରିଥିଲା ।

ଲଳିତ ମୋଦିଙ୍କ ବିରୋଧରେ ମନି ଲଣ୍ଡରିଙ୍ଗ ଛଡ଼ା ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜ୍‌ମେଣ୍ଟ ଆକ୍ଟ (ଫେମା)କୁ ଉଲ୍ଲଂଘନ କରିଥିବାର ମାମଲା ମଧ୍ୟ ଇଡ଼ିରେ ଚାଲିଛି। ୨୦୧୪ରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସମେତ ବିଭିନ୍ନ ବିଜେପି ନେତାଙ୍କ ସହ ନିଜର ଅନ୍ତରଙ୍ଗ ସମ୍ପର୍କ ଯୋଗୁ ଲଳିତ ମୋଦି ପୁଣି ଚର୍ଚ୍ଚାକୁ ଆସିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos