କିମ୍ ଜୋଙ୍ଗ୍‌ଙ୍କ ନୂଆ ନିୟମ; ଉତ୍ତର କୋରିଆବାସୀଙ୍କୁ ଲେଦର ଜ୍ୟାକେଟ ମନା

ନୂଆ ଦିଲ୍ଲୀ: ଚିହିଁକି ଉଠିଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍‌। ନିଜ ପ୍ରିୟ ଜ୍ୟାକେଟର ନକଲ ହେବା ପରେ ଏହାକୁ ବରଦାସ୍ତ କରିପାରି ନ ଥିବା କିମ୍ ଜୋଙ୍ଗ୍ ଉନ୍‌ ଆଣିଛନ୍ତି ନୂଆ ନିୟମ। ଏହି ନିୟମ ଅନୁଯାୟୀ, ଆଉ ଲେଦର ଜ୍ୟାକେଟ୍ ପିନ୍ଧିପାରିବେନି ଉତ୍ତର କୋରିଆବାସୀ । ଯିଏ ପିନ୍ଧିବ ତା’ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏପରି ଚେତାବନୀ ଶୁଣାଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର କୋରିଆର […]

north-korea

north-korea

Niharika Rout
  • Published: Saturday, 27 November 2021
  • Updated: 27 November 2021, 10:22 AM IST

Sports

Latest News

ନୂଆ ଦିଲ୍ଲୀ: ଚିହିଁକି ଉଠିଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍‌। ନିଜ ପ୍ରିୟ ଜ୍ୟାକେଟର ନକଲ ହେବା ପରେ ଏହାକୁ ବରଦାସ୍ତ କରିପାରି ନ ଥିବା କିମ୍ ଜୋଙ୍ଗ୍ ଉନ୍‌ ଆଣିଛନ୍ତି ନୂଆ ନିୟମ। ଏହି ନିୟମ ଅନୁଯାୟୀ, ଆଉ ଲେଦର ଜ୍ୟାକେଟ୍ ପିନ୍ଧିପାରିବେନି ଉତ୍ତର କୋରିଆବାସୀ । ଯିଏ ପିନ୍ଧିବ ତା’ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏପରି ଚେତାବନୀ ଶୁଣାଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍‌ ।

ସୂଚନା ଅନୁଯାୟୀ, କେବେ ନିଜ ହେୟାର ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ତ ପୁଣି ନିଜ ନିଆରା ବେଶଭୂଶା  ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍  । ୨୦୧୯ ମସିହାରୁ ସେ ସ୍ୱତନ୍ତ୍ର ଧରଣର ଫୋକ୍ସ ଲେଦର ଜ୍ୟାକେଟ୍ ପିନ୍ଧି ଆସୁଛନ୍ତି । ଯାହା ପରବର୍ତ୍ତୀ ସମୟରେ ଦେଶରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା । କିମ୍ ଜୋଙ୍ଗ୍ ଉନଙ୍କ ଭଳି ଦେଖାଯିବା ନିମନ୍ତେ ଏପରି ଜ୍ୟାକେଟ ପିନ୍ଧିବାକୁ ସଂଭ୍ରାନ୍ତ ଶ୍ରେଣୀୟ ବ୍ୟକ୍ତି ଆଗ୍ରହ ପ୍ରକାଶ କଲେ । ବଜାରରେ ଏହାର ଚାହିଦା ମଧ୍ୟ ବଢ଼ିବାକୁ ଲାଗିଲା। ହେଲେ ଏହାକୁ ବରଦାସ୍ତ କରିପାରୁ ନାହାନ୍ତି କିମ୍ ଜୋଙ୍ଗ୍ ଉନ୍‌  ।

ନିଜର ପ୍ରିୟ ଲେଦର ଜ୍ୟାକେଟର ନକଲ ହେବା ପରେ ସେ ଚିହିଁକି ଉଠିଛନ୍ତି । ଆଉ ଏବେ ଦେଶରେ ଲେଦର ଜ୍ୟାକେଟ୍ ବିକ୍ରି ଓ କିଣାକିଣି ଉପରେ କଟକଣା ଲଗାଇଛନ୍ତି ।  ଏହି ନିୟମ ପରେ ବର୍ତ୍ତମାନ ଲେଦର ଜ୍ୟାକେଟ ପିନ୍ଧି ପାରିବେନି ନର୍ଥ କୋରିଆ ବାସିନ୍ଦା । ରାଷ୍ଟ୍ରପତି କିମ୍ ଜୋଙ୍ଗ୍ ଉନ୍‌ ଙ୍କ ନକଲ  କିଏ ନ କରୁ ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଏଥିଲାଗି ବିଭିନ୍ନ ସହରର ଗଳିକନ୍ଦିରେ ବୁଲୁଛନ୍ତି ଫ୍ୟାସନ ପୋଲିସ ଅଫିସର । ରାଷ୍ଟ୍ରପତି କିମ୍ ଜୋଙ୍ଗ୍ ଉନ୍ ପରିଧାନ କରୁଥିବା ଫୋକ୍ସ ଲେଦର ଜ୍ୟାକେଟ୍‌ର ବିକ୍ରିବଟା ଉପରେ ମଧ୍ୟ ସରକାର ବ୍ୟାନ ଲଗାଇଛନ୍ତି ।   କୌଣସି ବ୍ୟକ୍ତି ଯେପରି ରାଷ୍ଟ୍ରପତିଙ୍କ ଭଳି ପରିଧାନ ଓ ଆଚରଣ ନ କରନ୍ତି ସେଥିପ୍ରତି କଡ଼ା ନଜର ଦିଆଯାଇଛି ।

କେବଳ କିମ୍ ଜୋଙ୍ଗ ଉନ୍ ହିଁ କାହିଁକି ତାଙ୍କ ଭଉଣୀ ୟୋ ଜଙ୍ଗଙ୍କ ବେଶ ପୋଷାକକୁ ମଧ୍ୟ ଉତ୍ତର କୋରିଆର ମହିଳାମାନେ ପସନ୍ଦ କରିବା ସହ ପିନ୍ଧିବା ଆରମ୍ଭ କରିଦେଇଥିଲେ । ଏହା ଏକ ଟ୍ରେଣ୍ଡରେ ପରିଣତ ହୋଇଯାଇଛି। ତେଣୁ କେହି ଯେପରି କିମ୍‌ଙ୍କ ନକଲ କରି ନ ପାରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ଏଭଳି ଅଜବ ନିଷ୍ପତ୍ତି ଲୋକଙ୍କ ଉପରେ ଲଦି ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos