କିମ୍ବଦନ୍ତୀ ଫିଲ୍ମ ନିର୍ମାତା ମୃଣାଲ ସେନ୍‌ଙ୍କ ପରଲୋକ

କୋଲକାତା: କିମ୍ବଦନ୍ତୀ ଫିଲ୍ମ ନିର୍ମାତା ତଥା ସମାନ୍ତରାଳ ସିନେମାର ଆଇକନ ପଦ୍ମଭୂଷଣ ମୃଣାଳ ସେନ୍‌ଙ୍କର ଆଜି କୋଲକାତା ସ୍ଥିତ ତାଙ୍କ ବାସଭବନ ପରଲୋକ ହୋଇଯାଇଛି। ଆଜି ସକାଳେ ପ୍ରାୟ ସାଢ଼େ ୧୦ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ସିନେମା ଜଗତର ସମସ୍ତଙ୍କ ପାଇଁ ସେ ମ୍ରିନାଲ ଦା’ ଭାବେ ପରିଚିତ ଥିଲେ। ବଙ୍ଗଳା ତଥା ଆଞ୍ଚଳିକ ଭାଷାର ସମାନ୍ତରାଳ ଫିଲ୍ମ ଜଗତରେ ତାଙ୍କ ବହୁତ ବଡ଼ […]

mrinalsen

mrinalsen

Jitendra Garnayak
  • Published: Sunday, 30 December 2018
  • Updated: 30 December 2018, 05:44 PM IST

Sports

Latest News

କୋଲକାତା: କିମ୍ବଦନ୍ତୀ ଫିଲ୍ମ ନିର୍ମାତା ତଥା ସମାନ୍ତରାଳ ସିନେମାର ଆଇକନ ପଦ୍ମଭୂଷଣ ମୃଣାଳ ସେନ୍‌ଙ୍କର ଆଜି କୋଲକାତା ସ୍ଥିତ ତାଙ୍କ ବାସଭବନ ପରଲୋକ ହୋଇଯାଇଛି। ଆଜି ସକାଳେ ପ୍ରାୟ ସାଢ଼େ ୧୦ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା।

ସିନେମା ଜଗତର ସମସ୍ତଙ୍କ ପାଇଁ ସେ ମ୍ରିନାଲ ଦା' ଭାବେ ପରିଚିତ ଥିଲେ। ବଙ୍ଗଳା ତଥା ଆଞ୍ଚଳିକ ଭାଷାର ସମାନ୍ତରାଳ ଫିଲ୍ମ ଜଗତରେ ତାଙ୍କ ବହୁତ ବଡ଼ ଯୋଗଦାନ ରହିଥିଲା। ଆଞ୍ଚଳିକ ସମାନ୍ତରାଳ ଫିଲ୍ମ ନିର୍ମାଣ କ୍ଷେତ୍ରରେ ସେ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କର ସମସାମୟିକ ଥିଲେ ଅନ୍ୟତମ ବିଶିଷ୍ଟ ଫିଲ୍ମ ନିର୍ମାତା ସତ୍ୟଜିତ୍ ରାୟ ଓ ରିତ୍ଵିକ ଘଟକ।

୧୯୨୩ ମସିହା ମେ ୧୪ ତାରିଖରେ ପୂର୍ବବଙ୍ଗ(ବାଂଲାଦେଶ)ର ଫରିଦପୁରରେ ଜନ୍ମ ହୋଇଥିଲେ ମୃଣାଳ ସେନ। ପଦାର୍ଥ ବିଜ୍ଞାନରେ ପାଠ ପଢ଼ିବା ପାଇଁ ସେ କୋଲକାତା ଆସିଥିଲେ। କିନ୍ତୁ ଫିଲ୍ମ ପ୍ରେମରେ ପଡ଼ିଯାଇଥିଲେ। ପ୍ରଥମେ ଫିଲ୍ମ ଏଡିଟର ଭାବେ କ୍ୟାରିୟର ଆରମ୍ଭ କରିଥିବା ମୃଣାଳ ଦା' ୧୯୫୫ ମସିହାରେ ‘ରାତ ଭୋର’ ନାମକ ଏକ ଫିଚର ଫିଲ୍ମ ଜରିଆରେ ଫିଲ୍ମ ନିର୍ମାତା ଭାବେ ଡେବ୍ୟୁ କରିଥିଲେ। ଏଥିରେ ଉତ୍ତମ କୁମାର ଅଭିନୟ କରିଥିଲେ। ‘ନୀଲ ଆକାଶେର ନୀଚେ’, ‘ବାଇଶେ ଶ୍ରାବନ’, ‘ଭୁବନ ଶୋମ’ ଓ ‘ଅକାଲେର ସନ୍ଧାନେ’ ଭଳି ଫିଲ୍ମ ତିଆରି କରି ଖୁବ ଖ୍ୟାତି ଅର୍ଜ୍ଜନ କରିଥିଲେ।

kalandiକାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ 'ମାଟିର ମଣିଷ'କୁ ନେଇ ସେ ସେହି ନାମରେ ଯେଉଁ ଫିଲ୍ମ ନିର୍ମାଣ କରିଥିଲେ, ତାହା ଓଡ଼ିଆ ତଥା ଆଞ୍ଚଳିକ ସିନେମା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବେ ସ୍ଵୀକୃତ। ତେବେ ଫିଲ୍ମର ଶେଷ ଦୃଶ୍ୟକୁ ନେଇ ପ୍ରଯୋଜକଙ୍କ ସହ ତାଙ୍କର ମତାନ୍ତର ହେବାରୁ ସେ ନିର୍ଦ୍ଦେଶକ ଭାବେ ତାଙ୍କ ନାମ ପ୍ରତ୍ୟାହାର କରିନେଇଥିଲେ। ପରବର୍ତ୍ତୀ ସମୟରେ ସେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଗଳ୍ପ 'ଶିକାର'କୁ ନେଇ ହିନ୍ଦୀ ଫିଲ୍ମ 'ମୃଗୟା'ନିର୍ମାଣ କରିଥିଲେ। ଏଥିରେ ମୁଖ୍ୟ ଭୂମିକାରେ ଥିଲେ ମିଠୁନ ଚକ୍ରବର୍ତ୍ତୀ ଓ ସେ ସେଥିପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଥିଲେ।

ତାଙ୍କର ତିନୋଟି ହିନ୍ଦୀ ଫିଲ୍ମ ଭୁବନ ଶୋମ,ମୃଗୟା ଓ ଖଣ୍ଡହର ଫିଲ୍ମ ଆନ୍ତର୍ଜାତିକ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲା।

ଚଳଚ୍ଚିତ୍ର ନିର୍ମାଣ କରି ସେ ଅନେକ ଜାତୀୟ ପୁରସ୍କାର ପାଇଥିବା ବେଳେ ୨୦୦୫ରେ ତାଙ୍କୁ ଫିଲ୍ମ କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲ୍‌କେ’ ପୁରସ୍କାର ପ୍ରଦାନ କରାଯାଇଥିଲା।

ତାଙ୍କ ପରଲୋକ ଖବର ଶୁଣି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ବିଶ୍ୱ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାଷ୍ଟ୍ରପତି କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିପିଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରୀ ପକ୍ଷରୁ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି କୁହାଯାଇଛି ଯେ ମ୍ରିନାଲ ଦା'ଙ୍କ ସହିତ ଗୋଟିଏ ଯୁଗର ଅବସାନ ଘଟିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story