ସୁପ୍ରିମକୋର୍ଟରୁ ଚିଦାମ୍ବରମଙ୍କୁ ମିଳିଲାନି ତତ୍କାଳ ଆଶ୍ୱସ୍ତି, ଲୁକ୍ ଆଉଟ୍ ନୋଟିସ୍ ଜାରି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ଆଗୁଆ ଜାମିନ୍ ପାଇଁ ଚିଦାମ୍ୱରମଙ୍କ ଆବେଦନର ଶୁଣାଣି କରିଥିବା ଜଷ୍ଟିସ ରମନା କୌଣସି ତତ୍କାଳ ଆଦେଶ ଦେଇପାରିବେ ନାହିଁ ବୋଲି କହିଛନ୍ତି। ଏଥିସହ ସେ ଜାମିନ ଆବେଦନ ମାମଲାକୁ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅନ୍ୟପକ୍ଷେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମଙ୍କ ନାଁରେ ଏକ ଲୁକ ଆଉଟ ନୋଟିସ ଜାରି କରିଛି। ଆଜି ସକାଳେ ପୁଣି ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ୱରମଙ୍କ ଘରେ ପହଞ୍ଚି ତାଙ୍କୁ […]

chidambaram

chidambaram

Subhransu Sekhar
  • Published: Wednesday, 21 August 2019
  • Updated: 21 August 2019, 11:50 AM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ଆଗୁଆ ଜାମିନ୍ ପାଇଁ ଚିଦାମ୍ୱରମଙ୍କ ଆବେଦନର ଶୁଣାଣି କରିଥିବା ଜଷ୍ଟିସ ରମନା କୌଣସି ତତ୍କାଳ ଆଦେଶ ଦେଇପାରିବେ ନାହିଁ ବୋଲି କହିଛନ୍ତି। ଏଥିସହ ସେ ଜାମିନ ଆବେଦନ ମାମଲାକୁ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅନ୍ୟପକ୍ଷେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମଙ୍କ ନାଁରେ ଏକ ଲୁକ ଆଉଟ ନୋଟିସ ଜାରି କରିଛି।

ଆଜି ସକାଳେ ପୁଣି ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ୱରମଙ୍କ ଘରେ ପହଞ୍ଚି ତାଙ୍କୁ ଖୋଜିଛି। ତାଙ୍କୁ ନପାଇ ଖାଲି ହାତରେ ସିବିଆଇ ଫେରିଥିବା ସୂଚନା ରହିଛି। ଆଇଏନଏକ୍ସ ମିଡିଆ ଦୂର୍ନୀତି ମାମଲାରେ ଚିଦାମ୍ବରମଙ୍କ ବିରୋଧରେ ଉଭୟ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି। ତେଣୁ ସେ ଉଭୟ ତଦନ୍ତକାରୀ ସଂସ୍ଥାର ଗିରଫଦାରୀରୁ ବଞ୍ଚିବା ପାଇଁ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ଗତକାଲି ଜାମିନ୍ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ। କୋର୍ଟ ଶୁଣାଣି ସମୟରେ କହିଥିଲେ, ଚିଦାମ୍ବରମ୍‌ ଏହି ମାମଲାର କିଙ୍ଗପିନ୍‌ ବୋଲି ପ୍ରମାଣରୁ ଜଣାପଡ଼ିଛି। ସେ ଆଇଏନ୍‌ଏକ୍ସ ମିଡିଆ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। କୋର୍ଟ ନିଶ୍ଚିତ ଯେ, ତାଙ୍କୁ ହେପାଜତକୁ ଆଣି ପଚରାଉଚରାର ଆବଶ୍ୟକତା ରହିଛି। ଏହା ମନି ଲଣ୍ଡରିଂର ଏକ ପ୍ରକୃଷ୍ଟ ଉଦାହରଣ ଏବଂ ଏସବୁ ମାମଲାରେ ଆଗୁଆ ଜାମିନ ଦେବା ସମାଜକୁ ଭୁଲ ବାର୍ତ୍ତା ଦେବ।

ଗତକାଲି ସନ୍ଧ୍ୟାରେ ପ୍ରଥମେ ସିବିଆଇ ଟିମ୍‌ ଏବଂ ଇଡି ଟିମ୍‌ ଚିଦାମ୍ବରମ୍‌ଙ୍କ ଜୋରବାଗ୍‌ସ୍ଥିତ ବାସଭାବନଠାରେ ପହଞ୍ଚିଥିଲେ। କିନ୍ତୁ ସେ ଘରେ ନଥିବାରୁ ଉଭୟ ଟିମ୍‌ଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏହାପରେ ବଳିମ୍ୱିତ ରାତିରେ ସିବିଆଇ ଚିଦାମ୍ବରମଙ୍କୁ ଯାଇ ଆଜି ସକାଳେ ଫେରିଛି। ଗତକାଲି ସନ୍ଧ୍ୟାରେ ସିବିଆଇ ଚିଦାମ୍ୱରମଙ୍କ ଘର ଆଗରେ ନୋଟିସ ଲଗାଇଥିଲା। ଯେଉଁଥିରେ ୨ ଘଣ୍ଚା ମଧ୍ୟରେ ହାଜର ହେବା ପାଇଁ ଉଲ୍ଲେଖ ରହିଥିଲା। ତେବେ ସିବିଆଇ କେଉଁ ଆଧାରରେ ଜଣେ ପକ୍ଷଙ୍କୁ ୨ ଘଣ୍ଚା ମଧ୍ୟରେ ହାଜର ହେବା ପାଇଁ କହିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ଓକିଲ କପିଲ ଶିବଲ୍।

ଚିଦାମ୍ୱରମଙ୍କୁ ସିବିଆଇ ଦ୍ୱାରା କରାଯାଇଥିବା ନୋଟିସକୁ ବିରୋଧ କରିଛନ୍ତି ଅନେକ କଂଗ୍ରେସ ନେତା। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଡ୍ରା ଟୁଇଟ କରି କହିଛନ୍ତି ସେ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଓ ଗୃହମନ୍ତ୍ରୀ। ତାଙ୍କୁ ଜାଣିଶୁଣି ମାମଲାରେ ଛନ୍ଦି ଦିଆଯାଉଛି।

ସୂଚନାଯୋଗ୍ୟ ଯେ, ୨୦୦୭ ମସିହାରେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଆଇଏନ୍‌ଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କାର ଅର୍ଥ କାରବାର ପାଇଁ କ୍ଲିଅରାନ୍ସ ଦେବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ସିବିଆଇ ଏକ ଏତଲା ରୁଜୁ କରିବା ପରେ ଇଡି ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା। ଏହା ପରେ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା ଏବଂ ସେ ଗିରଫ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଜାମିନରେ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story