କମିଲା ଗ୍ୟାସ୍ ଦର, ମଧ୍ୟରାତ୍ରରୁ ଲାଗୁ

ନୂଆଦିଲ୍ଲୀ: କାମଚଳା ବଜେଟ୍‌ ଆଗତ ପୂର୍ବରୁ ମୋଦି ସରକାର ଗୃହୁଣୀମାନଙ୍କୁ ବଡ଼ ଉପହାର ଦେଇଛନ୍ତି। ଆଜି ଉଭୟ ସବ୍‌ସିଡି ଓ ଅଣ-ସବସିଡି ଏଲପିଜିର ଦର ହ୍ରାସ ପାଇଛି। ସବସିଡି ଗ୍ୟାସ୍‌ ସିଲଣ୍ଡର ପିଛା ୧.୪୬ ଟଙ୍କା ହ୍ରାସ ପାଇଥିବା ବେଳେ ଅଣ ସବସିଡି ଗ୍ୟାସ୍‌ ସିଲଣ୍ଡର ପିଛା ୩୦ ଟଙ୍କା ହ୍ରାସ ପାଇଛି। ଆଜି ମଧ୍ୟରାତ୍ରରୁ ଏହି ନୂଆ ଦର ଲାଗୁ ହେବ।

ଏହି ନୂଆ ଦର ପରେ ଏବେ ଦିଲ୍ଲୀରେ ୧୪.୨ କେଜି ଗ୍ୟାସର ଦର ୪୯୩.୫୩ ଟଙ୍କା ହୋଇଛି। ପୂର୍ବରୁ ଏହା ୪୯୪.୯୯ ଟଙ୍କା ରହିଥିଲା। ସେହିପରି ଅଣସବସିଡି ଗ୍ୟାସ ଦର ୬୮୯ରୁ ହ୍ରାସ ପାଇ ୬୫୯ରେ ପହଞ୍ଚିଛି।

ଏବେ ପରିବର୍ତ୍ତିତ ଦର ପରେ ସବସିଡି ବାବଦରେ ଗ୍ରାହକମାନେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୬୫.୪୭ ଟଙ୍କା ପାଇବେ। ପୂର୍ବରୁ ସେମାନେ ୧୯୪.୦୧ ଟଙ୍କା ପାଉଥିଲେ।

ଆହୁରି ପଢ଼ନ୍ତୁ

ଭାରତୀୟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ରାହୁଲ ଗାନ୍ଧିଙ୍କ ଅସନ୍ତୋଷ ସତ୍ତ୍ୱେ ‘ଆଇଟମ୍‌’ ବୟାନ ପାଇଁ କ୍ଷମା ମାଗିବାକୁ ମନାକଲେ କମଲନାଥ

ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ

ଚୀନକୁ ରପ୍ତାନୀ ଯୋଗୁଁ ଦେଶରେ ଲୁହା ପଥରର ଅଭାବ, ଷ୍ଟିଲ ଶିଳ୍ପ ପ୍ରଭାବିତ

ଚାଇନା ସହ ତିକ୍ତତା: ତାଇୱାନ ସହ ବ୍ୟବସାୟିକ ସମ୍ପର୍କ ଆରମ୍ଭ କରିବ ଭାରତ

ପତଳା ଶରୀର ପାଇଁ ଚିନ୍ତିତ କି? ଏହି ସବୁ ଫଳ ଖାଇ ବଢ଼ାନ୍ତୁ ଓଜନ

ଗୀତ ଗାଇ ଲୋକଙ୍କ ହୃଦୟ ଚୋରି କରୁଛନ୍ତି ଶେହନାଜ୍

ନ୍ୟୁଜିଲାଣ୍ଡର ସାଂସଦ ହେଲେ ଭାରତୀୟ ବଂଶୋଦ୍ଭବ

ଦର୍ଶକଙ୍କୁ କିମିଆ କରୁଛି ନୋରାଙ୍କ ନୂଆ ଗୀତ

୯୦ ଦିନ ମଧ୍ୟରେ ପ୍ରଥମ ଥର ପାଇଁ କମିଛି କରୋନାର ଦୌରାତ୍ମ୍ୟ

ନବରାତ୍ରୀରେ ଘରେ ପ୍ରସ୍ତୁତ କରନ୍ତୁ ‘ବାଲୁସାହି’

ଏଥର ଦଶହରାରେ ନିଜକୁ ଦିଅନ୍ତୁ ଏକ ନୂଆ ଲୁକ୍