ମେହବୁବା ମୁଫ୍‌ତିଙ୍କୁ ଜମ୍ମୁ ଓ କାଶ୍ମୀରର ଦାୟିତ୍ୱ ଦେଇ ବିଜେପି ଭୁଲ କରିଛି: ଶିବସେନା

ମୁମ୍ବାଇ: ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍ କମାଣ୍ଡର ବୁରହାନ୍ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀର ଘାଟିରେ ସୃଷ୍ଟି ହୋଇଥିବା ଉତ୍ତେଜନା  ନେଇ ଆଜି ବିଜେପିକୁ ଶିବସେନା ଟାର୍ଗେଟ କରିଛି। ଦଳୀୟ ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି,“କାଶ୍ମୀରର ବର୍ତ୍ତମାନ ସ୍ଥିତି ଦୁଃଖଦାୟକ।  ମେହବୁବା  ମୁଫ୍‌ତିଙ୍କୁ  ଜମ୍ମୁ ଓ କାଶ୍ମୀରର ଦାୟିତ୍ୱ ଦେଇ ବିଜେପି କଣ ଭୁଲ୍ କରିନାହିଁ?” ଶିବସେନା ପକ୍ଷରୁ କୁହାଯାଇଛି, “କାଶ୍ମୀରର ବର୍ତ୍ତମାନ ସ୍ଥିତି ଆଗ ଅପେକ୍ଷା ଜଟିଳ ହୋଇପଡ଼ିଛି। ମେହବୁବା ମୁଫ୍‌ତି କାଶ୍ମୀର ଘାଟିରେ ଶାନ୍ତି  ବଜାୟ […]

shivsena_

shivsena_

Rakesh Mallick
  • Published: Tuesday, 12 July 2016
  • Updated: 12 July 2016, 03:52 PM IST

Sports

Latest News

ମୁମ୍ବାଇ: ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍ କମାଣ୍ଡର ବୁରହାନ୍ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀର ଘାଟିରେ ସୃଷ୍ଟି ହୋଇଥିବା ଉତ୍ତେଜନା  ନେଇ ଆଜି ବିଜେପିକୁ ଶିବସେନା ଟାର୍ଗେଟ କରିଛି। ଦଳୀୟ ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି,“କାଶ୍ମୀରର ବର୍ତ୍ତମାନ ସ୍ଥିତି ଦୁଃଖଦାୟକ।  ମେହବୁବା  ମୁଫ୍‌ତିଙ୍କୁ  ଜମ୍ମୁ ଓ କାଶ୍ମୀରର ଦାୟିତ୍ୱ ଦେଇ ବିଜେପି କଣ ଭୁଲ୍ କରିନାହିଁ?”

ଶିବସେନା ପକ୍ଷରୁ କୁହାଯାଇଛି, “କାଶ୍ମୀରର ବର୍ତ୍ତମାନ ସ୍ଥିତି ଆଗ ଅପେକ୍ଷା ଜଟିଳ ହୋଇପଡ଼ିଛି। ମେହବୁବା ମୁଫ୍‌ତି କାଶ୍ମୀର ଘାଟିରେ ଶାନ୍ତି  ବଜାୟ ରଖିବା ପାଇଁ ଆହ୍ୱାନ ଦେଉଛନ୍ତି। କିନ୍ତୁ ବୁରହାନ୍ ୱାନିଙ୍କ ମୃତ୍ୟୁକୁ ନେଇ ସେ କଣ ଭାବୁଛନ୍ତି ତାହା ଜାଣିବା ଜରୁରୀ ଅଟେ।”

ଏହାସହ ‘ସାମନା’ରେ ଉଲ୍ଲେଖ କରାଯାଇଛି, “ଅଯୋଧ୍ୟାରେ  ରାମମନ୍ଦିର ନିର୍ମାଣ କରିବା ପାଇଁ ଘୋଷଣା କରାଯାଇଛି। କିନ୍ତୁ ଅମରନାଥ ଯାତ୍ରା କିପରି ଶାନ୍ତିପୂର୍ଣ୍ଣ ଭାବେ ସଂପାଦନ  କରାଯିବ ସେ ବିଷୟରେ ଚିନ୍ତା କରାଯାଉ। କାଶ୍ମୀର ଘାଟିରେ ଯେଉଁ ଉତ୍ତେଜନା ସୃଷ୍ଟି ହୋଇଛି ତାହା ଭୟଙ୍କର ଅଟେ। ଗୃହମନ୍ତ୍ରୀ  ରାଜନାଥ ସିଂ ଏ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ସୂଚନା ଦିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos