କାଉଣ୍ଟ ଡାଉନ୍ ଆରମ୍ଭ, ୮ ଦିନ ଭିତରେ ଭାରତ ଆସିବେ ବିଜୟ ମାଲ୍ୟା!

ନୂଆଦିଲ୍ଲୀ: କୌଣସି ମୁହୂର୍ତ୍ତରେ ଭାରତ ସରକାର ଲଣ୍ଡନରୁ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାକୁ ଆଣିପାରନ୍ତି। ବୁଧବାର କେନ୍ଦ୍ର ସରକାରଙ୍କ ତରଫରୁ ଏହି ସୂଚନା ମିଳିଛି। ପ୍ରତ୍ୟାର୍ପଣ ନେଇ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହୋଇଥିବା ସୂଚନା ରହିଛି। ମେ’୧୪ରେ ମାଲ୍ୟା ଭାରତ ସରକାରଙ୍କ ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରି ଲଣ୍ଡନର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ହେଲେ କୋର୍ଟ ଖାରଜ କରି ଦେଇଥିଲେ।

ଏବେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ ସମସ୍ତ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ସିବିଆଇର ଜଣେ ଅଧିକାରୀ କହିଛନ୍ତି, ମାଲ୍ୟା ଭାରତରେ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ରିମାଣ୍ଡରେ ନେବୁ। ମେ’୧୪ରେ ମାଲ୍ୟା ପ୍ରତ୍ୟର୍ପଣ କେସରେ ହାରିବା ପରେ ୨୮ ଦିନ ଭିତରେ ଭାରତ ଆସିବାର ନିୟମ ରହିଛି। ଏହାରି ଭିତରେ ୨୦ ଦିନ ବିତିସାରିଛି। ତେଣୁ ଆଗାମୀ ୮ ଦିନ ମଧ୍ୟରେ ପଳାତକ ମାଲ୍ୟାଙ୍କୁ ଲଣ୍ଡନରୁ କୌଣସି ମୂହୂର୍ତ୍ତରେ ସିବିଆଇ ଏବଂ ଇଡି ଭାରତ ଆଣିପାରନ୍ତି।

ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ମାଲ୍ୟାଙ୍କର ଦେଶରେ ମଦ, ଏୟାରଲାଇନ୍ସ ଆଦି ବ୍ୟବସାୟ ରହିଛି। ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଋଣ ପରିଶୋଧ ନକରି ୨୦୧୬ରେ ଲଣ୍ଡନ ଫେରାର ହୋଇଯାଇଥିଲେ ବିଜୟ ମାଲ୍ୟା।

ଆହୁରି ପଢ଼ନ୍ତୁ

ନଦୀରେ ବୁଡ଼ି ଗଲା ଡଙ୍ଗା, ୨୪ରୁ ଅଧିକ ଲୋକ ଥିଲେ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ ମୋତେ…

ସେଲେବ୍ରିଟିଙ୍କ ପରି କରନ୍ତୁ ଶିମର୍ ମେକ୍‌ଅପ୍

କାର୍ଗିଲ ଯୁଦ୍ଧର ମିଗ-୨୩ ବିମାନକୁ ବିକ୍ରି ପାଇଁ OLXରେ ବିଜ୍ଞାପନ, ଦାମ କେତେ ଥିଲା ଜାଣନ୍ତୁ

ଟିକଟକକୁ କିଣିବା ପାଇଁ ମାଇକ୍ରୋସଫ୍ଟକୁ ୪୫ ଦିନର ସମୟ ଦେଲେ ଟ୍ରମ୍ପ

କୁଲଭୂଷଣଙ୍କ ପାଇଁ ୩ ଜଣ ଆମିକସ କ୍ୟୁରିଙ୍କୁ ନିଯୁକ୍ତ କଲା ପାକିସ୍ତାନ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ଆରୋଗ୍ୟରେ ସବୁ ରେକର୍ଡ ଭାଙ୍ଗିଲା ଭାରତ: ଦିନକରେ ୪୪,୩୦୬ ସୁସ୍ଥ, ୫୨,୦୫୦ ଆକ୍ରାନ୍ତ

ସମୁଦ୍ର କୂଳରେ ୧୫ ଫୁଟିଆ ରହସ୍ୟମୟ ଜୀବ, ସମସ୍ତେ ଚକିତ

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିସ୍

ଏଫ୍‌ଆଇଆର୍‌ ଦେବାକୁ ଅମଙ୍ଗ ଥିଲେ ସୁଶାନ୍ତଙ୍କ ପରିବାର ଲୋକେ!

ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା, ଆଇସୋଲେସନ୍‌ରେ ରହିଲେ ଜଣେ ମୁଖ୍ୟମନ୍ତ୍ରୀ