ମାଲ୍ୟାଙ୍କ ଡିପ୍ଲୋମାଟିକ୍‌ ପାସ୍‌ପୋର୍ଟ ପ୍ରତ୍ୟାହୃତ

ନୂଆଦିଲ୍ଲୀ: ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ପାଇଁ ବଢିଲା ଅଡୁଆ। ମାଲ୍ୟାଙ୍କ ଡିପ୍ଲୋମାଟିକ୍‌ ପାସପୋର୍ଟକୁ ଶୁକ୍ରବାର ରଦ୍ଦ କରିଛନ୍ତି କେନ୍ଦ୍ର ସରକାର। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅନୁରୋଧରେ ଏହି ପଦକ୍ଷେପ ନେଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ୯୦୦୦କୋଟି ଟଙ୍କା ଋଣ ଭାରରେ ବୁଡି ରହିଥିବା ମାଲ୍ୟାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗରେ ତଦନ୍ତ କରୁଛି ଇଡି। ଆଇଡିବିଆଇର ୯୦୦କୋଟି ଟଙ୍କା ଠକେଇ ମାମଲାରେ ତିନି ଥର ନୋଟିସ ସତ୍ତ୍ୱେ ମାଲ୍ୟା ହାଜର ହୋଇ ନ ହେବାରୁ ତାଙ୍କ ପାସପୋର୍ଟକୁ […]

Vijay_Mallya

Vijay_Mallya

Rakesh Mallick
  • Published: Friday, 15 April 2016
  • Updated: 15 April 2016, 05:11 PM IST

Sports

Latest News

ନୂଆଦିଲ୍ଲୀ: ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ପାଇଁ ବଢିଲା ଅଡୁଆ। ମାଲ୍ୟାଙ୍କ ଡିପ୍ଲୋମାଟିକ୍‌ ପାସପୋର୍ଟକୁ ଶୁକ୍ରବାର ରଦ୍ଦ କରିଛନ୍ତି କେନ୍ଦ୍ର ସରକାର। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅନୁରୋଧରେ ଏହି ପଦକ୍ଷେପ ନେଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ୯୦୦୦କୋଟି ଟଙ୍କା ଋଣ ଭାରରେ ବୁଡି ରହିଥିବା ମାଲ୍ୟାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗରେ ତଦନ୍ତ କରୁଛି ଇଡି। ଆଇଡିବିଆଇର ୯୦୦କୋଟି ଟଙ୍କା ଠକେଇ ମାମଲାରେ ତିନି ଥର ନୋଟିସ ସତ୍ତ୍ୱେ ମାଲ୍ୟା ହାଜର ହୋଇ ନ ହେବାରୁ ତାଙ୍କ ପାସପୋର୍ଟକୁ ପ୍ରତ୍ୟାହାର କରିବା ଲାଗି ଇଡି ସରକାରଙ୍କୁ ଅନୁରୋଧ କରିଥିଲା। ରାଜ୍ୟସଭା ସଦସ୍ୟ ଥିବା ମାଲ୍ୟା ଗତ ମାସ ୨ ତାରିଖରେ ଦେଶ ଛାଡି ପଳାୟନ କରିବା ବେଳେ ଡିପ୍ଲୋମାଟିକ୍‌ ପାସ୍‌ପୋର୍ଟ ବ୍ୟବହାର କରିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos