ମୋଦିଙ୍କ ବିକଳ୍ପ ମମତା, ୨୦୨୪ରେ ଆମ କ୍ୟାପ୍ଟେନ୍ ପ୍ରଧାନମନ୍ତ୍ରୀ ହେବେ: ବାବୁଲ ସୁପ୍ରିୟୋ  

କୋଲକାତା: ୨୦୨୪ରେ ପ୍ରଧାନମନ୍ତ୍ରୀ ଦଉଡ଼ରେ ସବୁଠାରୁ ଆଗରେ ରହିବେ ମମତା ବାନାର୍ଜୀ। ମୁଁ ଚାହୁଁଛି ଆମ ଦଳର କ୍ୟାପ୍ଟେନ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ବିଜେପି ଛାଡ଼ି ଟିଏମସି ଯୋଗ ଦେଇଥିବା ବାବୁଲ ସୁପ୍ରିୟୋ ଏକଥା କହିଛନ୍ତି।  ସେ କହିଛନ୍ତି ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ବାନାର୍ଜୀ ଶୀର୍ଷରେ ରହିବେ ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ […]

Babul Supriyo

Babul Supriyo

Tapas Behera
  • Published: Monday, 20 September 2021
  • Updated: 20 September 2021, 08:51 PM IST

Sports

Latest News

କୋଲକାତା: ୨୦୨୪ରେ ପ୍ରଧାନମନ୍ତ୍ରୀ ଦଉଡ଼ରେ ସବୁଠାରୁ ଆଗରେ ରହିବେ ମମତା ବାନାର୍ଜୀ। ମୁଁ ଚାହୁଁଛି ଆମ ଦଳର କ୍ୟାପ୍ଟେନ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ବିଜେପି ଛାଡ଼ି ଟିଏମସି ଯୋଗ ଦେଇଥିବା ବାବୁଲ ସୁପ୍ରିୟୋ ଏକଥା କହିଛନ୍ତି।  ସେ କହିଛନ୍ତି ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ବାନାର୍ଜୀ ଶୀର୍ଷରେ ରହିବେ ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ହାରିବା ପରେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି କହିଥିଲେ ବାବୁଲ ସୁପ୍ରିୟୋ ।  ହେଲେ ଶନିବାର ସେ ତ୍ରୁଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି।

ଟିଏମସିରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ରାଜ୍ୟସଭା ସାଂସଦ ଡେରେକ ଓବ୍ରେନ୍‌ ତାଙ୍କୁ ଦଳରେ ସାମିଲ କରିଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଥିବା ବାବୁଲ ସୁପ୍ରିୟୋ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଥିଲେ। ଜୁଲାଇରେ କେନ୍ଦ୍ରମନ୍ତ୍ରିମଣ୍ଡଳ ପୁନର୍ଗଠନ ବେଳେ ବାବୁଲ ସୁପ୍ରିୟୋ ବାଦ ପଡ଼ିଥିଲେ। ଟିଏମସି ପକ୍ଷରୁ ‘ଜାଗୋ ବଂଲା’ ଅଭିଯାନ ଆରମ୍ଭ ହୋଇଥିବା ବେଳେ କଂଗ୍ରେସର ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ପଦ ପାଇଁ ବିକଳ୍ପ ଚେହେରା ନୁହନ୍ତି ବୋଲି କୁହାଯାଇଥିଲା।

ଏହା ପରେ ବାବୁଲ ଉପରୋକ୍ତ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଉଛନ୍ତି  ସମ୍ଭାବ୍ୟ ବିକଳ୍ପ। ସେ ଆହୁରି କହିଛନ୍ତି ଯେ, ବିଜେପି ନେତାଙ୍କ ମଧ୍ୟରେ ତୀବ୍ର ଅନ୍ତଦ୍ୱନ୍ଦ ରହିଛି। ମୁଁ ଦଳ ବଦଳାଇ କୌଣସି ଇତିହାସ ସୃଷ୍ଟି କରି ନାହିଁ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଅନ୍ୟ ଦଳରୁ ବହୁ ନେତା  ବିଜେପିରେ ଯୋଗ ଦେଇଥିଲେ। ତେଣୁ ପୁରୁଣା ନେତାଙ୍କ ମଧ୍ୟରେ ବହୁ  ଅସନ୍ତୋଷ ରହିଛି। ବିଜେପି ଏହାର ସମୀକ୍ଷା କରିବା ଉଚିତ୍ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story