ସୂଚନାଯୋଗ୍ୟ, ଆଜି ବିଜେପିର ସଦସ୍ୟ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦ ଆସିବାର ଥିଲା। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ସମୟରେ କେଭି ବିଶ୍ୱନାଥ ବିମାନରେ ବୋମା ଖଞ୍ଜା ହୋଇଥିବା ନେଇ ଖବର ଦେଇଥିଲା। ଫଳରେ ବିମାନ ବନ୍ଦରରେ ଉପସ୍ଥିତ ପୁଲିସ ଏବଂ ସିଆରପିଏଫ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା।
ଏହାପରେ ପୁଲିସ ବିଶ୍ୱନାଥକୁ ଗିରଫ କରିଛି। ଏବଂ ସ୍ପଷ୍ଟ କରିଛି ଯେ ଯେଉଁ ବିମାନରେ ବୋମା ଖଞ୍ଜା ହୋଇଛି ବୋଲି କେବି ସୂଚନା ଦେଇଥିଲା ସେହି ବିମାନରେ ବିଶ୍ୱନାଥ ଚେନ୍ନାଇକୁ ଯିବାର ଥିଲା। ସେ ସିକନ୍ଦରାବାଦର ଏକ ଘରୋଇ କମ୍ପାନୀର କର୍ମଚାରୀ ଭାବେ କାର୍ଯ୍ୟ କରୁଛି। ଏକତରଫା ପ୍ରେମରେ ବିଫଳ ହେବା ପରେ ସେ ଚେନ୍ନାଇ ଫେରି ଯାଉଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।