ମୂତ୍ରାଶୟରୁ ବାହାରିଲା ୨ ଫୁଟର ମୋବାଇଲ ଚାର୍ଜର କେବୁଲ୍

ଗୌହାଟି: ପେଟବଥା ହେଉଛି ବୋଲି ଜଣେ ୩୦ ବର୍ଷୀୟ ଯୁବକ ଅଭିଯୋଗ କରିଥିଲେ। ଏହାପରେ ଡାକ୍ତରମାନେ ରୋଗୀର କହିବା ଅନୁଯାୟୀ ଚିକିତ୍ସା କରିଥିଲେ ହେଲେ ପେଟବଥାର କାରଣ ଜାଣି ପାରିନଥିଲେ। ଶେଷରେ ଅପରେସନ କରିବା ପରେ ଜଣାପଡ଼ିଲା ଯୁବକଙ୍କ ମୂତ୍ରାଶୟରେ (urinary bladder)ରେ ମୋବାଇଲ ଚାର୍ଜର କେବୁଲ୍ ରହିଯାଇଥିବାରୁ ତାଙ୍କର ପେଟବଥା ହେଉଛି। ଏହି ୩୦ ବର୍ଷୀୟ ଯୁବକଙ୍କ ଅପରେସନ କରୁଥିବା ଗୌହାଟିର ଅଭିଜ୍ଞ ଡାକ୍ତର ଓ୍ୱାଲିଉଲ ଇସଲାମ୍ କହିଛନ୍ତି, ମୋର ୨୫ ବର୍ଷ କ୍ୟାରିଅରରେ ଏହା […]

charger cable in urinary bladder

charger cable in urinary bladder

Subhransu Sekhar
  • Published: Friday, 05 June 2020
  • Updated: 05 June 2020, 08:36 PM IST

Sports

Latest News

ଗୌହାଟି: ପେଟବଥା ହେଉଛି ବୋଲି ଜଣେ ୩୦ ବର୍ଷୀୟ ଯୁବକ ଅଭିଯୋଗ କରିଥିଲେ। ଏହାପରେ ଡାକ୍ତରମାନେ ରୋଗୀର କହିବା ଅନୁଯାୟୀ ଚିକିତ୍ସା କରିଥିଲେ ହେଲେ ପେଟବଥାର କାରଣ ଜାଣି ପାରିନଥିଲେ। ଶେଷରେ ଅପରେସନ କରିବା ପରେ ଜଣାପଡ଼ିଲା ଯୁବକଙ୍କ ମୂତ୍ରାଶୟରେ (urinary bladder)ରେ ମୋବାଇଲ ଚାର୍ଜର କେବୁଲ୍ ରହିଯାଇଥିବାରୁ ତାଙ୍କର ପେଟବଥା ହେଉଛି। ଏହି ୩୦ ବର୍ଷୀୟ ଯୁବକଙ୍କ ଅପରେସନ କରୁଥିବା ଗୌହାଟିର ଅଭିଜ୍ଞ ଡାକ୍ତର ଓ୍ୱାଲିଉଲ ଇସଲାମ୍ କହିଛନ୍ତି, ମୋର ୨୫ ବର୍ଷ କ୍ୟାରିଅରରେ ଏହା ପ୍ରଥମ ଘଟଣା। କାହାର ମୂତ୍ରାଶୟରୁ ମୋବାଇଲ ଚାର୍ଜର କେବୁଲ ବାହାର କରିବା।

"ଯୁବକ ଜଣଙ୍କ ପ୍ରଥମେ ଚିକିତ୍ସା କରିବାକୁ ଆସି କହିଥିଲେ ଭୁଲରେ ସେ ମୋବାଇଲ ଚାର୍ଜର କେବୁଲଟିକୁ ଖାଇ ଦେଇଛନ୍ତି। ଏହାପରେ ତାଙ୍କର ସମସ୍ତ ପ୍ରକାର ପରୀକ୍ଷା ହୋଇଥିଲା। ହେଲେ ପେଟ ଭିତରେ ସେମିତି କିଛି ଅସୁବିଧା ଦେଖିବାକୁ ମିଳିନଥିଲା। ହେଲେ ପେଟବଥା ନକମିବାରୁ ତାଙ୍କୁ ଅପରେସନ ଟେବୁଲକୁ ନିଆଯାଇ ୟୁରିନାରୀ ବ୍ଲାଡରର ପରୀକ୍ଷା କରାଯାଇଥିଲା। ବ୍ଲାଡର ଭିତରେ ଚାର୍ଜର ଥିବା ନେଇ ଜଣାପଡ଼ିବା ପରେ ଅପରେସନ କରାଯାଇ ୨ ଫୁଟ୍ କେବୁଲକୁ ବାହାର କରାଯାଇଛି। ଯୁବକ ଜଣଙ୍କ ଏବେ ବିପଦମୁକ୍ତ ରହିଛନ୍ତି" ବୋଲି ସେ କହିଛନ୍ତି।

ତେବେ ମୂତ୍ରାଶୟ ଭିତରକୁ କେମିତି ଗଲା ଚାର୍ଜର? ତା'ର ଜବାବରେ ଡାକ୍ତର ଜଣଙ୍କ କହିଛନ୍ତି, ଯୁବକ ଜଣଙ୍କ ପାଟିରେ ଖାଇଥିଲେ ପାକସ୍ଥଳୀରେ ରହିଥାନ୍ତା। ହେଲେ ଯୌନସୁଖ ପାଇବା ପାଇଁ ନିଜ ଲିଙ୍ଗ ମାଧ୍ୟମରେ କେବୁଲ୍ ଏବଂ ଅନ୍ୟାନ୍ୟ ଜିନିଷ ଭର୍ତ୍ତି କରିବାର ଅଭ୍ୟାସ ପୂର୍ବରୁ ରଖିଥିବା ଜଣାପଡ଼ିଛି। ଆଉ କେବୁଲ ମଧ୍ୟ ଏହି ଜରିଆରେ ମୂତ୍ରାଶୟରେ ପହଞ୍ଚିଛି ବୋଲି ଡାକ୍ତର ଜଣଙ୍କ ଅନୁମାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos