ଘର କାନ୍ଥ ଭିତରୁ ଉଦ୍ଧାର ହେଲା ପ୍ରେମିକାର କଙ୍କାଳ

ମୁମ୍ୱାଇ: ପ୍ରେମିକାକୁ ହତ୍ୟା ଅଭିଯୋଗରେ ଗିରଫ ହୋଇଛି ଜଣେ ୩୦ ବର୍ଷୀୟ ଯୁବକ। ପ୍ରେମିକାର ମୃତ୍ୟୁର ୪ ମାସ ପରେ ପୁଲିସ ଗିରଫ କରିଛି ଏହି ଯୁବକକୁ। ଉଭୟ ୫ ବର୍ଷ ଧରି ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ। ହେଲେ ଗତବର୍ଷ ଅକ୍ଟୋବରରୁ ଯୁବତୀ ଜଣଙ୍କର କୌଣସି ଖୋଜ୍ ଖବର ମିଳିନଥିଲା। ମୃତକଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି। ମହାରାଷ୍ଟ୍ରର ପାଲଘରରେ ଏହି ହତ୍ୟା ଘଟଣା ସାମ୍ନାକୁ ଆସିଛି।

ଅଭିଯୁକ୍ତର ଘର କାନ୍ଥ ଭିତରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର କରିଛି ପୁଲିସ। ଉଭୟ ଲିଭ୍ ଇନରେ ରହୁଥିଲେ। ବିବାହ ପାଇଁ ବାଧ୍ୟ କରିବାରୁ ଅଭିଯୁକ୍ତ ଜଣଙ୍କ ନିଜ ପ୍ରେମିକାକୁ ହତ୍ୟା କରିଥିବା ସୂଚନା ରହିଛି। ଏହାପରେ ପ୍ରମାଣ ନଷ୍ଟ କରିବାକୁ ଯାଇ କାନ୍ଥ ଭିତରେ ମର ଶରୀରକୁ ଲୁଚାଇ ଦେଇଥିଲା। ଅକ୍ଟୋବର ୨୧ରେ ଅନ୍ତିମ ଥର ପାଇଁ ଯୁବତୀଙ୍କୁ ଦେଖିବାକୁ ମିଳିଥିଲା। ଯୁବତୀଙ୍କ ପରିବାର ଲୋକେ ଅଭିଯୁକ୍ତକୁ ଝିଅ ବାବଦରେ ପଚାରିଥିଲେ। ହେଲେ ସେ ଗୁଜରାଟର ବାପିକୁ ଯାଇଥିବା ଅଭିଯୁକ୍ତ ଜଣଙ୍କ କହିଥିଲେ। ହେଲେ ଝିଅ ସହିତ ଯୋଗାଯୋଗ ହୋଇନପାରିବାରୁ ବାଧ୍ୟ ହୋଇ ମୃତକଙ୍କ ପରିବାର ଲୋକେ ଏତଲା ଦେଇଥିଲେ। ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।