କେଜ୍ରିୱାଲଙ୍କୁ ରାମବୃକ୍ଷ ଯାଦବଙ୍କ ସହ ତୁଳନା କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ବିଜେପି ସାଂସଦ ମନୋଜ ତିୱାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଥୁରାକାଣ୍ଡର ମାଷ୍ଟରମାଇଣ୍ଡ ରାମବୃକ୍ଷ ଯାଦବ ମହିତ ତୁଳନା କରିଛନ୍ତି। କେଜ୍ରିୱାଲଙ୍କ କେନ୍ଦ୍ର ସରକାରଙ୍କୁ ‘ଗୁଣ୍ଡା’ ବୋଲି କହି ସମାଲୋଚନା କରିବା ପରେ ମନୋଜ ତିୱାରୀ ତାଙ୍କୁ ଟାର୍ଗେଟ କରିଛନ୍ତି। ମନୋଜ ତିୱାରୀ କହିଛନ୍ତି ଯେ “ଏହି ବୟାନକୁ ମୁଁ ଅତ୍ୟନ୍ତ ନିମ୍ନସ୍ତରର ବୋଲି ବିଚାର କରୁଛି”। ତିୱାରୀ କହିଛନ୍ତି ଯେ,“ ଏହା ଦୁର୍ଭାଗ୍ୟଜନକ ଯେ ମୁଖ୍ୟମନ୍ତ୍ରୀ ପରି ମର୍ଯ୍ୟାଦାପୂର୍ଣ୍ଣ ପଦରେ ଏଭଳି ଜଣେ ବ୍ୟକ୍ତି […]

Manoj-Tiwari

Manoj-Tiwari

Rakesh Mallick
  • Published: Saturday, 09 July 2016
  • Updated: 09 July 2016, 06:17 PM IST

ନୂଆଦିଲ୍ଲୀ: ବିଜେପି ସାଂସଦ ମନୋଜ ତିୱାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଥୁରାକାଣ୍ଡର ମାଷ୍ଟରମାଇଣ୍ଡ ରାମବୃକ୍ଷ ଯାଦବ ମହିତ ତୁଳନା କରିଛନ୍ତି। କେଜ୍ରିୱାଲଙ୍କ କେନ୍ଦ୍ର ସରକାରଙ୍କୁ ‘ଗୁଣ୍ଡା’ ବୋଲି କହି ସମାଲୋଚନା କରିବା ପରେ ମନୋଜ ତିୱାରୀ ତାଙ୍କୁ ଟାର୍ଗେଟ କରିଛନ୍ତି।

ମନୋଜ ତିୱାରୀ କହିଛନ୍ତି ଯେ “ଏହି ବୟାନକୁ ମୁଁ ଅତ୍ୟନ୍ତ ନିମ୍ନସ୍ତରର ବୋଲି ବିଚାର କରୁଛି”।

ତିୱାରୀ କହିଛନ୍ତି ଯେ,“ ଏହା ଦୁର୍ଭାଗ୍ୟଜନକ ଯେ ମୁଖ୍ୟମନ୍ତ୍ରୀ ପରି ମର୍ଯ୍ୟାଦାପୂର୍ଣ୍ଣ ପଦରେ ଏଭଳି ଜଣେ ବ୍ୟକ୍ତି ବସିଛନ୍ତି, ଯାହାଙ୍କର ବିଧାୟକ ପତ୍ନୀଙ୍କ ଉପରେ ହାତ ଉଠାନ୍ତି, ମହିଳାମାନଙ୍କୁ ଅସଦାଚାରଣ କରନ୍ତି, ଦୁର୍ନୀତି କରନ୍ତି; ସେ ପ୍ରଶ୍ନ କରିଛନ୍ତି ଯେ ଭଗତ ସିଂ, ରାଜଗୁଋ, ସୁଖଦେବ କ’ଣ ଏଭଳି କରୁଥିଲେ?”

ମନୋଜ ତିୱାରୀ କହିଛନ୍ତି ଯେ,“କେଜ୍ରିୱାଲ ନିଜ ବିଧାୟକଙ୍କ ତୁଳନା ସ୍ୱାଧୀନତା ସଂଗ୍ରାମୀଙ୍କ ସହିତ କରିଛନ୍ତି। କେଜ୍ରିୱାଲ ଶୀଘ୍ର କ୍ଷମା ମାଗନ୍ତୁ କାରଣ ଏହା ଆମ ସ୍ୱାଧିନତା ସଂଗ୍ରାମୀଙ୍କ ଅପମାନ ଅଟେ।”

ତିୱାରୀ କହିଛନ୍ତି,“ମଥୁରା ରାମବୃକ୍ଷ ଯାଦବ ଏବଂ କେଜ୍ରିୱାଲ ମଧ୍ୟରେ ସାମଞ୍ଜସ୍ୟ ଅଛି। କେଜ୍ରିୱାଲ ପୁରା ସାମ୍ୱିଧାନିକ ବ୍ୟବସ୍ଥାର ବିରୋଧୀ। ପ୍ରଧାନମନ୍ତ୍ରୀଙ୍କୁ ଗାଳି ଦିଅନ୍ତି, ସିବିଆଇଙ୍କୁ ଗୁଣ୍ଡା କୁହନ୍ତି। ପୋଲିସଙ୍କୁ ଗାଳି ଦିଅନ୍ତି। ସରକାରଙ୍କୁ ମଧ୍ୟ ଗାଳି ଦିଅନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos