ମାପୁଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ଟି ଆଫ୍ରିକୀୟ ଦେଶ ଗସ୍ତରେ ଯାଇଥିବା ବେଳେ ଆଜି ମୋଜାମ୍ୱିକର ରାଜଧାନୀ ମାପୁଟୋରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହାପରେ ମୋଦି ମୋଜାମ୍ୱିକ୍‌ ରାଷ୍ଟ୍ରପତିଙ୍କୁ ଭେଟିବା ସହ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ବୁଝାମଣା ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ  ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ। ଶୁକ୍ରବାର ଓ ଶନିବାର ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ, ପ୍ରିଟୋରିଆ ଓ ଡରବାନରେ […]

Modi_Africa

Modi_Africa

Rakesh Mallick
  • Published: Thursday, 07 July 2016
  • Updated: 07 July 2016, 01:17 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ଟି ଆଫ୍ରିକୀୟ ଦେଶ ଗସ୍ତରେ ଯାଇଥିବା ବେଳେ ଆଜି ମୋଜାମ୍ୱିକର ରାଜଧାନୀ ମାପୁଟୋରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହାପରେ ମୋଦି ମୋଜାମ୍ୱିକ୍‌ ରାଷ୍ଟ୍ରପତିଙ୍କୁ ଭେଟିବା ସହ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ବୁଝାମଣା ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ  ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ। ଶୁକ୍ରବାର ଓ ଶନିବାର ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ, ପ୍ରିଟୋରିଆ ଓ ଡରବାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ  ଶନିବାର ସନ୍ଧ୍ୟାରେ  ମୋଦି ତାଞ୍ଜାନିଆ ଓ ଶେଷରେ କେନିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos