ମରୁଡି ଅଞ୍ଚଳରେ ସେଲଫି ନେଇ ବିବାଦରେ ମହାରାଷ୍ଟ୍ର ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରର  ଗ୍ରାମୀଣ ବିକାଶ  ମନ୍ତ୍ରୀ ପଙ୍କଜା ଗୋପୀନାଥ ମୁଣ୍ଡେ ମରୁଡି ପ୍ରଭାବିତ ଅଞ୍ଚଳକୁ ଯାଇ ନିଜର ଫଟୋ ସୋସିଆଲ ମିଡିଆରେ ଛାଡିବା ନେଇ ବିବାଦ ଘେରକୁ ଆସିଛନ୍ତି। ପଙ୍କଜା ମୁଣ୍ଡେ ମହାରାଷ୍ଟ୍ରର ଲାତୁର ଜିଲ୍ଲାକୁ ଯାଇ ମରୁଡି ସ୍ଥିତି ଅନୁଧ୍ୟାନ କରିଥିଲେ।  ସେଠାରେ ସେ ଜଳ ପ୍ରକଳ୍ପ ଓ ବନ୍ଧ ନିକଟରେ ସେଲଫି ନେଇଥିଲେ। ଏହାକୁ ନେଇ  ବିରୋଧୀ ଦଳ ମହାରାଷ୍ଟ୍ର ସରକାରଙ୍କୁ  ଘେରିବା ଆରମ୍ଭ କରି ଦେଲେଣି। ଏନସିପି ପ୍ରବକ୍ତା ନୱାବ ମଲ୍ଲିକ କହିଛନ୍ତି, […]

m

m

Rakesh Mallick
  • Published: Monday, 18 April 2016
  • Updated: 18 April 2016, 10:18 AM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର  ଗ୍ରାମୀଣ ବିକାଶ  ମନ୍ତ୍ରୀ ପଙ୍କଜା ଗୋପୀନାଥ ମୁଣ୍ଡେ ମରୁଡି ପ୍ରଭାବିତ ଅଞ୍ଚଳକୁ ଯାଇ ନିଜର ଫଟୋ ସୋସିଆଲ ମିଡିଆରେ ଛାଡିବା ନେଇ ବିବାଦ ଘେରକୁ ଆସିଛନ୍ତି।

ପଙ୍କଜା ମୁଣ୍ଡେ ମହାରାଷ୍ଟ୍ରର ଲାତୁର ଜିଲ୍ଲାକୁ ଯାଇ ମରୁଡି ସ୍ଥିତି ଅନୁଧ୍ୟାନ କରିଥିଲେ।  ସେଠାରେ ସେ ଜଳ ପ୍ରକଳ୍ପ ଓ ବନ୍ଧ ନିକଟରେ ସେଲଫି ନେଇଥିଲେ। ଏହାକୁ ନେଇ  ବିରୋଧୀ ଦଳ ମହାରାଷ୍ଟ୍ର ସରକାରଙ୍କୁ  ଘେରିବା ଆରମ୍ଭ କରି ଦେଲେଣି।

ଏନସିପି ପ୍ରବକ୍ତା ନୱାବ ମଲ୍ଲିକ କହିଛନ୍ତି, “ମହାରାଷ୍ଟ୍ର ସରକାର ଦେଶରେ ମରୁଡିକୁ ନେଇ ଚିନ୍ତିତ ନୁହନ୍ତି। ମରୁଡି ପ୍ରଭାବିତ ଅଞ୍ଚଳକୁ ମନ୍ତ୍ରୀମାନେ ଯାଇ ଖୁସି ମନାଉଛନ୍ତି।”

ଏହାପୂର୍ବରୁ ମହାରାଷ୍ଟ୍ରର ରାଜସ୍ୱ ମନ୍ତ୍ରୀ ଏକନାଥ ଖଡସେ ମରୁଡି ପ୍ରଭାବିତ ଅଞ୍ଚଳ ଲାତୁର ଯାଇ ଅଡ଼ୁଆରେ ପଡ଼ିଥିଲେ। ଅଞ୍ଚଳରେ ମରୁଡି ପଡ଼ିଥିବା ବେଳେ ମନ୍ତ୍ରୀଙ୍କ ହେଲିକପ୍ଟର  ଓହ୍ଲାଇବା ପାଇଁ ହଜାର  ହଜାର ଲିଟର  ପାଣି  ବ୍ୟବହାର କରି  ହେଲିପ୍ୟାଡ୍  ତିଆରି କରାଯାଇଥିଲା।

ମନ୍ତ୍ରୀ ମରୁଡି ପ୍ରଭାବିତ  ଲାତୁର  ଜିଲ୍ଲାକୁ ଯାଇ ସେଲଫି ନେବା ଘଟଣାକୁ ଶିବସେନା ପକ୍ଷରୁ ମଧ୍ୟ  ନିନ୍ଦା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos