‘ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ, ରାଜ୍ୟପାଳ ହେବାକୁ ଇଚ୍ଛା ନାହିଁ’

ଥିରୁଅନନ୍ତପୁରମ: ଆସନ୍ତା ସପ୍ତାହରେ ବିଜେପିରେ ସାମିଲ୍ ହେବାକୁ ଯାଉଛନ୍ତି ‘ମେଟ୍ରୋ ମ୍ୟାନ୍’ ଇ ଶ୍ରୀଧରନ। ଏହା ପୂର୍ବରୁ ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି କେରଳରେ ବିଜେପି ବିଜୟୀ ହେଲେ ସେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ। ହେଲେ ରାଜ୍ୟପାଳ ହେବା ପାଇଁ ଇଚ୍ଛା ରଖି ନାହାନ୍ତି ବୋଲି ଶ୍ରୀଧରନ କହିଛନ୍ତି। ଗୁରୁବାର ଶ୍ରୀଧରନ ବିଜେପିରେ ସାମିଲ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ପରେ ଜଣାପଡ଼ିଥିଲା ସେ ଆସନ୍ତା ସପ୍ତାହରେ ବିଜେପିରେ ସାମିଲ୍ ହେବେ। ଶ୍ରୀଧରନ୍ […]

e-sridhan

e-sridhan

Subhransu Sekhar
  • Published: Friday, 19 February 2021
  • Updated: 19 February 2021, 05:30 PM IST

Sports

Latest News

ଥିରୁଅନନ୍ତପୁରମ: ଆସନ୍ତା ସପ୍ତାହରେ ବିଜେପିରେ ସାମିଲ୍ ହେବାକୁ ଯାଉଛନ୍ତି ‘ମେଟ୍ରୋ ମ୍ୟାନ୍’ ଇ ଶ୍ରୀଧରନ। ଏହା ପୂର୍ବରୁ ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି କେରଳରେ ବିଜେପି ବିଜୟୀ ହେଲେ ସେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ। ହେଲେ ରାଜ୍ୟପାଳ ହେବା ପାଇଁ ଇଚ୍ଛା ରଖି ନାହାନ୍ତି ବୋଲି ଶ୍ରୀଧରନ କହିଛନ୍ତି।

ଗୁରୁବାର ଶ୍ରୀଧରନ ବିଜେପିରେ ସାମିଲ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ପରେ ଜଣାପଡ଼ିଥିଲା ସେ ଆସନ୍ତା ସପ୍ତାହରେ ବିଜେପିରେ ସାମିଲ୍ ହେବେ।

ଶ୍ରୀଧରନ୍ ଏକ ଜତୀୟ ଖବରକାଗଜକୁ ପ୍ରତିକ୍ରିୟାରେ କହିଛନ୍ତି ଯେ ଯଦି ବିଜେପି କେରଳ ବିଧାନସଭା ନିର୍ବାଚନରେ ବିଜୟୀ ହେବ ତେବେ ଦଳ ଏବଂ ତାଙ୍କର ଧ୍ୟାନ ରାଜ୍ୟକୁ ଋଣ ଜାଲରୁ ଉଦ୍ଧାର କରିବ, ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେବ। ରାଜ୍ୟରେ ବିଜେପିକୁ କ୍ଷମତାରେ ଆଣିବା ତାଙ୍କର ଉଦ୍ଦେଶ୍ୟ ରହିଛି। ତେଣୁ ସେ ରାଜନୀତିରେ ସାମିଲ୍ ହେଉଛନ୍ତି ବୋଲି କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସମ୍ପର୍କ ବାବଦରେ ଶ୍ରୀଧରନ କହିଛନ୍ତି, ଯେତେବେଳେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ତାଙ୍କ ସହ ଅନେକ ବିକାଶମୂଳକ ପ୍ରକଳ୍ପ ପାଇଁ କଥା ହୋଇଥିଲେ। ତାଙ୍କ ପ୍ରତି ବହୁତ ସମ୍ମାନ ରହିଛି। ଦଳରେ ଯୋଗଦେବା ପଛରେ ଏହା ମଧ୍ୟ ଏକ କାରଣ ବୋଲି ସେ କହିଛନ୍ତି।

ଇ ଶ୍ରୀଧରନ୍ କହିଛନ୍ତି ଯେ କେରଳରେ ବିଜେପି କ୍ଷମତାକୁ ଆସିଲେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ। ରାଜ୍ୟପାଳ ପଦ ଗ୍ରହଣ କରିବାକୁ ଆଗ୍ରହ ନାହିଁ। ସାମ୍ବିଧାନିକ ପଦବୀ ଧାରଣ କଲେ ରାଜ୍ୟର ବିକାଶରେ ନିଜସ୍ୱ ଭାବରେ ସାମିଲ ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କେରଳରେ ଆଗାମୀ ଦିନରେ ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ବିଜେପିର ସେମିତି କୌଣସି ପ୍ରଭାବ ନାହିଁ। ଏହାରି ଭିତରେ ଶ୍ରୀଧରନଙ୍କୁ ଚେହେରା କରି ବିଜେପି କେରଳରେ ଆଗକୁ ବଢ଼ିବ ବୋଲି ଯୋଜନା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story