ଆମେ ପ୍ଲାଷ୍ଟିକ୍ ମୁକ୍ତ ଭାରତ ଗଢ଼ି ପାରିବା କି, ପଚାରିଲେ ମୋଦି

ନୂଆଦିଲ୍ଲୀ: ଆଜି ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ନିବେଦନ କରିଛନ୍ତି। ଅକ୍ଚୋବର ୨ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ପାଳିତ ହେବ। ଏହି ଅବସରରେ ଭାରତକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ୍ କରିଛନ୍ତି ପ୍ରଧାନମନ୍ତ୍ରୀ।   ପ୍ଲାଷ୍ଟିକ ବ୍ୟାଗ ପରିବର୍ତ୍ତେ କପଡ଼ା ଏବଂ ଝୋଟରେ ତିଆରି ବ୍ୟାଗ୍ ବ୍ୟବହାର […]

NARENDRA MODI

NARENDRA MODI

Subhransu Sekhar
  • Published: Thursday, 15 August 2019
  • Updated: 15 August 2019, 06:47 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ନିବେଦନ କରିଛନ୍ତି। ଅକ୍ଚୋବର ୨ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ପାଳିତ ହେବ। ଏହି ଅବସରରେ ଭାରତକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ୍ କରିଛନ୍ତି ପ୍ରଧାନମନ୍ତ୍ରୀ।

 

ପ୍ଲାଷ୍ଟିକ ବ୍ୟାଗ ପରିବର୍ତ୍ତେ କପଡ଼ା ଏବଂ ଝୋଟରେ ତିଆରି ବ୍ୟାଗ୍ ବ୍ୟବହାର କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ମୋଦି। ତେବେ ମୋଦିଙ୍କର ଏହି ଆହ୍ୱାନକୁ ଲୋକେ କିଭଳି ଗ୍ରହଣ କରିବେ ଏବଂ ଏହା କେତେଦୂର ସମ୍ଭବ, ତାହା ଆଗାମୀ ଦିନରେ ଜଣାପଡ଼ିବ।

ନଜର ପକାନ୍ତୁ ଦେଶରେ ପ୍ରତିଦିନ କେତେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାରୁଛି

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ରିପୋର୍ଟ ଅନୁଯାୟୀ ଦେଶରେ ପ୍ରତିଦିନ ୨୫ ହଜାର ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟୁବସ୍ତୁ ବାହାରୁଛି। ନିକଟରେ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ, ଦେଶରେ ପ୍ରତିଦିନ ୧୩ ହଜାରରୁ ୧୪ ହଜାର ଟନ୍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାରୁଛି। ଅଗଷ୍ଟ ୨୦୧୯ ପରେ ଦେଶରେ ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯିବ ବୋଲି କହିଥିଲେ ମନ୍ତ୍ରୀ।

ସେହିପରି ୨୦୧୬-୧୭ରେ ନଗର ଉନ୍ନୟନ ମନ୍ତ୍ରଣାଳୟ କହିଥିଲା ଦେଶରେ ପ୍ରତିଦିନ ପ୍ଲାଷ୍ଟିକ ସମେତ ୧ ଲକ୍ଷ ୫୦ ହଜାର ଟନ୍ ବର୍ଜ୍ୟବସ୍ତୁ ବାହାରୁଛି। ସିପିସିବିର ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଦେଶର ୬୦ଟି ମୁଖ୍ୟ ସହରରୁ ଦୈନିକ ୪ ହଜାର ୫୯ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବାହାରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos